Thursday, 25/April/2024 09:17
Mo Dhenkanal
ଢେଙ୍କାନାଳ ଖବର

ମହତ କାର୍ଯ୍ୟ ପାଇଁ ବିଡ଼ିଓ ଓ ସରପଞ୍ଚଙ୍କୁ ଟୁଇଟ କରି ଧନ୍ୟବାଦ ଜଣାଇଲେ ରାଜ୍ୟର ସଭା ସାଂସଦ ଡ଼ଃ ଅମର ପଟ୍ଟନାୟକ।

ଗତ କାଲି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ମହଲୁଣ୍ଡା ପଞ୍ଚାୟତର ନୂଆପଡ଼ା ଗ୍ରାମ ଅନାମୀ ସାହୁ ନାମକ ଅସହାୟ ମହିଳା କିଛି ଦିନ ହେଲା ଏକ ଅଜଣା ରୋଗରେ ପୀଡିତ ଥିଲେ,ଆଉ ତାହା କାଲି ଉପରବେଳା ଜାଣିବାକୁ ପାଇଥିଲି , କଣ କରିବି ଭାବି ପାରିନଥିଲି ପରେ ରେଡ୍ କ୍ରସ ସଦସ୍ୟ ରାଜେଶ ଭାଇଙ୍କ ଠାରୁ ପରାମର୍ଶ ନେଇ ହିନ୍ଦୋଳ ର ରେଡ୍ କ୍ରସ୍ ସଦସ୍ୟ, ଯୁବ ସାମ୍ବାଦିକ ଦୀପକ ଭାଇ ସହ ଆଲୋଚନା କରି ଗୁଲେହି ସମିତି ସଭ୍ୟଙ୍କ ଜରିଆରେ ମୁଁ ମହାଲୁଣ୍ଡା ସରପଞ୍ଚଙ୍କ ମୋବାଇଲ୍ ନମ୍ବର୍ ପାଇ ରାତି ୧୦ ଘଟିକାରେ ପୀଡିତ ରୋଗୀଙ୍କ ବିଷୟରେ ଅବଗତ କରାଇଥଲି, ଆଉ ସରପଞ୍ଚ ମୋହଦୟ ମଧ୍ୟ ଏହି ବାର୍ତ୍ତା କୁ ଗୁରୁତ୍ୱ ଦେଇ ରାତ୍ରୀ ୨:୩୦ ଘଟିକା ରେ ହିନ୍ଦୋଳ ଡାକ୍ତରଖାନା କୁ ପୀଡ଼ିତା ମହିଳା ଙ୍କୁ ସ୍ଥାନାନ୍ତରିତ କରିଥିଲେ।ମାନ୍ୟବର ରାଜ୍ୟ ସଭା ସାଂସଦ ଡଃ .ଅମର ପଟ୍ଟନାୟକ ସାର୍ ଟୁଇଟ କରି ହିନ୍ଦୋଳ ବିଡ଼ିଓ ଏବଂ ସରପଞ୍ଚ ମହୋଦୟ ଙ୍କୁ ସାଧୁବାଦ ଜଣାଇଥିଲେ। କରୋନା ମହାମାରୀର ଏହି ଜଟିଳମୟ ପରିସ୍ଥିତିରେ ହିନ୍ଦୋଳ ବ୍ଲକ୍ ସ୍ଥିତ ନୂଆପଡ଼ା ଗ୍ରାମର ଜଣେ ଅସହାୟ ମହିଳାଙ୍କୁ ବିଳମ୍ବିତ ରାତ୍ରିରେ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରି ଆବଶ୍ୟକ ସହାୟତା କରିଥିଲେ ଓ ହିନ୍ଦୋଳ ବାସୀ ଙ୍କ ତରଫରୁ ମଧ୍ୟ ବିଡ଼ିଓ ଓ ସରପଞ୍ଚଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଆଗକୁ ମଧ୍ୟ ଏମିତି ସେବା କାର୍ଯ୍ଯ ଯାରି ରହିବ ବୋଲି ହିନ୍ଦୋଳ ବାସୀ ଆଶା ଆଶା କରିଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

1 × one =