Monday, 07/October/2024 10:11
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଜିଲ୍ଲାରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ପୃଥକୀକରଣ ନିମନ୍ତେ ବୈଠକ ।

ମୋଢେଙ୍କାନାଳ ବ୍ୟୁରୋ- ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦଭାବନା ସଭାଗୃହରେ ଢେଙ୍କାନାଳ ଜିଲ୍ଲାରେ ଥିବା ସମିଶ୍ରିତ ( composite ) ମହାବିଦ୍ୟାଳୟ ମାନଙ୍କରେ ଥିବା ଡିଗ୍ରୀ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ପୃଥକୀକରଣ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

FB_IMG_1686103726896
Picsart_22-04-11_10-18-21-175

ଉକ୍ତ ବୈଠକରେ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ଜେନା , ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ , ଉତ୍ତରାଞ୍ଚଳ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ଶ୍ରୀମତୀ ନିବେଦିତା ପାଣି , ଜିଲ୍ଲା ଶିକ୍ଷା ଅଧିକାରୀ , ଢେଙ୍କାନାଳ , ଶ୍ରୀମତୀ ସସ୍ମିତା ସାହୁ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ , ଢେଙ୍କାନାଳ , ସମିଶ୍ରିତ ( composite ) ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କର ଅଧ୍ୟକ୍ଷ ଏବଂ ଜିଲ୍ଲାର ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସମିଶ୍ରିତ ( composite ) ମହାବିଦ୍ୟାଳୟ ମାନଙ୍କରେ ଥିବା ଡିଗ୍ରୀ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଜମି , ଶ୍ରେଣୀଗୃହ , ପ୍ରୟୋଗଶାଳା , ପାଠାଗାର ଇତ୍ୟାଦିର ପୃଥକୀକରଣ , ଶିକ୍ଷାନୁଷ୍ଠାନ ଗୁଡିକର ନିଜସ୍ବ ଜମି ପଟ୍ଟା ପାଇଁ ଆବେଦନ , ବିଦ୍ୟୁତ ଏବଂ ଇଣ୍ଟରନେଟ ସୁବିଧା , ସୌନ୍ଦର୍ଯ୍ୟକରଣ , ଆପ୍ରୋଚ ରୋଡ ନିର୍ମାଣ ଉପରେ ବିସ୍ତୃତ ଭାବରେ ଆଲୋଚନା କରଯାଇଥିଲା ଏବଂ ଏହାକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା ।

IMG-20230205-WA0003
Picsart_22-04-11_10-18-21-175

ଭବିଷ୍ୟତରେ ଢେଙ୍କାନାଳ ଜିଲ୍ଲା ଶିକ୍ଷାର ହବ ହେବାକୁ ଯାଉଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାରେ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଅଛି ବୋଲି ଜିଲ୍ଲାପାଳ ବୈଠକରେ ଉପସ୍ଥାପନ କଲେ ଏବଂ ଉପସ୍ଥିତ ଥିବା ଡିଗ୍ରୀ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମସ୍ତ ଅଧକ୍ଷମାନଙ୍କର ସହଯୋଗ କାମନା କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

10 − ten =