ବେସାହାରା ଶିକ୍ଷିତ ମହିଳା ମଞ୍ଜୁକ୍ତା ସିଂ ର ସାହାରା ପାଲଟିଲା ଢେଙ୍କାନାଳର ଯୁବ ଅନୁଷ୍ଠାନ ହେଲପିଙ୍ଗ୍ ହାଣ୍ଡ୍ସ ସୋସିଓ ସ୍ପେସିଫିକ୍ I
ମହାମାରୀ କରୋନା ଯେପରି ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି ଏବଂ ସେହି ଭୟଙ୍କର ଭାଇରସ କବଳରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଯେତେବେଳେ ସରକାରଙ୍କ ସଙ୍ଗେ ସଙ୍ଗେ ସମସ୍ତ ପରିବାର ଘରେ ରହୁଥିବା ବେଳେ ଠିକ ସେହି ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ଢେଙ୍କାନାଳ ସହରର ବାଜିଚୌକ ଅଂଚଳ ରେ ଜଣେ ମହିଳା ବୟସ ୪୩ ଏକ ମାସ ହେଲା ଜଣଙ୍କ ଘର ବାରଣ୍ଡା ରେ ଖରା ବର୍ଷା କାକରେ ବେସାହାରା ହୋଇ ପଡି ରହିଥିଲେ ବଡ଼ ବିଡମ୍ବନା ର ବିଷୟ ଅସହାୟ ମହିଳା ଜଣଙ୍କ ଶିକ୍ଷିତ ଅଟନ୍ତି ଏବଂ ଏହା ସହିତ ସିଏ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ର ଯୁକ୍ତ ୨ କଳା ଛାତ୍ରୀ ମଧ୍ୟ ରହିଆସିଛନ୍ତି I
ଆଜି ଏହି ଘଟଣାଟି ଢେଙ୍କାନାଳର ଯୁବ ଅନୁଷ୍ଠାନ ହେଲପିଙ୍ଗ୍ ହାଣ୍ଡ୍ସ ସୋସିଓ ସ୍ପେସିଫିକର ଦୃଷ୍ଟି ଆକର୍ଷଣ ହୋଇଥିବା ବେଳେ ଅନୁଷ୍ଠାନର ସଦସ୍ୟ ମାନେ ଯଥା ଷ୍ଟାଲିନ୍ ମହାନ୍ତି, ସୋମ୍ୟା ମିଶ୍ର, ସର୍ବେଶ୍ୱର ବେହେରା ସେହି ସ୍ଥାନରେ ପହଞ୍ଚି ଉକ୍ତ ମହିଳାଙ୍କ ଠାରୁ ସବୁ କିଛି ବୁଝିବା ସହିତ ମହିଳା ଜଣଙ୍କର ପୂର୍ଣ୍ଣ ଥଇଥାନର ବ୍ୟବସ୍ଥା ପାଇଁ ଏହି ଘଟଣା ଟିକୁ ଜିଲ୍ଲା ଡ଼ିଏସଏସଓ ଙ୍କୁ ଜଣେଇବା ସଙ୍ଗେ ସଙ୍ଗେ ଢେଙ୍କାନାଳ ଜିଲ୍ଲାର ଐରା ଅନୁଷ୍ଠାନର ମୁଖ୍ୟ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଏହି ମହିଳା ଙ୍କର ସମ୍ପୂର୍ଣ ବ୍ୟବସ୍ଥା କରାଯିବ ବୋଲି ଉଭୟ ଡ଼ିଏସଏସଓ ଏବଂ ଐରା ଅନୁଷ୍ଠାନର ମୁଖ୍ୟ ପ୍ରତିଶୃତି ମଧ୍ୟ ଦେଇଥିଲେ I ପରବର୍ତୀ ମୁହୂର୍ତରେ ନିଜ ପ୍ରତିଶୃତି କୁ ପୁରଣ କରିବା ସହିତ ସେମାନଙ୍କ ଅନୁମତି କ୍ରମେ ହେଲପିଙ୍ଗ୍ ହାଣ୍ଡ୍ସ ସୋସିଓ ସ୍ପେସିଫିକ୍ ଅନୁଷ୍ଠାନର ସଦସ୍ୟ ମାନଙ୍କ ସହଯୋଗ ଯୋଗେ ବେସାହାରା ମହିଳାଙ୍କୁ ନେଇ ଢେଙ୍କାନାଳ ସହରାଞ୍ଚଳ ସମାଚରଣପୁରରେ ଅବସ୍ଥିତ ଐରା ଅନୁଷ୍ଠାନର ଉଜ୍ୱାଳା ଗୃହକୁ ରେ ଥଇଥାନ କରାଯାଇଛି I
ରିପୋର୍ଟ – ବିଜ୍ଞାନ ମହାନ୍ତି