Monday, 22/April/2024 02:40
Mo Dhenkanal
ଢେଙ୍କାନାଳ ଖବର

ଚଳିତ ବର୍ଷ ଢେଙ୍କାନାଳ ବାସୀ ଦର୍ଶନ କରିବେ ମହାପ୍ରଭୁ ଚନ୍ଦ୍ରଶେଖରଙ୍କ ରାଜଧିରାଜ ସ୍ୱର୍ଣ୍ଣ ନାଗାଭରଣ ବେଶ ।

ଚଳିତ ବର୍ଷ ଢେଙ୍କାନାଳ ବାସୀ ଦର୍ଶନ କରିବେ ମହାପ୍ରଭୁ ଚନ୍ଦ୍ରଶେଖରଙ୍କ ରାଜଧିରାଜ ସ୍ୱର୍ଣ୍ଣ ନାଗାଭରଣ ବେଶ ।

FB_IMG_1686103726896
Picsart_22-04-11_10-18-21-175

ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ପବିତ୍ର ଜାଗର ଅମାବାସ୍ୟା ଉପଲକ୍ଷେ ଓଡ଼ିଶାର କୈଳାସ ତଥା ଢେଙ୍କାନାଳ କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାଦେବଜୀଙ୍କ ପୀଠରେ ଅନୁଷ୍ଠିତ ହେବ ଜାଗରଯାତ୍ରା ସହ ମହାପ୍ରଭୁଙ୍କ ସ୍ୱର୍ଣ୍ଣ ନାଗାଭରଣ ବେଶ । ଯାହାକୁ ଦେଖିବାକୁ ଅଗଣିତ ଭକ୍ତ ଅପେକ୍ଷା କରିଛନ୍ତି ପରନ୍ତୁ ଚଳିତ ବର୍ଷ କୋଭିଡ କଟକଣା ନିମନ୍ତେ କେବଳ ଜିଲ୍ଲା ବାସୀଙ୍କ ପାଇଁ ଏହା ଅନୁମତି ମିଳିଥିବାରୁ ଜିଲ୍ଲା ବାସୀ ଖୁସି ଅନୁଭବ କରିବା ସହ ବିଶ୍ୱର କଲ୍ୟାଣ ପାଇଁ ଦୀପ ଜାଳିବା ନେଇ ଉତ୍ସାହିତ ଥିବା ଜଣାପଡିଛି ।

IMG-20230205-WA0003
Picsart_22-04-11_10-18-21-175

ଚଳିତ ବର୍ଷ ଭକ୍ତ ମାନେ ନିଜର ପରିଚୟ ପତ୍ର ଯଥା ଆଧାର କାର୍ଡ, ଭୋଟର ଆଇଡ଼ି କାର୍ଡ ସହ ପ୍ରବେଶ କରିପାରିବେ ଏବଂ ଭକ୍ତମାନଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ସହ ଆସୁ ଚିକିତ୍ସା କେନ୍ଦ୍ର, ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା, ଆୟୋଜନ କରାଯାଇଥିବା ସୂଚନା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି । ଆଜି ପୂର୍ବାହ୍ନରେ ଏକ ବୈଠକ ହୋଇଥିଲା ଏଥିରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ସୁପରିଚାଳନା ନିମନ୍ତେ ସମସ୍ତଙ୍କୁ ବାର୍ତ୍ତା ଦେବା ସହ ରୀତିନୀତି ପାଳନ କରିବାକୁ ମତବ୍ୟକ୍ତ କରିଥିଲେ, ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ, ସ୍ଥାନୀୟ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Picsart_22-04-11_10-18-21-175

ନିଘଣ୍ଟ ଅନୁଯାୟୀ ରାତ୍ର ୩.୫୫ ମିନିଟ ରୁ ବେଢ଼ା ପୂଜା, ପରିକ୍ରମା ଓ ମହାଦୀପ ଉଠାଣ କାର୍ଯ୍ୟ ରାତ୍ର ୪.୨୦ ମିନିଟ ମଧ୍ୟରେ ସମ୍ପର୍ଣ୍ଣ ହେବ ।

ସୌମ୍ୟବ୍ରତ ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ ।

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

4 + 11 =