ଗୁରୁଦେବଜୀ ଫାଉଣ୍ଡେସନ୍ ପକ୍ଷରୁ ଗୁରୁଦେବଜୀ ମାର୍ଶାଲ୍ ଆର୍ଟ ଏକାଡେମୀର ଛାତ୍ରଛାତ୍ରୀଙ୍କୁ ନେଇ ଢେଙ୍କାନାଳ ବଳରାମ ମନ୍ଦିର ପାଖରେ ଥିବା ପାଣିଓହଳା ପାହାଡରେ ପର୍ବତାରୋହଣ କୌଶଳ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏକାଡେମୀର ମୁଖ୍ୟ ତଥା ସହକାରୀ ଯୋଗଶିକ୍ଷକ ଇଂ. ସୌମ୍ୟବ୍ରତ ସାହୁ ପାହାଡ ଚଢିବା କୌଶଳ ଶିଖାଇବା ସହ ପ୍ରକୃତି କୋଳରେ ଯୋଗଶିକ୍ଷା ପ୍ରଦାନ କରିଥିଲେ । ଏହି ଏକଦିବସୀୟ ପ୍ରଶିକ୍ଷଣ ଶିବିରରେ ଏକାଡେମୀ ସମେତ ଅନ୍ୟାନ୍ୟ ସ୍କୁଲ୍ ଓ କଲେଜ୍ର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବା ସହ ଢେଙ୍କାନାଳର ସମସ୍ତ ପାହାଡ ଚଢିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାରଣ ଏହିଭଳି ଶାରୀରିକ ପ୍ରଶିକ୍ଷଣ ଦ୍ବାରା ପ୍ରଶିକ୍ଷାର୍ଥୀମାନଙ୍କର ଶାରୀରିକ ଓ ମାନସିକ ଆତ୍ମବଳ ସହ ଫୁତିରେ ଉନ୍ନତି ହେବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶ୍ରୀ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଆମେଚର୍ ତାଇକୋଣ୍ଡ ଅନୁଷ୍ଠାନର ସହ-ପ୍ରଶିକ୍ଷକ ବ୍ଲକ୍ ବେଲ୍ଟ୍ ଇନ୍ଦ୍ରଜିତ୍ ସାହୁ ଓ ପ୍ରତାପ ନାୟକ ପରିଚାଳନା କରିଥିବା ବେଳେ ଫିରୋଜ କୁମାର ପାତ୍ର, ମୃତ୍ୟୁଞ୍ଜୟ ରଥ, ତୁଷାର ସାମଲ, ସଚିନ୍ ପାତ୍ର, ଅରୁଣ ସାହୁ, ପି. ଶ୍ରୀନିବାସ ରାଓ, ମୁକେଶ ଦାସ, ମୋହିନୀ ମୋନାଲିସା ପ୍ରମୁଖ ସହଯୋଗ କରିଥିଲେ ।
ଶେଷରେ ଅନୁଷ୍ଠାନର ନିର୍ଦ୍ଦେଶକ ବିଜ୍ଞାନ ମହାନ୍ତି ସମସ୍ତଙ୍କୁ ଏପରି କାର୍ଯ୍ୟ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।
ବ୍ୟୁରୋ ରିପୋର୍ଟ , ମୋ ଢେଙ୍କାନାଳ