Monday, 07/October/2024 11:50
Mo Dhenkanal
ଢେଙ୍କାନାଳ ଖବର

କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ବାଳିକା ହକି ଟୁର୍ଣ୍ଣାମେଣ୍ଟ ।

ତା.09.06.2023/ଢେଙ୍କାନାଳ : କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି କରାଇ ସେମାନଙ୍କର ପ୍ରତିଭାର ବିକାଶ କରାଇବା ଲାଗି ଆଜି ଢେଙ୍କାନାଳ ଜିଲ୍ଲା ମିନି ଷ୍ଟାଡିଅମ ଠାରେ ଜିଲ୍ଲା ପ୍ରଶାସନ, UNICEF ଓ ActionAid Association ର ମିଳିତ ସହଯୋଗରେ ଓ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ଶାଖା, ଗଣେଶ ଜୁଏଲାରୀ ର ସାହାଯ୍ୟ କ୍ରମେ ଏକ ଦିବସିୟ ଜିଲ୍ଲା ସ୍ତରୀୟ ବାଳିକା ହକି ଟୁର୍ନାମେଣ୍ଟ (ଅଦ୍ଵିକା କପ) ଆୟୋଜିତ ହୋଇଯାଇଅଛି ।

FB_IMG_1686103726896
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମଟିକୁ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠି, ଆଇ. ଏ. ଏସ. ମହୋଦୟ ଉଟଘାଟନ କରିଥିଲେ. ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲାକୁ ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଅନ୍ୟ ସମସ୍ତ ପ୍ରକାରର ଶିଶୁ ନିର୍ଯାତନା ରୁ ମୁକ୍ତ କରାଇବା ଓ ବିଳକା ମାନଙ୍କର ଦକ୍ଷତାର ବୃଦ୍ଧି କରାଇବା ।

IMG-20230205-WA0003
Picsart_22-04-11_10-18-21-175

ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାୟ 50 ଜଣ ବିଭିନ୍ନ ବର୍ଗର ବଳିକା ହକି ଖେଳାଳି ମାନେ ତିନୋଟି ଟିମ ରେ ବିଭକ୍ତ ହୋଇ ଖୁବ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ. ଜିଲ୍ଲାପାଳ ହକି ବଲ ରେ ଗୋଲ କରି ଖେଳ ଟିର ଶୁଭରମ୍ଭ କରିଥିଲେ. ଉଦଘାଟନ ଉତ୍ସବ ରେ Chairperson CWC, Dhenkanal, ଜିଲ୍ଲା ଶ୍ରମ ଅଧିକାରୀ, Associate Director, ActionAid, Programme Manager, Action Aid, UNICEF ଓ ActionAid ର ଢେଙ୍କାନାଳ ଜିଲ୍ଲା ସଂଯୋଜିକା, କଟକ ଜିଲ୍ଲା ସଂଯୋଜିକା, ଅନୁଗୁଳ ଜିଲ୍ଲା ସଂଯୋଜିକା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଡିପିସି, ମିଶନ ଶକ୍ତି, ADEO,

Picsart_22-04-11_10-18-21-175

ପ୍ରମୁଖ ଉପସ୍ଥିତ ରହି ସମସ୍ତ ଖେଳାଳିମାନଙ୍କୁ ଉତତ୍ସାହିତ କରିଥିଲେ. ସର୍ବଶେଷରେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ସମସ୍ତ ଖେଳାଳିଙ୍କୁ ମାନପତ୍ର ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ ମହାପାତ୍ରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା. ଉଦଯାପନୀ ଉତ୍ସବ ରେ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ପିଲାମାନଙ୍କୁ ଖେଳର ଉପକାରିତା ବିଷୟରେ ଓ ଖେଳକୁ ପାଥେୟ କଲେ ଜୀବନରେ ସଫଳ ହୋଇପାରିବ ବୋଲି କହିଥିଲେ. ଏହି ଅବସରରେ ଏକ ମାସ ଧରି ଶିଶୁ ଶ୍ରମିକ ନିରାକରଣ ସମାରୋହ 2023 ମଧ୍ୟ ପାଳିତ ହୋଇଥିଲା. ଜିଲ୍ଲା ଶ୍ରମ ଅଧିକାରୀ ମୁଁ ଶିକ୍ଷା ଚାହେଁ ଦକ୍ଷତା ନିମନ୍ତେ ର ସ୍ଲୋଗାନ ଦେଇ ବାଳିକା ମାନଙ୍କୁ ଉତତ୍ସାହିତ ମଧ୍ୟ କରାଇଥିଲେ. ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାକୁ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଗଠନ କରାଇବା ଲାଗି ଜିଲ୍ଲାପାଳ ମହୋଦୟ ତାଙ୍କ ଅଭିଭାଷଣରେ କହିଥିଲେ. ActionAid ରୁ ଆସିଥିବା ଅତିଥିମାନେ ଏହି କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ. ସର୍ବ ଶେଷରେ ଜିଲ୍ଲା ସଂଯୋଜିକା, ActionAid ଓ UNICEF, ଢେଙ୍କାନାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ନିର୍ଯାତନା ରୁ ବଂଚିତ ରହି କିପରି ବାଳିକା ମାନେ କ୍ରୀଡା, ଶିକ୍ଷା ଓ ଦକ୍ଷତା ବିକାଶ କରି ସ୍ୱାବଲମ୍ବୀ ହେବେ, ସେଥି ନିମନ୍ତେ ସମସ୍ତ ବିଭାଗର ମିଳିତ ସହଯୋଗ କାମନା କରିଥିଲେ !

ରିପୋର୍ଟ- ସୌମ୍ୟବ୍ରତ ସାହୁ, ମୋ ଢେଙ୍କାନାଳ ।

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

1 × two =