ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପରିସରରେ ୩୦ ଜଣ ଭାଇ ଭଉଣୀ ମାନଙ୍କୁ ନେଇ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ।
ମୁଖ୍ୟ ଅତିଥି ଭାବେ ଐରା ନିର୍ଦ୍ଦେଶକ ଡ.ସୁରେଶ କୁମାର ପଣ୍ଡା,ଅନ୍ତର୍ଯ୍ୟାମୀ ରଥ ଏବଂ ସରୋଜ ଶତପଥୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସରୋଜ କୁମାର ନାଏକଙ୍କୁ ତିନିଚକିଆ ଯାନ ଓ ଶୁଭ୍ରାଂଶୀ ବେହେରାଙ୍କୁ ଏମଏସଆଇଇଡି କିଟ ଦିଆଯାଇଥିଲା ।
ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ସଙ୍ଗୀତା ପ୍ରିୟଦର୍ଶିନୀ ଭୌତିକ ବିଭାଗର ଚିକିତ୍ସକ, ନିର୍ଦ୍ଦେଶକଙ୍କ ଦ୍ୱାରା ସମ୍ମାନୀତ ହେଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ସମାଜସେବୀ ପ୍ରଦ୍ୟୁମ୍ନ ପଣ୍ଡା, ରୁଦ୍ରନାରାୟଣ ଷଡଙ୍ଗୀ, ସମାପ୍ତିକା ଜେନା, ବିବେକ କୁମାର ନାୟକ, ସୁଚିସ୍ମିତା ସେନ୍,ସୁଶ୍ରୀ ନନ୍ଦ, ମନିସା ସିଂ, ସୌମ୍ୟା ମିଶ୍ର ଓ ଅଭିଜିତ ଅଭିନନ୍ଦନ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ