Monday, 22/April/2024 01:47
Mo Dhenkanal
ଢେଙ୍କାନାଳ ଖବର

ହିନ୍ଦୋଳ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ : ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ !

ହିନ୍ଦୋଳ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଦାବୀ ହୋଇଛି । ସାମାଜିକ ସଂଗଠନ ଆମ ହିନ୍ଦୋଳ ପକ୍ଷରୁ ବ୍ଲକର କୃଷକମାନେ  ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବ୍ଲକରେ ଚଳିତ ଆବଶ୍ୟକତା ଠାରୁ ଢେର କମ ବର୍ଷା ଯୋଗୁ ଫସଲ ହାନୀ ଘଟିଥିବା ବେଳେ ହାତୀପଲ ଓ ବାରହାଙ୍କ ଦ୍ୱାରା  ଧାନଫସଲ ନଷ୍ଟ ହୋଇପଡିଛି ।

FB_IMG_1686103726896
Picsart_22-04-11_10-18-21-175

IMG-20230205-WA0003
Picsart_22-04-11_10-18-21-175

ସ୍ୱଳ୍ପ ବୃଷ୍ଟି ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ୍ ଘଟିଥିବା ବେଳେ ଯେଉଁ କିଛି ଅଞ୍ଚଳରେ ଧାନ ଫସଲ ହୋଇଛି ତାହା ବନ୍ୟଜନ୍ତୁଙ୍କ ଦ୍ୱାରା ଧାନ ଫସଲ ନଷ୍ଟ ହେବା ଦ୍ୱାରା ଚାଷୀକୁଳ ହତାଶ ହୋଇପଡିଛି ।ଫଳରେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଧାର କରଜ କରି ଚାଷ କାର୍ଯ୍ୟ କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସି ରହିଛନ୍ତି । ତୁରନ୍ତ ହିନ୍ଦୋଳ ଅଞ୍ଚଳକୁ ମରୁଡି ଅଞ୍ଚଳ ଘୋଷଣା କରିବା ସହ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ  ଦାବୀ କରିଛନ୍ତି ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

fourteen + fifteen =