ଗଁଦିଆ ବ୍ଲକର କାଲୁରିଆ,ଜୋରନ୍ଦା, କରମୂଳ ଓ ବାଇସିଙ୍ଗା ଗ୍ରାମପଞ୍ଚାୟତ ଠାରେ ଧାନମଣ୍ଡିର ଶୁଭ ଉଦଘାଟନ ଢ଼େଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ କରିଛନ୍ତି ।
ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି । ନିହଲପ୍ରସାଦ ସେବା ସମବାୟସମିତି ଠାରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ ଉପସ୍ଥିତ ରେ ଉକ୍ତ ଧାନ ମଣ୍ଡିର ଶୁଭାରମ୍ଭ ହୋଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ସି ଡି ପି ଓ ଉର୍ମିଳା ଦେଉରୀ ବ୍ଲକ ଯୋଗାଣ ଅଧିକାରୀ ସ୍ଵର୍ଣପ୍ରଭା ଜେନା ମିଶନ ଶକ୍ତି ସୁପରଭାଇଜର ସସ୍ମିତା ରାଉତ ପ୍ରମୁଖ ଉପସ୍ଥିତ ରହି କିପରି ଭାବରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିପାରିବେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ।ଉକ୍ତ ଧାନ ମଣ୍ଡିର ଦାୟିତ୍ୱ ସ୍ଥାନୀୟ ଶକ୍ତି ମା’ ବିଶ୍ଵରୂପା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି ।
ଏହି ମଣ୍ଡିରେ ମୋଟ ଭାବରେ ୬୫୯.୧୯ କ୍ଵଇଣ୍ଟାଲ ଧାନ କ୍ରୟ କରାଯାଇଛି । ସେହିପରି ଦେଓଗାଁ ସେବା ସମବାୟ ସମିତି ଠାରେ ଅନ୍ୟ ଏକ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି । ଉକ୍ତ ମଣ୍ଡି କୁ ସ୍ଥାନୀୟ ସରପଞ୍ଚ ସାଗରିକା ସାହୁ ଏହାର ଶୁଭାରମ୍ଭ କରିଥିଲେ ଦେଓଗାଁର ମହାମାୟି ସ୍ୱୟଂ ସହାୟକ ଗୋଷ୍ଠୀ ଏଠାରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ନିମନ୍ତେ ଦାୟିତ୍ୱ ଦିଆଯାଇଛି । ଏଠାରେ ମୋଟ୫୦୦ କୁଇଣ୍ଟାଲ ଧାନ ଚାଷି ମାନଙ୍କ ଠାରୁ କ୍ରୟ କରାଯାଇଛି ।
ଲୋପାମୁଦ୍ରା ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ