Sunday, 06/October/2024 04:45
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

କରୋନା ଛଡାଇଛି ବାଉଁଶ କାରିଗରଙ୍କ ରୋଜଗାର ।

ଢେଙ୍କାନାଳ : ବାଉଁଶ ତିଆରି କଳାକୃତି ହେଉ କି ପାରମ୍ପରିକ ବିଭିନ୍ନ କୃଷି ସାମଗ୍ରୀ । କାହିଁ କେଉଁକାଳରୁ ଲୋକଙ୍କ ଗୃହ ଉପକରଣ ଭାବେ ଏହାର ବ୍ୟବହାର ହୋଇଆସୁଛି । ଓଡିଶାର ପୁରପଲ୍ଲୀରେ ଘରେ ଘରେ ବାଉଁଶ ତିଆରି ବିଭିନ୍ନ ଘରକରଣା ଜିନିଷ ଦେଖିବାକୁ ମିଳିଥାଏ ।ବିଭିନ୍ନ ବର୍ଗର ଲୋକମାନଙ୍କ ଚାହିଦା ଅନୁସାରେ ଆବଶ୍ୟକ ବାଉଁଶ ସାମଗ୍ରୀକୁ ସୁଲଭ ଦରରେ କିଣିଥାନ୍ତି । ମାତ୍ର କରୋନା ମହାମାରୀ ସମୟରେ ବାଉଁଶ ଶିଳ୍ପ ଉପରେ ନିର୍ଭରଶୀଳ ଅନେକ କାରିଗରଙ୍କ ଚଳଣିରେ ବହୁ ଅଭାବ ଅସୁବିଧା ଦେଖାଦେଇଛି । ଏହି ଭଳି ଜଣେ ବାଉଁଶ କାରିଗରି ହେଉଛନ୍ତି ଭାଗ୍ୟଧର ଦାସ । ଶିକ୍ଷକ ଜୀବନରୁ ସ୍ୱେଚ୍ଛାକୃତ ଅବସର ନେଇ ଆପଣାଇ ନେଇଥିଲେ ବାଉଁଶ କାରିଗର ଭାବେ । ୫୦ରୁ ଉର୍ଦ୍ଧ୍ୱ ବାଉଁଶ କାରିଗରିଙ୍କୁ ଶିଖାଇଛନ୍ତି ଏହି କଳାକୃତି । କାମାକ୍ଷାନଗର ବ୍ଳକରାଏନୃସିଂହପୁର ଗ୍ରାମର ୮୨ ବର୍ଷିୟା ବୃଦ୍ଧ ଭାଗ୍ୟଧର ଦାସ । ପେସାରେ ସେ ଥିଲେ ଜଣେ ଶିକ୍ଷକ । ବାଉଁଶକାମ କାମ ତାଙ୍କୁ ଏତେ ଆକୃଷ୍ଟ କରିଥଲା ଯେ ସରକାରୀ ଚାକିରି ତାଙ୍କୁ ଅଟକାଇ ପାରିଲା ନାହିଁ । ବାଧ୍ୟହୋଇ ସେ ଚାକିରୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଲେ ଏବଂ ନିଜେ ଘରେ ସେ ବାଉଁଶରେ ବିଭିନ୍ନ ପ୍ରକାରର ଘର ଉପକରଣ ତିଆରି କରୁଛନ୍ତି । ଏହ ଜିନିଷ ଗୁଡିକ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀ ମେଳା, ପଲ୍ଲୀଶ୍ରୀ ମେଳା କିମ୍ବା ସରକାରଙ୍କ ତରଫରୁ ଓରମାସ ଦ୍ୱାରା ଆୟୋଜିତ ମେଳାଗୁଡିକରେ ବିକିବା ଆରମ୍ଭ କରି ପୁରସ୍କୃତ ମଧ୍ୟ ହୋଇଥିଲେ । ପୁରସ୍କାର ତାଙ୍କୁ ଉତ୍ସାହିତ କଲା ଏବଂ ଅଧିକରୁ ଅଧିକ ଇଛାଶକ୍ତି ବଢିବା ସହ ଗ୍ରାମର କିଛି ଯୁବକ ଯୁବତୀଙ୍କୁ ଶିକ୍ଷାଦେଲେ ।ସେମାନେବି ଏବେ ବାଉଁଶ କାରିଗର ହୋଇ ସ୍ୱାବଲମ୍ବି ହୋଇଛନ୍ତି । ୫ ଟଙ୍କାରୁ ଆରମ୍ଭକରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବାଉଁଶରେ ଘରୋଇ ଉପକରଣ ତିଆରି କରୁଛନ୍ତି ଭାଗ୍ୟଧର । ସିନ୍ଦୁର ଫରୁଆ ଠାରୁ ଆରମ୍ଭ କରି ଡ୍ରେସିଙ୍ଗ ଟେେବେୁଲ ପର୍ଯ୍ୟନ୍ତ ତିଆରି କରୁଛନ୍ତି । ବାଉଁଶରେ ଟେବୁଲ, ବେଂଚ, ଖଟ, ମୋବାଇଲ ଷ୍ଟାଣ୍ଡ, ପେନ ଷ୍ଟାଣ୍ଡ, ସୁନ୍ଦର ସୁନ୍ଦର ଫୁଲ ଓ ଫୁଲଦାନୀ ଇତ୍ୟାଦି ବିଭିନ୍ନ ପ୍ରକାରର ଘରକରଣା ଜିନିଷ ତିଆରି କରୁଛନ୍ତି । ବାଉଁଶରେ ଏତେ ସୁକ୍ଷ୍ମ କାମ ଯେ କେହିବି ମେଳାକୁ ବୁଲିବାକୁ ଆସେ ଟିକିଏ ଷ୍ଟଲ ଆଗରେ ଠିଆହୋଇ ନ ଦେଖିଲେ ମନ ଭରେ ନାହିଁ । କିନ୍ତୁ ୨ ବର୍ଷ ହେବ ଦାଉସାଧିଛି କରୋନା ମହାମାରୀ । ନାଁ କେଉଁଠି ମେଳା ଲାଗୁଛି ନାଁ ଷ୍ଟଲ ଲାଗୁଛି । ଯାହା ସବୁ ଜିନିଷ ତିଆରି କରନ୍ତି ସେ ସବୁ ଘରେ ପଡି ରହିଛି । ଯେଉଁଠି ଦିନକୁ ଦିଓଳି ଦିମୁଠା ଖାଇବା ପାଇଁ ସମ୍ଭବ ହେଉନାହିଁ ସେଠି କଂଚାମାଲ କିଣିବା କଥା ପଚାରେ କିଏ । ବାଉଁଶ, ଅଠା ଓ କଂଟା କିଣିବା ପାଇଁ ତାଙ୍କ ପାଖରେ ଆଉ ସମ୍ବଳ ନାହିଁ । ଏକ ପ୍ରକାର ଦୁର୍ଦ୍ଦିନରେ ଜୀବନ ଯାପନ କରୁଛନ୍ତି ବୃଦ୍ଧ ଜଣଙ୍କ । ଢେଙ୍କାନାଳ ଜିଲ୍ଲାର ପ୍ରଥମ ବାଉଁଶ କାରିଗର ଭାବେ ପରିଚିତ ବୃଦ୍ଧ ଭାଗ୍ୟଧର ଦାସ ଏବେ ଜୀବନ ଜିଇଁବା ପାଇଁ ଏକପ୍ରକାର ସଂଘର୍ଷ କରୁଛନ୍ତି । କରୋନା ମହାମାରୀ ଯୋଗୁ ଅନେକ ଲୋକଙ୍କ ଆର୍ଥିକ ମାନଦଣ୍ଡ ମଧ୍ୟ ଦୋହଲାଇ ଦେଇଛି । ଏପରି ସ୍ଥଳରେ ଭାଗ୍ୟଧରଙ୍କ କ୍ଷେତ୍ରରେ ମଧ୍ୟ ଜୀବନ ଜିବିକା ପ୍ରଭାବିତ ହୋଇଛି । ତେଣୁ ସରକାର ଏହି ବାଉଁଶ କାରିଗରଙ୍କ ପ୍ରତି ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

1 × 1 =