ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ ଇସ୍କନ ଢେଙ୍କାନାଳ ପକ୍ଷରୁ ପବିତ୍ର ଗୀତା ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି ।
ବୃନ୍ଦାବନବାସୀ ଶ୍ରୀମଦ୍ ଭକ୍ତି ଗୌରବ ନାରାୟଣ ସ୍ୱାମୀ ମହାରାଜାଙ୍କ ଉତ୍ସାହ ତଥା ଆଶିର୍ବଚନ ଦ୍ୱାରା କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମ ମୁହୁର୍ତ ୪.୩୦ ରେ ମଙ୍କଳା ଆରତୀ ତଥା ୦୭.୩୦ ସମୟରେ ଗୁରୁପୂଜା ହୋଇ ୮ଟାରୁ ୧୦ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶ୍ରୀମଦ ଭଗବଦ ଗୀତାର ଶ୍ଳୋକ ପାରାୟଣ କରାଯାଇଥିଲା । ଢେଙ୍କାନାଳର ଭକ୍ତଗଣ ଉତ୍ସାହର ସହ ଏହି ଦିନ ୨୦୦ରୁ ଅଧିକ ଗୀତା ବିତରଣ କରିଥିଲେ ।
ଜିଲ୍ଲାପାଳ, ଉପ ଜିଲ୍ଲାପାଳ,ଏସପି,ଏଏସପି ଏବଂ ସାଂସଦ ଙ୍କୁ ଏହି ପବିତ୍ର ଗୀତା ଜୟନ୍ତୀରେ ଇସ୍କନ ଢେଙ୍କାନାଳର ଭକ୍ତ ଅନୀତା ମାତାଜୀ, ପୁଷ୍ପାଞ୍ଜଳୀ ମାତାଜୀ,ଡ. ନଳିନୀକାନ୍ତ ପରିଡା, ଶ୍ରୀ ପରମହଂସ ଦାସ ଏବଂ ଶ୍ରୀ ପ୍ରେମ କିଶୋର ଦାସଙ୍କ ଦ୍ୱାରା ଭଗବଦ ଗୀତା ବିତରଣ କରାଯାଇଥିଲା ।
ଶ୍ରୀମଦ ଭଗବଦ୍ ଗୀତା ଭବ୍ୟ ଆରତୀ ତଥା ନାମ ସଂକୀର୍ତନ ମଧ୍ୟ ହୋଇଥିଲା । ଆରତି ପରେ ଭକ୍ତମାନଙ୍କ ନିମିତ କୃଷ୍ଣ ପ୍ରସାଦ ଆୟୋଜନ କରାଯାଇଥିଲା । ସନ୍ଧ୍ୟା ସମୟରେ ପ୍ରେମକିଶୋର ଦାସହ୍କ ଦ୍ୱାରା ଗୀତା ମହାତ୍ମ୍ୟ ଉପରେ ସୁନ୍ଦର ପ୍ରବଚନ ହୋଇଥିଲା । ଶ୍ରୀଲ ପ୍ରଭୁପାଦଙ୍କ ପ୍ରୀତି ନିମିତ ୧୨୫ ଗୋଟି ଗୀତା ପ୍ରତ୍ୟେକ ଭକ୍ତ ବିତରଣ କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ ।
କେନ୍ଦ୍ରର ମୁଖ୍ୟ ପରିଚାଳକ ପ୍ରେମକିଶୋର ଦାସଙ୍କ ନିର୍ଦ୍ଦେଶନାରେ ଗ୍ରନ୍ଥ ବିତରଣ ତଥା ଗୀତା ଜୟନ୍ତୀର ଉତ୍ସବ ପାଳିତ ହୋଇଥିଲା ।
ସୌମ୍ୟବ୍ରତ ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ