Sunday, 08/September/2024 10:55
Mo Dhenkanal
ଢେଙ୍କାନାଳ ଖବର

ଆସନ୍ତା କାଲି ଉଦ୍ଘାଟନ ହେବ କପିଳାସ ମହୋତ୍ସବ ୨୦୨୨

ଢେଙ୍କାନାଳ: ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ମାଇକ୍ରୋମିଡ଼ିଆ ଆୱାରନେସର ପକ୍ଷରୁ କପିଳାସ ମହୋତ୍ସବ ୨୦୨୨ ଓ ଅନୁଷ୍ଠାନର ୨୦ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ଓ ପ୍ରତିଭା ଚୟନ ଆୟୋଜନ ନିମନ୍ତେ ମହାବୀର ବଜାର ସ୍ଥିତ ମମତାମଣ୍ଡପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଦେଷ୍ଟା ସୁକାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଚଳିତବର୍ଷ କୋଭିଡ କଟକଣା ନଥିବାରୁ ଆଡମ୍ବରରେ ପାଳନ କରାଯିବାକୁ ସ୍ଥିର କରାଯିବା ସହ କାର୍ଯ୍ୟକ୍ରମ କିଭଳି ସୁରୁଖୁରୁରେ ଅନୁଷ୍ଠିତ ହୋଇପାରିବ ସେ ନେଇ ବିଭିନ୍ନ ସଦସ୍ୟସଦସ୍ୟା ଓ କାର୍ଯ୍ୟକର୍ତ୍ତା ନିଜ ନିଜର ମତାମତ ରଖିଥିଲେ । ଶେଷରେ ସର୍ବସମ୍ମତି କ୍ରମେ ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହ ୭ ତାରିଖ ତଥା ଆସନ୍ତା କାଲି କପିଳାସ ପୀଠ ବାବା ଚନ୍ଦ୍ରଶେଖରଙ୍କ ପାଖରେ ମଶାଲ ପୂଜା କରି ପର୍ବତଆରୋହଣ କାର୍ଯ୍ୟକ୍ରମ, ଭଜନ ସମାରୋହ ସହିତ କପିଳାସ ମହୋତ୍ସବର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ । ପରେ ଦ୍ୱିତୀୟ ସପ୍ତାହର ୧୧, ୧୨ ଓ ୧୩ ତିନିଦିନ ଧରି ଢେଙ୍କାନାଳ ସହର ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ଦିନରେ ଗୀତ, ଚିତ୍ରାଙ୍କନ, ବକ୍ତୃତା, ଝୋଟି, ଶଙ୍ଖ ବାଦନ ଓ ହୁଲୁହୁଳି ଆଦି ପ୍ରତିଯୋଗିତା, ଦ୍ୱିତୀୟ ଦିନରେ ରକ୍ତଦାନ ଶିବିର ଓ ଚାରାରୋପଣ ଏବଂ ତୃତୀୟ ଦିନରେ ଓଡିଶୀ ନୃତ୍ୟ, ଲୋକନୃତ୍ୟ, ଦଳଗତ ନୃତ୍ୟ, ଫ୍ୟାନ୍ସି ଡ୍ରେସ୍ ଭଳି ବିଭିନ୍ନ ପ୍ରତିଯୋଗିତା ସହ କବି ସମ୍ମିଳନୀ, ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ଉତ୍ସବ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉକ୍ତ ବୈଠକକୁ ମାଇକ୍ରୋମିଡ଼ିଆର ଅଧ୍ୟକ୍ଷ ଅଥୟ କୁମାର ସାହୁ ପରିଚାଳନା କରିଥିବା ବେଳେ ବରିଷ୍ଠ କଳାକାର ଗଗନ ନନ୍ଦ ଧନ୍ୟବାଦ ଦେଇଥିଲେ । ଏଥିରେ ବରିଷ୍ଠ ଆଇନଜୀବୀ ତଥା ଉପଦେଷ୍ଟା ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରତନ ନାୟାର, ପରେଶ ଚନ୍ଦ୍ର ପଟ୍ଟନାୟକ, ଅମୀୟ ଚାନ୍ଦ, ରାଧାନାଥ ରଥ, ମନୋରଞ୍ଜନ ନନ୍ଦ, କରୁଣାକର ଦଳେଇ, ତାପସ ମହାନ୍ତି, ଅରବିନ୍ଦ ସାହୁ, ସତ୍ୟସ୍ୱରୂପ ଦାସ, ଦୀପକ ପ୍ରସାଦ ପଟ୍ଟନାୟକ, ବାହାଦୁର ପାଟ୍ଟସାହାଣୀ, ସୀତିକାନ୍ତ ପଟ୍ଟନାୟକ, ଦୀପ୍ତିବାଳା ମିଶ୍ର, ପୁଷ୍ପଲତା ରଥ, ସାଗରିକା ଦାସ, ବିଶ୍ୱନାଥ ବେହେରା, ପରେଶ ପଟ୍ଟନାୟକ, ବିନୋଦ ମହାନ୍ତି, ଶରତ ବେହେରା, ଗଣେଶ ମିଶ୍ର, ଅମାନି ସାହୁ, ସୁଚିତ୍ର ବେହେରା, ଇଂ. ସୌମ୍ୟବ୍ରତ ସାହୁ, ସୁଶାନ୍ତ ପାଣି, ଆର୍ଯ୍ୟରତ୍ନ ବେଦାୟନ ପଟ୍ଟନାୟକ ଓ ଆର୍ଯ୍ୟରତ୍ନ ଦେବାୟନ ପଟ୍ଟନାୟକ, ଆଶୁତୋଷ ପାଢୀ, ଡାର୍ଲିନ୍ ଡାଲ୍‌ଟନ୍‌, ପ୍ରୀତିସ୍ୱରୂପା ଦାସ, ବିଜ୍ଞାନ ମହାନ୍ତି, ମଧୁଶ୍ୱେତା ସାମଲ, ମମତା ମହନ୍ତ, ଆଶୁତୋଷ ମହାପାତ୍ର, ସତ୍ୟଜିତ୍ ରାଉତ, କାହ୍ନାଜୀ ମହାରଣା ଓ ସଦସ୍ୟସଦସ୍ୟା ପ୍ରମୁଖ ଯୋଗଦାନ କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

3 + 10 =