Monday, 07/October/2024 10:09
Mo Dhenkanal
ଢେଙ୍କାନାଳ ଖବର

ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ, ଶାନ୍ତିର ସହର ଢେଙ୍କାନାଳରେ ଅଗ୍ନି ବର୍ଷା ।

ଢେଙ୍କାନାଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡିଛି । ଶାନ୍ତିର ସହର ଢେଙ୍କାନାଳରେ ଦିନ ୧୦ଟା ବାଜିଲେ ଘରୁ ବାହାରିବା କଷ୍ଟ ହୋଇ ପଡିଛି । ଟାଣ ଖରା ଯୋଗୁ ଲୋକେ ଛତା, ମୁଣ୍ଡରେ ଗାମୁଛା ବାନ୍ଧି ପଦାକୁ ବାହାରୁ ଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ବାଟୋଇ ମାନେ ଟାଣ ଖରାରୁ ରକ୍ଷାପାଇବା ପାଇଁ ଆଖୁରସ , ଲସି, ସରବତ, ତରଭୁଜର ସହାରା ନେଉଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ସହରରେ ପୌର ପରିଷଦ ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନ ମାନଙ୍କରେ ଜଳଛତ୍ର କରାଯାଇଛି । ଚଳିତବର୍ଷ ଏଭଳି ଟାଣ ଖରା ଆଗରୁ କେବେ ଲୋକ ମାନେ ଅନୁଭବ କରିଥିବା ପ୍ରକାଶ କରିଛନ୍ତି । ଟାଣ ଖରା ଯୋଗୁ ଆଖୁରସ, ସର୍ବତ ଭଳି ଦୋକାନ ମାନଙ୍କର ଭଲ ବ୍ୟବସାୟ ହେଉଥିବା ବ୍ୟବସାୟୀ କହିଛନ୍ତି ।

Picsart_22-04-11_10-18-21-175

ଅନ୍ୟ ପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ବଢି ଥିବାରୁ ସ୍କୁଲ ଗୁଡ଼ିକୁ ଛୁଟି କରାଯାଇଛି ।

କାମ ନଥିଲେ ଖରାରେ ପଦାକୁ ନ ଯିବା ପାଇଁ ବାରଣ କରାଯାଇଛି । ଦିନ ମଜୁରିଆ ମାନଙ୍କୁ ଟାଣ ଖରାର କାମ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ସମସ୍ତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଥିବା ଜିଲ୍ଲାପାଳ ସରୋଜ କୁମାର ସେଠୀ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

5 × five =