Monday, 22/April/2024 03:14
Mo Dhenkanal
ଢେଙ୍କାନାଳ ଖବର

କପିଳାସରେ ବାବା ଚନ୍ଦ୍ରଶେଖରଙ୍କ ହେବ ସୁନାବେଶ ସୁନା ଓ ଅର୍ଥ ଦାନ ପାଇଁ ଜିଲ୍ଲାପାଳ କଲେ ଅନୁରୋଧ

ଓଡ଼ିଶାର କୈଳାସ ତଥା ଢେଙ୍କାନାଳର କପିଳାସ । ବାବା ଚନ୍ଦ୍ର ଶେଖରଙ୍କ ମହିମା ବିଜେ ସ୍ଥଳୀ। ରାଜ୍ୟ ଓ ଦେଶ ବିଦେଶରେ ଏକ ସ୍ଵତନ୍ତ୍ର ପରିଚୟ ରହିଛି। ଏହି ପୀଠରେ ଯିଏ ଯାହା ମନାସି ଥାଏ ତାହା ପୂରଣ ହୁଏ ବୋଲି ଭକ୍ତ ମାନଙ୍କର ବିଶ୍ୱାସ ରହିଛି । ଏହି ପୀଠରେ ବିଭିନ୍ନ ସମୟରେ ନୀତି କାନ୍ତି ଅନୁଯାଇ ପର୍ବ ପର୍ବାଣୀ ଅନୁଷ୍ଠିତ ହେଉଥିବା ବେଳେ ସୁନାବେଶ ପରମ୍ପରାରେ ଠାକୁରଙ୍କ ବେଶସ ସୁନା ଗହଣା ନଥିବାରୁ ଠାକୁରଙ୍କ ସୁନା ମୁକୁଟ, ସୁନା ନାଗ ଓ ଅନ୍ୟାନ୍ୟ ସୁନା ଗହଣା ପ୍ରସ୍ତୁତ କରିବା ପାଇଁ ଦାନ ସୂତ୍ରରେ ସୁନା ଓ ଅର୍ଥ ଶ୍ରଦ୍ଧାଳୁ ଭକ୍ତ ମାନଙ୍କଠାରୁ ଗ୍ରହଣ କରାଯିବ ବୋଲି ଆଜି ବୈଠକରେ ନିଷ୍ପତ୍ତି ହୋଇଛି।

FB_IMG_1686103726896
Picsart_22-04-11_10-18-21-175

ତେବେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଦେବତ୍ତର ବିଭାଗ ପକ୍ଷରୁ କପିଳାସ ପିଠରେ ବିଜେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କର ସୁନାବେଶ ପାଇଁ ଜିଲ୍ଲାପାଳ ଭୂମେଶଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲା ଶଶାଙ୍କ ଶେଖର ଦାସ, ଉପ ଜିଲ୍ଲାପାଳ ସଦର ସାଫଲ୍ୟ ମଣ୍ଡିତ ପ୍ରଧାନ,ଯୁବରାଜ ଅମର ଜ୍ୟୋତି ସିଂହଦେଓ, ଜିଲ୍ଲା ପକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଓ ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରି ଗଣମାଧ୍ୟମର ପ୍ରତିନିଧି, କପିଳାସ ମନ୍ଦିର ପୁଜକ,ସାମାଜିକ କର୍ମୀମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ନାମରେ ଏକ ସ୍ଵତନ୍ତ୍ର ୱେବପୋଟଲ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

IMG-20230205-WA0003
Picsart_22-04-11_10-18-21-175

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞାନ ମହାନ୍ତିଙ୍କ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

ten + 5 =