Thursday, 25/April/2024 04:47
Mo Dhenkanal
ଢେଙ୍କାନାଳ ଖବର

ଶିଶୁ ଦିବସ ଅବସରରେ ଜିଲ୍ଲାର ୭୦ଜଣ ଏ୧ ଗ୍ରେଡ ପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ!

ଶିଶୁ ଦିବସ ଅବସରରେ ସ୍ଥାନୀୟ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ହାଇ ସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୧ ମୂଲ୍ୟାୟନରେ ୯୦ ପ୍ରତିଶତ ବା ତତୋଧିକ ନମ୍ବର ରଖି ଗ୍ରେଡ ଏ୧ ପ୍ରାପ୍ତ ହୋଇଥିବା ଜିଲ୍ଲା ୭୦ ଜଣ କୃତୀ ବିଦ୍ୟାର୍ଥୀଙ୍କୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ସମ୍ବର୍ଦ୍ଧିତ କରିଛନ୍ତି । ଆଜିର ବିଦ୍ୟାର୍ଥୀ ଆଗାମୀ ଦିନର ଭବିଷ୍ୟତ । ଅଖଣ୍ଡ ଏବଂ ସମୃଦ୍ଧ ଭାରତ ଗଠନରେ ଆଜିର ଛାତ୍ର ସମାଜର ଭୂମିକା ଅଧ୍ବକ ଗୁରୁତ୍ବପୂର୍ଣ୍ଣ । ଏଣୁ ଶିକ୍ଷା ଗ୍ରହଣ ସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ହିଂସା ଓ କ୍ରୋଧ ପରିହାର କରି ସଂସ୍କାରୀ ହୋଇ ପର ଉପକାର ମନୋଭାବ ରଖି ଭଲ ମଣିଷ ହେବାକୁ ସେ ପିଲାମାନଙ୍କୁ କହିଛନ୍ତି । ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ବିଦ୍ୟାଳୟ ପରିସରକୁ ସବୁଜ ସୁନ୍ଦର କରାଯିବା ସହିତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ମୁକ୍ତ ପରିବେଶ ସୃଷ୍ଟି କରାଯିବ ବୋଲି ପ୍ରକାଶ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ରାଜ୍ୟରେ ଶୀର୍ଷ ସ୍ଥାନରେ ରହି ଜିଲ୍ଲାର ନାମକୁ ଉଜ୍ବଳ କରିବାକୁ ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

IMG-20230205-WA0003
Picsart_22-04-11_10-18-21-175

Picsart_22-04-11_10-18-21-175

ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ଏହି ସମ୍ବର୍ଦ୍ଧନା ଉତ୍ସବରେ ସ୍ୱାଗତ ଭାଷଣ ଦେଇ ଜିଲ୍ଲାର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନେ ନିଷ୍ଠାର ସହ ଶିକ୍ଷାଦାନ କରି ପିଲାମାନଙ୍କର ଭବିଷ୍ୟତ ଉଜ୍ଜଳମୟ କରିବାକୁ କହିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଏ୧ ଗ୍ରେଡ ପ୍ରାପ୍ତ ୭୦ ଜଣ ଛାତ୍ରଛାତ୍ରୀ ଙ୍କୁ ପ୍ରମେୟ ଓ ନ୍ୟୁଜ୭ ପକ୍ଷରୁ ମେଡାଲ ଓ ସାର୍ଟିଫିକେଟ ଓ ମାସ୍କ ଜିଲ୍ଲାପାଳ ସରୋଜ କୁମାର ସେଠୀ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଉତ୍ସବରେ ବ୍ରଜନାଥ ବଡଜେନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବ୍ରହ୍ମାତ୍ରୀ ବିଶ୍ୱାଳ, ସଦର ବି.ଇ.ଓ. ଶ୍ରୀ ବ୍ରହ୍ମାନନ୍ଦ ରାଉତ, ଗନ୍ଦିଆ ବି.ଇ.ଓ. ଶ୍ରୀମତୀ ମିନତୀ ଦେହୁରୀ, ହିନ୍ଦୋଳ ବି.ଇ.ଓ. ଶାନ୍ତନୁ କୁମାର ମଲ୍ଲିକ, ପରଜଙ୍ଗ/କଙ୍କଡାହାଡ ବି.ଇ.ଓ. ହରିହର ଦେହୁରୀ, କାମାକ୍ଷାନଗର ବି.ଇ.ଓ. ଜଗବନ୍ଧୁ ଜେନା, ଭୁବନ ବି.ଇ.ଓ. ପ୍ରତାପ କୁମାର ଶତପଥିଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଗଣମାଧ୍ୟମର ପ୍ରତିନିଧୂମାନେ ଯୋଗ ଦେଇଥିଲେ ।

ଢେଙ୍କାନାଳରୁ ଆଶୁତୋଷ ପାଢ଼ୀ ଙ୍କ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

six − three =