Monday, 07/October/2024 10:53
Mo Dhenkanal
ଢେଙ୍କାନାଳ ଖବର

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜୟନ୍ତୀ ପାଳିତ ।


ଭୁବନେଶ୍ୱର ବୁଦ୍ଧ ମନ୍ଧିର ପରିସରରେ ଢେଙ୍କାନାଳ ସାଂସ୍କୃତିକ ପରିଷଦ, ସାରଙ୍ଗଧର ଦାସ ଫାଉଣ୍ଡେସନ ଓ ଢେଙ୍କାନାଳ ବିକାଶ ପରିଷଦର ମିଳିତ ଆନୁକୁଲ୍ୟରେ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏଥି ପାଇଁ ଆୟୋଜିତ ଏକ ସ୍ମୃତିଚାରଣ ସଭାରେ ବକ୍ତାମାନେ ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ତଥା ଗଡ଼ଜାତ ଏବଂ ପ୍ରଜା ଆନ୍ଧୋଳନର ଜନନାୟକ ସାରଙ୍ଗଧର ଦାସ ଗଡ଼ଜାତ ଗାନ୍ଧୀ ରୂପେ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତବର୍ଷର ଜଣେ ପ୍ରତିଷ୍ଠିତ ରାଷ୍ଟ୍ରୀୟ ନେତା ଥିଲେ।

FB_IMG_1686103726896
Picsart_22-04-11_10-18-21-175

ଓଡ଼ିଶାର ପ୍ରଥମ ଭାବେ ସେ ଆମେରିକାରୁ ଉଚ୍ଚଶିକ୍ଷା ପାଇଥିଲେ ମଧ୍ୟ ସେ ସରକାରୀ ଚାକିରୀ ନକରି ଓଡ଼ିଶାରେ ଶିଳ୍ପର ବିକାଶ କରାଇ ଅଗଣିତ ଦରିଦ୍ର ଜନତାଙ୍କ ସେବା କରିବା ତାଙ୍କର ଅଭିପ୍ରାୟ ଥିଲା। ସେ ଥିଲେ ସ୍ବାଧୀନ ଭାତତର, ଢେଙ୍କାନାଳ ପଶ୍ଚିମ କଟକର ପ୍ରଥମ ଲୋକସେବା ସଦସ୍ୟ ଏବଂ ସ୍ବାଧୀନ ପୂର୍ବର ଏରସମା- ତିର୍ତ୍ତୋଲର ବିଧାୟକ।
ଆଜିର ସଭାରେ ମୁଖ୍ୟ ଅତିଥି ତଥା ପୂର୍ବତନ ଜିଲ୍ଲାପାଳ, ବାଲେଶ୍ବର ଶ୍ରୀ ସନାତନ ମଲ୍ଲିକ ସାରଙ୍ଗଧର ଦାସଙ୍କ ସାହିତ୍ୟକୃତି ‘ଲଣ୍ଡା ଦେହୁରୀର ଚିଠି’ ଏବଂ ଅନ୍ୟାନ ଲେଖାକୁ ଆଜିକାଲିର ଯୁବପିଢିଙ୍କ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରୟାସ ହେବା ଦରକାର।

IMG-20230205-WA0003
Picsart_22-04-11_10-18-21-175

ଏହା ସହିତ ହରେକୃଷ୍ଣ ମହତାବଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ଗଡ଼ଜାତ ପ୍ରଦେଶର ପର୍ଯ୍ୟବେକ୍ଷଣ ରିପୋର୍ଟକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାଶ ହେବା ଦରକାର। ସେବାନିବ଼ତ୍ତ ବିଚାରପତି ଶ୍ରୀ ବସନ୍ତ ପଢିହାରୀ ସରକାରଙ୍କ ପ୍ରତି ଆଙ୍କୁଳି ଉଠାଇ ଓଡ଼ିଶାର ଏକମାତ୍ର ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ସାରଙ୍ଗଧର ପ୍ରତି ସରକାର ଅବହେଳା କରିଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ସାରଙ୍ଗଧର ଦାସ ଫାଉଣ୍ଡେସନ୍ ତରଫରୁ ରାଜ୍ୟ ସରକାରଙ୍କୁ ଭୁବନେଶ୍ବରରେ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ତାଙ୍କ ନାମରେ ଏକ ଛକ ଓ ରାସ୍ତାର ନାମକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଏକ ଦାବୀ ଉପସ୍ଥାପନା କରାଯାଇଥିଲା। ଡକ୍ଟର ମହେଶ ପ୍ରସାଦ ରାଉତ ଅନ୍ୟତମ ବକ୍ତା ଭାବେ ଓଡ଼ିଶା ଏବଂ ଭାରତର ଗଡ଼ଜାତ ମିଶ୍ରଣରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ସାରଙ୍ଗଧର ଦାସଙ୍କର ସାହାଯ୍ୟ ଚିର ସ୍ମରଣୀୟ ବୋଲି କହିଥିଲେ।

Picsart_22-04-11_10-18-21-175


ଅନ୍ୟତମ ବକ୍ତା ଭାବେ ମନୋଜ କୁମାର ଜେନା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ସାରଙ୍ଗଧର ଦାସଙ୍କ ତ୍ୟାଗ ଓ ସଂଗ୍ରାମର ଗାଥା କିଭଳି ରୂପେ ଉତ୍ତରପୀଢିକୁ ଅନୁପ୍ରାଣିତ କରିବ ଏବଂ ସେମାନେ ଉଦବୁଦ୍ଧି ହେବେ ଯାହାଫଳରେ ତାଙ୍କର ପଦାଙ୍କ ଅନୁସରଣକରି ହୁଏତ ଜାତି ଓ ସମାଜ ପାଇଁ କିଛି କର୍ତ୍ତବ୍ୟ କରିଯିବେ।
ଅନ୍ୟମାନଙ୍କ ମଧ୍ୟରେ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ କୃଷ୍ଣଚନ୍ଦ୍ର ଆଇଚ୍ ସଭାପତି ସାରଙ୍ଗଧର ଦାସ ଫାଉଣ୍ଡେସନ୍ ରାଜ ନାରାୟଣ ତ୍ରିପାଠୀ, ମ୍ୟାନେଜିଂ ଟ୍ରଷ୍ଟି, ସାରଙ୍ଗଧର ଦାସ ଫାଉଣ୍ଡେସନ ଏବଂ କାର୍ଯ୍ୟକାରୀ ସଭାପତି ଢେଙ୍କାନାଳ ସାଂସ୍କୃତିତ ପରିଷଦ ସୈରେନ୍ଦ୍ର କୁମାର ମହାପାତ୍ର, ସଭାପତି ଢେଙ୍କାନାଳ ସାଂସ୍କୃତିକ ପରିଷଦ ପ୍ରେମାନନ୍ଦ ବିଶ୍ବାଳ, ସାଧାରଣ ସମ୍ପାଦକ ଢେଙ୍କାନାଳ ସାଂସ୍କୃତିକ ପରିଷଦଙ୍କ ବ୍ୟତିତ ବହୁ ନାଗରିକ ଉପସ୍ଥିତ ରହି ସଂଗ୍ରାମୀ ସାରଙ୍ଗଧରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଆଶୁତୋଷ ମହାପାତ୍ରଙ୍କ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

twenty − five =