ଚଳିତ ବର୍ଷ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳାରେ କୋଭିଡ କଟକଣା ଲାଗୁ ହୋଇଛି, କେବଳ ଢେଙ୍କାନାଳ ଜିଲ୍ଲାର କରୋନା ନେଗେଟିଭ ରିପୋର୍ଟ ବାବା ମାନଙ୍କୁ ଅନୁମତି ମିଳିଛି । ବାହାର ଜିଲ୍ଲାର ସାଧୁସନ୍ଥ ଓ ଜନସାଧାରଣଙ୍କ ପାଇଁ ଯୋରନ୍ଦା ମେଳା ମନା | ଆସନ୍ତା ୨୫ ରୁ ୨୭ ତାରିଖରେ ଯୋରନ୍ଦାରେ ମାଘ ମେଳା ଅନୁଷ୍ଠିତ ହେବ ।
ମହିମା ଧର୍ମର ବାର୍ଷିକ ମେଳା ଭାବରେ ପରିଚିତ, ଯୋରନ୍ଦା ମହିମା ଗାଦିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ କିନ୍ତୁ କରୋନା ମହାମାରୀ କୁ ଆଖି ଆଗରେ ରଖି ଚଳିତ ବର୍ଷ ନିରାଡ଼ମ୍ବର ଭାବରେ ପାଳନ ହେବ ବାବା ପୂର୍ଣ୍ଣିମା । ମହିମା ଧର୍ମର ଏନ୍ତୁଡି ଶାଳ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମା ଗାଦି ହୋଇଥିବାରୁ ଦେଶ ବିଦେଶରୁ ବହୁ ମହିମା ଧର୍ମ ଅବଲମ୍ବୀ ଭକ୍ତ ମାନେ ଆସିଥାନ୍ତି କିନ୍ତୁ ଚଳିତ ବର୍ଷ ମହାମାରୀ ସଂକ୍ରମଣକୁ ଆଖିରେ ରଖି ଲାଗିଛି ରୋକ ।
ରିପୋର୍ଟ ବିଜ୍ଞାନ ମହାନ୍ତି