ବଜରଙ୍ଗ କ୍ଲବର ନିଆରା ସେବା କରୋନା ରୋଗୀଙ୍କୁ ଯୋଗାଇବେ ନିଶୁଳ୍କ ଅକ୍ସୀଜେନ ସିଲିଣ୍ଡର ।
ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ସ୍ବେଚ୍ଛାସେବୀ ସଂଗଠନ ବଜରଙ୍ଗ କ୍ଲବ ତରଫରୁ ନିଶୁଳ୍କ ଅକ୍ସୀଜେନ ସିଲିଣ୍ଡର ସେବା ଶୁଭାରମ୍ଭ ହେବାକୁ ଯାଉଛି।
କ୍ଲବ ର ୨୪ତମ ସ୍ଥାପନ ଦିବସ କ୍ଲବ ପରିସରରେ କରନା ସଂକ୍ରମଣକୁ ଆଖି ଆଗରେ ରଖି ନିଡାମ୍ବର ଭାବେ ପାଳନ କରାଯାଇଥିଲା। ଏହି ଅବସରରେ କ୍ଲବ ତରଫରୁ ଦିଗଙଗତ ସଦସ୍ୟ ସୁବାଷ ମହାନ୍ତି(ପିନୁ)ଙ୍କ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏବଂ ତାଙ୍କର ଅଭୁଲା ସ୍ମୃତିରେ ଏକ ନିଶୁଳ୍କ ଅକ୍ସୀଜେନ ସିଲିଣ୍ଡର ସେବା ଖୁବଶୀଘ୍ର ଆରମ୍ଭକରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ଦ୍ୱାରା କରନା ସଂକ୍ରମଣରେ ଗୃହ ସଙ୍ଗରୋଧରେ ଥିବା ରୋଗୀଙ୍କୁ ଅକ୍ସୀଜେନ ସିଲିଣ୍ଡର ଯୋଗାଇଦିଆଯିବା ଏବଂ ଅକ୍ସୀଜେନ ସାଚୁରେସନ ଯୋଗୁଁ ଅସୁବିଧାରେ ଥିବା ରୋଗୀଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବାରେ ସହାୟକ ହେବ ।
ପ୍ରାଥମିକ ସ୍ତରରେ ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ନିଜନିଜର ପ୍ରିୟଜନଙ୍କ ସ୍ମୃତିରେ ଅକ୍ସୀଜେନ ସିଲିଣ୍ଡର ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ।ସେମାନଙ୍କ ମଧ୍ୟରୁ ଦେଉଳସାହିର ଦେବାଶିଷ ମିଶ୍ର ତାଙ୍କର ମା’ ଶ୍ରୀମତୀ ଶୈଳବାଳା ମିଶ୍ରଙ୍କ ନାମରେ ଏବଂ ଦିଗଙଗତ ସ୍ୱର୍ଗତଃ ପଙ୍କଜିନୀ ଶତପଥୀଙ୍କ ନାମରେ ୨ଟି ସିଲିଣ୍ଡର ,ଲଷ୍ମୀବାଜ଼ରର ରୌନକ୍ ଆଧିଆ ତାଙ୍କର ସର୍ଗତଃ ପିତା ଅଶୋକ ରାମଜୀ ସ୍ମୃତିରେ,ଲଷ୍ମୀବାଜ଼ରର ତଥା ବଜରଙ୍ଗ କ୍ଲବ ର ବରିଷ୍ଠ ସଭ୍ୟ ରାଜେଶ କୁମାର ସାହୁ ତାଙ୍କ ଜନ୍ମଦିନ ଅବସରରେ ସମାଜ ମଙ୍ଗଳ ଉଦ୍ଧେଶ୍ୟରେ ଗୋଟିଏ ଲେଖାଏଁ ଅକ୍ସୀଜେନ ସିଲିଣ୍ଡର ଦେଇଛନ୍ତି। ଆଜିର ଏଇ ନିରାଡମ୍ବର ଉତ୍ସବ ରେ କ୍ଲବ ର ସଭାପତି ଅମରେନ୍ଦ୍ର ସାମଲ , ସଂପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରୀତବତ ସାସମାଲ , ବରିଷ୍ଠ ସଦସ୍ୟ ସୁବ୍ରତ ଦାସ , ଦେବାଶିଷ ମିଶ୍ର, ସଦସ୍ୟ ମହାବୀର ନାଥ,ସଂଜୟ ବେହେରା,ସନତ ମିଶ୍ର, ରୌନକ ଆଧିଆ, ସନ୍ଦିପ ଷଡଙ୍ଗୀ , ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ- ବିଜ୍ଞାନ ମହାନ୍ତି