ମୋଢେଙ୍କାନାଳ : ଜିଲ୍ଲା କୃଷି ଉଦ୍ୟାନ ସମ୍ମିଳନୀ କକ୍ଷରେ ଝଡ଼ନ୍ତା ସୈନିକ କୀଟ ପରିଚାଳନା ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ମହେଶ ସାହୁ ଯୋଗଦେଇ କୀଟନାଶକ ଔଷଧ ବ୍ୟବହାର ନ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି।
ବିଭାଗ ସହିତ ବିଭାଗର ସମନ୍ୱୟ ଆବଶ୍ୟକ ରହିଛି। ଏହାଦ୍ୱାରା କୃଷକମାନେ ବିଶେଷ ଭାବରେ ଉପକୃତ ହୋଇ ପାରିବେ ବୋଲି ସାଂସଦ ମତବ୍ୟକ୍ତ କରିଛନ୍ତି। ଜିଲ୍ଲାରେ କୃଷି ହବ୍ କରିବା ପୂର୍ବରୁ ମାଟିର ପରୀକ୍ଷା କରିବ ଦରକାର ତଳସ୍ତରରେ କାର୍ଯ୍ୟକରୁଥିବା କୃଷି କର୍ମଚାରୀ ଚାଷୀର ଭାବନାକୁ ଜାଣିବା ଉଚିତ୍ ବୋଲି ସେ କହିଥିଲେ।
ଜିଲ୍ଲାପାଳ ସରୋଜ ସେଠୀ ଅଧ୍ୟକ୍ଷତା କରି ପ୍ରତ୍ୟେକ ମାସରେ ପଞ୍ଚାୟତସ୍ତରରେ ଏକ ସମନ୍ୱୟ ବୈଠକ ସହ ବ୍ଲକସ୍ତରରେ ମଧ୍ୟ ଆୟୋଜନକରାଯାଇଥିବାର ପ୍ରକାଶ କରିଛନ୍ତି ଏହାଦ୍ୱାରା ସରକାରଙ୍କର ବିଭିନ୍ନ ଯୋଜନା ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିବା ସହିତ ଗରିବ ହିତାଧିକାରୀମାନେ ଉପକୃତ ହୋଇପାରିବେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ସ୍ଥିତ
ଧାନଗବେଷଣା କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ଡ. ରାଜକିଶୋର ରାଓ, ଧାନଗବେଷଣା କେନ୍ଦ୍ରର ମୁଖ୍ୟ ଡ.ଏକେ ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ ପ୍ରମୂଖ ଯୋଗଦେଇ ଜିଲ୍ଲାରେ କୀଟନାଶକଔଷଧ ଉପରେଚାଷୀମାନଙ୍କୁ ତାଲିମ ପ୍ରଦାନ କରାଯିବା ଉପରେ ଗରୁୁତ୍ୱ ପ୍ରଦାନ କରିଥିଲେ।
କୃଷି ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶିକା ଗୀତାଞ୍ଜଳି ପାଢ଼ୀ ଯୋଗଦେଇ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେସୂଚନା ଦେଇଥିଲେ। ଶେଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ ଶିବିରରେ ଜିଲ୍ଲାର କୃଷି ଅଧିକାରୀ ଓ ଚାଷୀମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।
ଆଶୁତୋଷ ମହାପାତ୍ରଙ୍କ ରିପୋର୍ଟ ମୋ ଢେଙ୍କାନାଳ ।