ଢେଙ୍କାନାଳ ପ୍ରସିଦ୍ଧ ଶୈବପିଠ କପିଳାସ ଠାରେ ଶ୍ରୀଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ଜାଗର ଯାତ୍ରା ଆସନ୍ତା ୧୧.୩. ୨୦୨୧ ତାରିଖରେ ଅନୁଷ୍ଠିତ ହେବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍ଭାବନା ସଭା ଗୃହ ରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରସ୍ତୁତି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଉପ ଜିଲ୍ଲାପାଳ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସହ ସମସ୍ତ ଅଧିକାରୀ ,ସାମଜିକ କର୍ମୀ, ସାମ୍ବାଦିଙ୍କ , ଯୋଗଦାନ କରିଥିଲେ ।
ଚଳିବର୍ଷ କୋଭିଡ଼ ନିୟମ ପାଳନ କରାଯାଇ କେବଳ ଜିଲ୍ଲାର କୋଭିଡ଼ ନେଗେଟିଭ ଥିବା ଭକ୍ତ ମାନଙ୍କୁ ଦର୍ଶନ ସୁଭିଦା ମିଳିବ । ଅନ୍ୟ ଜିଲ୍ଲା କିମ୍ବା ରାଜ୍ୟର ଭକ୍ତ ମାନଙ୍କୁ ବାରଣ କରାଯାଇଛି । ସାମାଜିକ ଦୁରତା ମାକ୍ସ ବାଧ୍ୟତା ମୂଳକ କରାଯାଇଛି । ସ୍ଵଳ୍ପ ଭକ୍ତ ଓ ପୂଜକମାନଙ୍କୁ ନେଇ ରିତିନିତି ଅନୁଯାୟ ଯାଗର ଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଶାନ୍ତି ଶୁଙ୍ଖଳା, ଆଲୋକ, ପାନୀୟ ଜଳ, ପରିମଳକୁ ଗୁରୁତ୍ଵ ଦିଆଯାଇଛି । ଚଳିତବର୍ଷ କୋଭିଡ଼ ନିୟମ ଅନୁଯାୟ ପରମ୍ପରା ଅନୁଯାଇ ଠାକୁରଙ୍କ ନିତିକାନ୍ତି କରାଯିବା ସହ ରାତ୍ର ୩.୫୫ ମି. ବେଢା ପରିକ୍ରମା କରାଯାଇ ପାଳିଆ ସେବକଙ୍କ ଦ୍ଵାରା ୪.୨୦ (ଅମୃତବେଳା ) ମଧ୍ୟରେ ମହାଦିପ ମନ୍ଦିର ଚୁଡ଼କୁ ଉଠିବା ପାଇଁ
ସମୟ ନିର୍ଘଣ୍ଟ ହୋଇଛି । ୪. ୨୫ ସମୟରେ ହରିହର ଭେଟ ପୂଜା କାର୍ଯ୍ୟ କରାଯିବା
ରିପୋର୍ଟ:- ବିଜ୍ଞାନ ମହାନ୍ତି