Monday, 07/October/2024 10:30
Mo Dhenkanal
ଢେଙ୍କାନାଳ ଖବର

ଆଇଆଇଏମସିରେ ହିନ୍ଦୀ ସପ୍ତାହ ପାଳିତ ।

ଢେଙ୍କାନାଳ  : ସବୁ ଭାଷା ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ଭାଷାର ମୂଲ୍ୟ ରହିଛି । ପ୍ରତ୍ୟେକ ଭାଷାର ଜ୍ଞାନ ଭଣ୍ଡାର ସେହି ଭାଷାକୁ ଆହୁରି ସମୃଦ୍ଧ କରିଥାଏ ।
   ତେବେ ଡିଜିଟାଲ ମଞ୍ଚରେ ଭାଷାର ଜ୍ଞାନ ଭଣ୍ଡାର ଅଧିକରୁ ଅଧିକ ରହିବା ଜରୁରୀ । ଏହା ହେଲେ ହିଁ ଭାଷାର ବ୍ୟବହାର ବଢ଼ିପାରିବ ଏବଂ ପରବର୍ତୀ ପିଢ଼ି ସେହି ଭାଷାର ମହତ୍ୱ ବୁଝିପାରିବେ ବୋଲି କହିଛନ୍ତି ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳର ଆଂଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ।

FB_IMG_1686103726896
Picsart_22-04-11_10-18-21-175


   ଆଇଆଇଏମସିରେ ହିନ୍ଦୀ ସପ୍ତାହ ପାଳିତ ହୋଇଛି । ଏହି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଡ. ଚାଟାର୍ଜୀ କହିଛନ୍ତି, ହିନ୍ଦୀ ହେଉଛି ରାଜଭାଷା । ଯେହେତୁ ଭାରତର ଅଧାରୁ ଅଧିକ ଲୋକ ହିନ୍ଦୀ ବୁଝନ୍ତି, ତେଣୁ ଯୋଗାଯୋଗର ଭାଷା ଭାବରେ ଏହାକୁ ବ୍ୟବହାର କରିବା ସହଜ ହୋଇଥାଏ ।
   ସ୍ୱାଧୀନତା ପରବର୍ତୀ ସମୟରେ ଶାସନ ତଥା ଯୋଗାଯୋଗ ପାଇଁ ହିନ୍ଦୀ ଅଧିକ ଉପଯୋଗୀ ହୋଇପାରିବ ବୋଲି ଅନୁଭବ କରି ସମ୍ବିଧାନ ପ୍ରଣେତାମାନେ ହିନ୍ଦୀକୁ ଇଂରାଜୀ ସହିତ ରାଜଭାଷାର ମାନ୍ୟତା ଦେଇଥିଲେ । ଏଥିସହିତ ଅନ୍ୟ ଆଞ୍ଚଳିକ ଭାଷାର ମଧ୍ୟ ଭୂମିକା ରହିଛି ବୋଲି ସେ କହିଛନ୍ତି । 
   ଏହି ଅବସରରେ ପୂର୍ବରୁ ସଂସ୍ଥାନର କର୍ମଚାରୀଙ୍କ ମଧ୍ୟରେ ଅନୁଷ୍ଠିତ ଟିପ୍ପଣୀ ଲିଖନ ଓ ଚିଠା ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପ୍ରମାଣପତ୍ର ଓ ୪୦୦୦ ଟଙ୍କା ପ୍ରଦାନ କରାଯାଇଥିବାବେଳେ ଦ୍ୱିତୀୟ ସ୍ଥାନରେ ବଦ୍ରିନାଥ ଜେନାଙ୍କୁ ୩୦୦୦ ଟଙ୍କା ଏବଂ ତୃତୀୟ ସ୍ଥାନରେ ମନୋଜ କୁମାର ଜେନାଙ୍କୁ ୨୦୦୦ ଟଙ୍କା ପୁରସ୍କାର ରାଶି ଦିଆଯାଇଛି ।   
  ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଉପସ୍ଥିତ ଥିଲେ । ପ୍ରତିବର୍ଷ ଆଇଆଇଏମ୍‍ସିରେ ହିନ୍ଦୀ ଦିବସ ପାଳନ ହେଉଛି । ୧୯୪୯ ସେପ୍ଟେମ୍ବର ୧୪ ତାରିଖରେ ହିନ୍ଦୀକୁ ରାଜଭାଷାର ମାନ୍ୟତା ମିଳିଥିଲା । ୧୯୫୩ ସେପ୍ଟେମ୍ବର ୧୪ ତାରିଖରେ ପ୍ରଥମ ଥର ହିନ୍ଦୀ ଦିବସ ପାଳନ ହୋଇଥିଲା ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

1 × three =