Tuesday, 08/October/2024 12:13
Mo Dhenkanal
ଢେଙ୍କାନାଳ ଖବର

ରୋଟାରାକ୍ଟ କ୍ଲବ୍ ଢେଙ୍କାନାଳ ର ଚତୁର୍ଥ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ।

ରୋଟାରାକ୍ଟ କ୍ଲବ୍ ଢେଙ୍କାନାଳ ର ଚତୁର୍ଥ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ।
ରୋଟାରାକ୍ଟ କ୍ଲବ୍ ଢେଙ୍କାନାଳ ର ଚତୁର୍ଥ ଅଧିଷ୍ଠାନ ଦିବସ ରବିବାର ଦିନ ସ୍ଥାନୀୟ ରୋଟାରୀ କ୍ଲବ ଢେଙ୍କାନାଳ ପରିସର ରେ ଅନୁଷ୍ଠୀତ ହୋଇ ଯାଇଛି |

FB_IMG_1686103726896
Picsart_22-04-11_10-18-21-175

ଏହି ଅବସରରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଶ୍ରୀ ସୂମିତ କର (I.F.S) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ | ରୋଟାରୀ କ୍ଲବ ଢେଙ୍କାନାଳ ର ସଭାପତି ଶ୍ରୀ ଅବୋଧ ମହାପାତ୍ର ଓ Rotary District 3262 ର District Rotaract Representative ପ୍ରତ୍ୟୁଷ ସାହା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ରୋଟାରୀ କ୍ଲବ ଢେଙ୍କାନାଳ ର ଡାଇରେକ୍ଟର ୟୁଥ୍ ସର୍ଭିସ ଶ୍ରୀ ଇପିଲି ଶ୍ରୀଧର ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ଥିଲେ |

IMG-20230205-WA0003
Picsart_22-04-11_10-18-21-175

ଏହି ଅବସରରେ ରୋଟାରାକ୍ଟ କ୍ଲବ୍ ଢେଙ୍କାନାଳ ର ନୂତନ ସଭାପତି ଭାବରେ ଶିବପ୍ରସାଦ ସ୍ୱାଇଁ ଓ ନୂତନ ସମ୍ପାଦିକା ଭାବେ ଅମ୍ରିତା ମିଶ୍ର ଦାୟିତ୍ଵ ଗ୍ରହଣ କରିଲେ | ଏହି ଅବସରରେ ୯ ଜଣ ବ୍ୟକ୍ତି ବିଶେଷ ଯଥା ସେବା ପାଇଁ ହର୍ଷବର୍ଦ୍ଧନ ସିଂ ଦେଓ, କ୍ରୀଡ଼ା ତଥା ସମାଜସେବା ପାଇଁ ମାଷ୍ଟର ଗୁରୁଦେବଜୀ ଇଂ ସୌମ୍ୟବ୍ରତ ସାହୁ, ସେବା ପାଇଁ କବିତା ବେହେରା, ପରିବେଶ ପାଇଁ ଶୁଭ୍ରାଂଶୁ ଶତପଥୀ, ସାହିତ୍ୟ ପାଇଁ ପୁଷ୍ପଲତା ରଥ, କାଦମ୍ବରୀ ମହାକୁଡ଼ ପ୍ରମୁଖ ଙ୍କ ଭିନ୍ନ କ୍ଷେତ୍ର ରେ ଉଲେଖନୀୟ ଅବଦାନ ହେତୁ ସମ୍ମାନିତ କରାଯାଇଥିଲା ଏବଂ ବଜରଙ୍ଗ କ୍ଲବ ଢେଙ୍କାନାଳକୁ ସାମାଜିକ କାର୍ଯ୍ୟ ରେ ଉଲେଖନୀୟ କାର୍ଯ୍ୟ ପାଇଁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା |

Picsart_22-04-11_10-18-21-175

କ୍ଲବ୍ ତରଫରୁ ଅଧିଷ୍ଠାନ ଦିବସ ଉପଲକ୍ଷେ ଏକ ସ୍ଵତନ୍ତ୍ର ବୁଲଲେଟିନ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ଲୋପାମୁଦ୍ରା ପରିଚାଳନା କରିଥିବା ବେଳେ ରଞ୍ଜନ,ଅଭିଷେକ, ପ୍ରେମଜିତ୍,ଅବିନାଶ,ଅଭିଳାଷ, ଅମିସା,ଚିନୁ, ସୂମିତ,ଶୁଭମ୍,ଆଶୁତୋଷ,ଅନିଶ ସହଯୋଗ କରିଥିଲେ |

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

10 − 4 =