Tuesday, 08/October/2024 12:00
Mo Dhenkanal
ଢେଙ୍କାନାଳ ଖବର

ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଲାପଟପ ପ୍ରଦାନ !

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କ ଦ୍ୱାରା ମହାବିଦ୍ୟାଳୟ ସ୍ତରରେ ଅଧୟନ କରୁଥିବା 3 ଜଣ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ଯଥା -ଇନ୍ଦିରା ଗାନ୍ଧୀ ନେସନାଲ ଓପେନ ୟୁନିଭେର୍ସିଟି ର ଛାତ୍ର ଶୁଭେନ୍ଦୁ ଜେନା ,ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ର ରାଣଦୀପ ରାଉତ ଏବଂ ରମାଦେବୀ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ବୀଣାପାଣି ସାହୁ ଙ୍କୁ ମାଗଣା ଲାପଟପ ପ୍ରଦାନ କରାଯାଇଅଛି l

FB_IMG_1686103726896
Picsart_22-04-11_10-18-21-175

ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫ ରୁ ମହାବିଦ୍ୟାଳୟ ସ୍ତରରେ ଅଧୟନ କରୁଥିବା ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ଲାପଟପ ପ୍ରଦାନ କରିବାର ବ୍ୟବସ୍ଥା ରହିଅଛି l ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲା ରେ ମୋଟ 5 ଜଣ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ଙ୍କୁ ଜିଲ୍ଲାପାଳ ଙ୍କ ଦ୍ୱାରା ମାଗଣା ଲାପଟପ ପ୍ରଦାନ କରାଯାଇଥିବା ବିଷୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ଖୁଣ୍ଟିଆ ପ୍ରକାଶ କରିଛନ୍ତି l

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

15 − 9 =