Sunday, 06/October/2024 03:29
Mo Dhenkanal
ଢେଙ୍କାନାଳ ଖବର

କପିଳାସ ଜାଗର ଯାତ୍ରା ପାଇଁ କଣ ରହିଛି ପ୍ରସ୍ତୁତି ଓ କଟକଣା ! ଜିଲ୍ଲାପାଳ କଲେ ସମୀକ୍ଷା ।

ମୋ ଢେଙ୍କାନାଳ ବ୍ୟୁରୋ : ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ କପିଳାସ ପୀଠରେ ଆସନ୍ତା କାଲି ୧ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ମହାଶିବ ରାତ୍ରୀ ଜାଗର ଯାତ୍ରାର ପ୍ରସ୍ତୁତିକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ସମୀକ୍ଷା କରିଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା ବାହାରର ଶ୍ରଦ୍ଧାଳୁଙ୍କୁ କପିଳାସ ପୀଠକୁ ଆସିବାକୁ ବାରଣ କରାଯାଇଛି । କେବଳ ଢେଙ୍କାନାଳ ଜିଲ୍ଲାବାସୀ ଯେଉଁମାନେ କୋଭିଡର ଡବଲ୍ ଡୋଜ ଟୀକା ନେଇଥିବେ ସେହିମାନେ ଜାଗର ଯାତ୍ରାରେ ଆସି ଉପସ୍ଥିତ ରହିପାରିବେ । ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯିବା ସହିତ ସାମାଜିକ ଦୂରତା ଅନୁପାଳନକୁ ଗୁରୁତ୍ୱ ଦିଆଯିବ ।

IMG-20230205-WA0003
Picsart_22-04-11_10-18-21-175

ଜାଗର ଯାତ୍ରାକୁ ୬୦ (୬୦) ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଏବଂ ୧୦ ବର୍ଷରୁ କମ୍ ବୟସ୍କ ପିଲାକୁ ଆସିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଉଛି । ଜାଗର ଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁ (ଡବଲ୍ ଡୋଜ ନେଇଥିବା) ନିଜ ସହିତ ଆଧାର କାର୍ଡ ଏବଂ ପରିଚୟ ପତ୍ର ଆଣିବାକୁ ଜଣାଇ ଦିଆଯାଉଛି । ସର୍ବସାଧାରଣଙ୍କ କୌଣସି ଯାନବାହାନକୁ ପୀଠ ଉପରକୁ ଯିବାକୁ ବାରଣ କରାଯାଇଛି । କେବଳ ସରକାରୀ କାର୍ଯ୍ୟରେ ନିୟୋଜିତ ଏବଂ ଅନୁମତି ପ୍ରାପ୍ତ ଗାଡିଗୁଡିକୁ ଉପରକୁ ଯିବାକୁ ଅନୁମତି ମିଳିଛି । ଚା’ ଜଳଖିଆ ଖାଦ୍ୟ ଆଦି ଦୋକାନ /ବ୍ୟବସାୟ ଛଡା ଅନ୍ୟ କୌଣସି ବ୍ୟବସାୟକୁ ବାରଣ କରାଯାଉଛି । ମନ୍ଦିର ପରିସରକୁ ପରିଷ୍କାର ପରିଚ୍ଛନ୍ନ ସହିତ ନିୟମିତ ବିଶୋଧନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ।

Picsart_22-04-11_10-18-21-175

ବୈଠକରେ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କ ସହିତ ଝରଣା ଜଳ ବିଶୋଧନ, ଅସ୍ଥାୟୀ ପରିଶ୍ରାଗାର ସ୍ଥାପନ, ଆଲୋକ ବ୍ୟବସ୍ଥା, ଆଶୁ ଚିକିତ୍ସା ଏବଂ ଟୀକାକରଣ, ଥର୍ମାଲ ଟେଷ୍ଟିଂ, ସ୍ୱେଚ୍ଛାସେବୀଙ୍କ ନିୟୋଜନ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆଦି ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଲୋଗାନୟାଗୀ ଦିବ୍ୟା ଭି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାର ଅଶୋକ କୁମାର ଦାଶ, ଆରଡବ୍ଲ୍ୟୁଏସଏସର ସୁପରିଂଟେଣ୍ଡେଂଟ ଇଂଜିନିୟର ସୁରେନ୍ଦ୍ର କୁମାର ବେହେରା, ଆର.ଆଣ୍ଡ.ବିର ଏକଜ୍ୟୁଟିଭ ଇଂଜିନିୟର ମନୋ ରଞ୍ଜନ ବିଶ୍ୱାଳ, ଜିଲ୍ଲା ରେଡକ୍ରସ ଶାଖାର ଭାଇସ ଚେୟାରମ୍ୟାନ ବିରଂଚି ନାରାୟଣ ପାଣି, ସେବାୟତ ନିରଞ୍ଜନ ମହାପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ଜାଗର ଯାତ୍ରାର ରୂପାୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

two × 1 =