ମୋଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ନାଧରାରେ ନବଭାରତ ଭେଞ୍ଚର୍ସ ଏବଂ ଶୋଭା ଅନଷ୍ଠାନୁ ମିଳିତ ଆନୁକୂଲ୍ୟରେ ନିଃଶୁଳ୍କ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି।
ନବଭାରତ କମ୍ପାନୀ ଜେନେରାଲ ମ୍ୟାନେଜର ଏମ. ଶ୍ରୀନବାସି ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିିଥି ଭାବେ ରାଧେଶ୍ୟାମ ସିଂ ,ମନୀଷ ପାତ୍ର, ବି. ଶ୍ରୀକାନ୍ତ, ପ୍ରଧାନ ଶିକ୍ଷୟିତ୍ରୀ
ଅନ୍ନପୂର୍ଣ୍ଣା ପୃଷ୍ଟି, ସରପଞ୍ଚ ପ୍ରକାଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
୫୧ଜଣ ସ୍ତ୍ରୀ ରୋଗ, ୪୧ଜଣ ଶିଶୁ, ୮୪ଜଣ ଭେଷଜ,
୬୬ଜଣ ହୋମଓପାଥିକ, ୨୬ଜଣ ଭୌତିକ, ୧୫୮ଜଣ ଚକ୍ଷୁ ପରୀକ୍ଷା କରାଇଥଲେ। ମୋଟ ୪୨୬ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ଏବଂ ୯୧ଜଣଙ୍କୁ ଚଷମା
ପ୍ରଦାନ କରାଯାଇଥଲା। ରକ୍ତ ଶର୍କରା , ରକ୍ତଚାପ, ହିମୋଗୋବ୍ଲିନ, ବ୍ଲଡଗ୍ରୁପିଂ , ମ୍ୟାଲେରିଆ ପରୀକ୍ଷା କରାଯାଇଥଲା।
ଡା. ଯୋଗେଶ୍ୱର ମୂଳିଆ, ଡା. ସୁନିତା ବେହେରା, ଡା. ରାକେଶ ଜେନା, ଡା.ମାନସ ରଞ୍ଜନ ଦାସ, ଡା. ମମତା ସିଂଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଶୋଭା ନିର୍ଦେଶକ ଉଦୟେନ୍ଦୁ ମିଶ୍ର, ରବିନାରାୟଣ ଷଡ଼ଙ୍ଗୀ, ଫାର୍ମାସିଷ୍ଟ କମଳେଶ୍ୱର ନାୟକ, ଏଲ୍ଟି ଅମିତ ସାହୁ , ଏଏନଏମ୍ ରୀତାରାଣୀ ନାୟକ, ରାଧାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଚାଇଲଡ ଲାଇନ୍ଡ ଏବଂ ସଖି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ