ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ହିନ୍ଦୋଳର ପ୍ରୀୟ ବିଧାୟିକା ସୀମାରାଣୀ ନାୟକଙ୍କ ସହ ହିନ୍ଦୋଳ ବ୍ଲକ ବିଜେଡି ସଭାପତି ବରୁଣ କୁମାର ସର,ସରକାରୀ ଓକିଲ ତଥା କ୍ରୀଡାବିତ ହିମାଂଶୁ ଭୂଷଣ ମିଶ୍ର,ହିନ୍ଦୋଳ ଏନଏସି ଯୁବ ବିଜେଡି ସଭାପତି ରୁଦ୍ର ନାରାୟଣ ପ୍ରସାଦ ଦାସ ଭିଡିଓ କନଫରେନ୍ସ କାର୍ଯ୍ୟକ୍ରମରେ 5T ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ୍ ଙ୍କ ସହ ଆଲୋଚନା କରିଥିଲେ।
ଆଲୋଚନାର ବିଷୟବସ୍ତୁ ଥିଲା,ଆମ ହିନ୍ଦୋଳ ଏନଏସିରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ କୌଣସି ଷ୍ଟାଡ଼ିୟମ ନାହିଁ ।ଉପଯୁକ୍ତ ଭିତ୍ତିଭୂମିର ସୁଯୋଗ ଅଭାବରୁ ସେମାନେ ନିଜ ପ୍ରତିଭାର ଉପଯୁକ୍ତ ବିକାଶ କରିପାରୁନାହାଁନ୍ତି।
ତେଣୁ ଆମେ ବିଧାୟିକାଙ୍କ ନେତୃତ୍ବରେ 5T ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ୍ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନିବେଦନ କଲୁ ।ବିଧାୟିକାଙ୍କ ସହ କ୍ରୀଡାବିତ ତଥା ଜିଲ୍ଲା ମହିଳା ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡ଼ି ଉପ ସଭାପତି ସୁବ୍ରତ ଆଚାର୍ଯ୍ଯ, ଆଶୁତୋଷ ମାଝୀ,କେଶବ ସାମଲ,କିଶାନ ପଟ୍ଟନାୟକ,ସରକାରୀ ଓକିଲ ଶୁସାନ୍ତ ମିଶ୍ର, ପ୍ରଦୀପ କୁମାର ସାହୁ,ପ୍ରଦୀପ ଭଞ୍ଜ, ଅଶୋକ ଗଡନାୟକ, ଯୁବ ବିଜେଡ଼ି ସଭାପତି ଦୁଃଖବନ୍ଧୁ ପ୍ରଧାନ, ଅଦେଶ୍ୱର ମାଝୀଙ୍କ ସମେତ କ୍ରୀଡାବିତ ମଧ୍ଯ ଉପସ୍ଥିତ ଥିଲେ।
5 T ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ୍ ମଧ୍ଯ ନିର୍ଭର ପ୍ରତିଶୃତି ଦେବା ସଙ୍ଗେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ସବୁବେଳେ ଦୃଷ୍ଟି ଆକର୍ଷଣ କରୁଥିବାରୁ ତାଙ୍କୁ ସାଧୁବାଦ ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବ୍ଲକ ଠାରେ ମଧ୍ଯ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରୀୟ ରଞ୍ଜନ ମାହୁନ୍ତଙ୍କ ସମେତ ନଗର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା,କାଉନସିଲର ତଥା କ୍ରୀଡାବିତ ପ୍ରଦ୍ୟୁମ୍ନ ବେହେରା, କ୍ରୀଡାବିତ ରସାନନ୍ଦ ବେହେରା,ଅରୁଣ ଦାଶ,ପ୍ରଶାନ୍ତ ସର,ଛାତ୍ର ସଭାପତି ଶ୍ୟାମଲ ଚନ୍ଦ୍ର ଜେନା,ପ୍ରଦୀପ କୁମାର ସାମନ୍ତ,ସରକାରୀ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ଏବଂ ବହୁ କ୍ରୀଡାବିତ ଉପସ୍ଥିତ ଥିଲେ।
ଏହି ଇନଡୋର ଷ୍ଟାଡିୟମ ନିର୍ମାଣ ହେଲେ ହିନ୍ଦୋଳ ବ୍ଲକ ଏବଂ ଏନଏସିର ସମସ୍ତ କ୍ରୀଡାବିତ ଉପକୃତ ହେବେ।
ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ