ଆଜି କଙ୍କଡ଼ାହାଡ଼ ମହାବିଦ୍ୟାଳୟ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି , ଆଜିର ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ପରଜଙ୍ଗ ମାଟିର ସ୍ୱାଭିମାନ ଓଡ଼ିଶାର ଲୋକପ୍ରିୟ ମାନ୍ୟବର ପୂର୍ବତନ ମନ୍ତ୍ରୀ ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ, ଢେଙ୍କାନାଳ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସମସ୍ତ ସୁଖ ଦୁଃଖର ସାଥୀ ଯୁବବର୍ଗ ଙ୍କ ଆଦର୍ଶ ଅତିପ୍ରିୟ ଯୁବନେତା ଅସିତ୍ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ) ଯୋଗଦାନ ଦେଇ
ପ୍ରଥମେ ଦୀପ ପ୍ରଜ୍ବଳନ କରି ରକ୍ତଦାନ ଶିବିର କୁ ଉଦଘାଟନ କରି କହିଥିଲେ ରକ୍ତଦାନ ମହାପୁଣ୍ୟ, ଆମେ ରକ୍ତଦାନ କରିବା ଦ୍ୱାରା ଅନ୍ୟ ମାନଙ୍କର ଜୀବନ ବଞ୍ଚାଇବା ସହ ଆମେ ନିଜେ ମଧ୍ୟ ସୁସ୍ଥ ଆଉ ସୁରକ୍ଷିତ ରେ ରହି ଥାଉ, ଆଜିର ଦିନରେ ଯୁବ ଛାତ୍ର ମାନଙ୍କ ପାଇଁ ରକ୍ତଦାନ ଏକ ବିପ୍ଲବ ରେ ପରିଣତ ହୋଇ ପାରିଅଛି, ଏଣୁ ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଆମେ ସମସ୍ତେ ରକ୍ତଦାନ କରି ନୂତନ ଜୀବନ ଦାନ ଦେଇ ରକ୍ତ ଅଭାବ କୁ ଦୂର କରିବା ଏବଂ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆହ୍ବାନ ଦେଇଥିଲେ, ଏବଂ କଙ୍କଡାହାଡ଼ ମହାବିଦ୍ୟାଳୟ ଲାଇବ୍ରେରୀ ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ The Tall Man ପୁସ୍ତକ ପ୍ରଦାନ କଲେ, ଆଜିର ରକ୍ତଦାନ ଶିବିର ରେ ଅନ୍ୟ ସମ୍ମାନିତ ଅତିଥି କଙ୍କଡ଼ାହାଡ଼ ବ୍ଲକ ଯୁବ ବିଜେଡି ସଭାପତି ତଥା ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ,କଙ୍କଡ଼ାହାଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶ୍ନ କୁମାର ସାହୁ , ଢେଙ୍କାନାଳ ଜିଲ୍ଲା ବିଜେଡ଼ି IT ସଂଯୋଜକ ଗଙ୍ଗାଧର ରାଉତ,, ବ୍ଲକ ଛାତ୍ର ବିଜେଡି ସଭାପତି ଦେବବ୍ରତ ସାହୁ, ଵଟଗା଼ଁ ସରପଞ୍ଚ ରାଜେନ୍ଦ୍ର ସ୍ୱାଇଁ ,ଜିଲ୍ଲା ପରିଷଦ ସୁକାନ୍ତି ସାହୁ,ବିଜେଡ଼ି ସଂଗଠକ ପ୍ରିୟଦର୍ଶୀ ବିଶ୍ଵାଳ, ଟିକମ୍ ହାତୀ , ସମସ୍ତ ସରପଞ୍ଚ ସମିତି ସଭ୍ୟ, ବିଜେଡ଼ି ସୋସିଆଲ ମିଡ଼ିଆ କର୍ମୀ, ଗଣମାଧ୍ୟମ ପ୍ରତିନିଧି, ଏବଂ ସମସ୍ତ ବିଜୁ ଜନତା ଦଳର ସକ୍ରିୟ କର୍ମୀ ଭାଇ ଭଉଣୀ ମାନେ ସାମିଲ ହୋଇଥିଲେ
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ