Tuesday, 08/October/2024 12:10
Mo Dhenkanal
ଢେଙ୍କାନାଳ ଖବର

ଗୋବିନ୍ଦପ୍ରସାଦ ଗ୍ରାମର ଅଗ୍ନିକାଣ୍ଡ ପ୍ରଭାବିତ ପରିବାରକୁ ୨,୮୬,୦୦୦ ଟଙ୍କା ସହାୟତା ।

ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଗ୍ରାମରେ ଥିବା ଏକ ସାହିରେ ବିଳମ୍ବିତ ରାତିର ଭୟାବହ ଅଗ୍ନିକାଣ୍ଡ ଘଟି ୧୩ ପରିବାରର ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।
ଭୟାନକ ନିଆଁରେ ଘରର ଆସବାବପତ୍ର ସମ୍ପୁର୍ଣ୍ଣ ଜଳିପୋଡି ଛାରଖାର ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ସାହିରେ ରହୁଥିବା ପ୍ରାୟ ୧୩ ପରିବାରର ଘରେ ନିଆଁ ଲାଗିଥିବା ସୁଚନା ମିଳିଛି। ଅଗ୍ନିକାଣ୍ଡ ଖବରପାଇ ଢେଙ୍କାନାଳ ଅଗ୍ନିଶ୍ରମ ଓ ରାସୋଳ ଅଗ୍ନିଶମ ବାହିନୀ ପକ୍ଷରୁ ତିନୋଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟ ପାଇଁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ସାହିରେ ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

IMG-20230205-WA0003
Picsart_22-04-11_10-18-21-175

ଆଜି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଏବଂ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଢେଙ୍କାନାଳ ଓଡାପଡା ବ୍ଲକର ଗୋବିନ୍ଦପ୍ରସାଦ ଗାଁର ୧୩ ଟି ଅଗ୍ନି ପ୍ରଭାବିତ ପରିବାର ପାଖରେ ପହଞ୍ଚିବା ସହ ପରିଦର୍ଶନ କରି ସେମାନଙ୍କ ଅସୁବିଧା ବୁଝିଥିଲେ ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ନିଶ୍ଚିତ କରିଥିଲେ।

Picsart_22-04-11_10-18-21-175

ଜିଲ୍ଲାପାଳ ଜୀବିକା ସହାୟତା ପାଇଁ କେବଳ CMRF ଏବଂ ଜିଲ୍ଲା ରେଡ କ୍ରସ୍ ପାଣ୍ଠିରୁ ୨,୮୬,୦୦୦/ – ଟଙ୍କା ମଞ୍ଜୁର କରିଛନ୍ତି। ଅଗ୍ନିକାଣ୍ଡରେ ପ୍ରଭାବିତ ପରିବାରମାନଙ୍କୁ ଖାଦ୍ୟ, ଶୁଖିଲା ରାସନ, ପଲିଥିନ ସିଟ୍ ଏବଂ କିଛି ଉପଯୋଗୀ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଛି। ସେମାନେ ମଧ୍ୟ SDRF ରୁ ଗୃହ ନିର୍ମାଣ ସହାୟତା ପାଇବେ |

ରିପୋର୍ଟ- ସୌମ୍ୟବ୍ରତ ସାହୁ, ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

7 + 9 =