ଢେଙ୍କାନାଳ ଶିକ୍ଷାମଣ୍ଡଳ ଅଧିନସ୍ଥ ବଂଶୀଧର ସରକାରୀ ବିଦ୍ୟାଳୟ ,ଭାଲିଆବୋଲର ବରିଷ୍ଠ ଶିକ୍ଷକ ଶ୍ରୀମାନ ଲଳିତ ମୋହନ ନାୟକ,ଏମ ଏ, ବିଇଡି, ତା ୨୮-୨-୨୦୨୨ ରିଖ ସୋମବାର ଦିନ ତାଙ୍କର ଦୀର୍ଘ ୩୮ ଓ ତଦ୍ଦୁର୍ଧ୍ୟ ବର୍ଷୋପର ଶିକ୍ଷକତା ଜୀବନର ପରିସମାପ୍ତି ଘଟାଇ କାର୍ଯ୍ୟରୁ ନିବୃତ୍ତି ଗ୍ରହଣ କରି ଅଛନ୍ତି ।
ଶ୍ରୀମାନ ନାୟକ ଆଂଚଳିକ ଉଚ୍ଚ ବିଦ୍ୟାଳୟ ,ବିଦ୍ୟାଧର ପୁରର
ମୂଳ ପ୍ରତିଷ୍ଠାତା ସଭ୍ୟ ଓ ପ୍ରଧାନ ଶିକ୍ଷକ ଭାବେ ଦୀର୍ଘ ତୀ ବର୍ଷ କାର୍ଯ୍ୟ ନିର୍ବାହ ପରେ କାମାକ୍ଷାନଗର ଶିକ୍ଷାଜିଲ୍ଲାନ୍ତର୍ଗତ ସିଦ୍ଧେଶ୍ୱରୀ ବିଦ୍ୟାପୀଠ ,ରାୟ ନୃସିଂହ ପୁର ରେ ଦୀର୍ଘ ୬ ବର୍ଷୋପରି ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ରହି କାର୍ଯ୍ୟ କରି ଆସିଛନ୍ତି ।
ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ରେ ଏକ ବର୍ଷୋପରି ପ୍ରଧାନ ଶିକ୍ଷକ କାର୍ଯ୍ୟ ନିର୍ବାହ ପରେ ଅଷ୍ଟ ଶମ୍ଭୁ ବିଦ୍ୟାପୀଠ ,କୁଆଳୋ ,ରେ ଏକ ବର୍ଷ ଏବଂ ପୁନଃରପି ଆଂଚଳିକ ସରକାରୀ ବିଦ୍ୟାଳୟ ବିଦ୍ୟାଧର ପୁର ରେ ଏକ ବର୍ଷରୁ ଉର୍ଦ୍ଧ ପ୍ରଧାନ ଶିକ୍ଷକ କାର୍ଯ୍ୟ ନିର୍ବାହ ପରେ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ,ଦେଓଗାଁ ରେ ଦୀର୍ଘ ୪ବର୍ଷରୁ ଉର୍ଦ୍ଧ ପ୍ରଧାନ ଶିକ୍ଷକ ସେବା ଦାନ କରି ଓଡାପଡା ଶିକ୍ଷାଜିଲ୍ଲାନ୍ତର୍ଗତ କୁଶୁପଙ୍ଗା ସରକାରୀ ବିଦ୍ୟାଳୟ ରେ ଏକ ବର୍ଷ ରୁ ଉର୍ଦ୍ଧ୍ବ ସରକାରୀ ସେବା ଦାନ ପରେ ବଂଶୀଧର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦୁଇ ବର୍ଷ ରୁ ଅଧିକ କାଳ ଶିକ୍ଷାଦାନ ପରେ ଅବସର ଗ୍ରହଣ କରିଅଛନ୍ତି ।
ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ , ପରିଚାଳକ ସଭ୍ୟ ସଭ୍ୟା ଓ ଗ୍ରାମବାସୀ ଙ୍କ ତରଫ ରୁ ଶ୍ରୀମାନ ନାୟକଙ୍କୁ ଅଶ୍ରୁସିକ୍ତ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଶ୍ରୀମାନ ନାୟକ ଜଣେ ଦକ୍ଷ ଇଂ ରାଜୀ ଶିକ୍ଷକର ମାନ୍ୟତା ଗ୍ରହଣ କରିଥିଲେ ମଧ୍ୟ ମୂଳତଃ ଜଣେ ସୃଜନ ଶୀଳ ଲେଖକ ଓ କବି ଭାବରେ ବହୁ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇ ଆସିଛନ୍ତି ।କଥାରେ କଥାରେ ତାଙ୍କ କବିତା କଳାର ଚାତୁରୀ ବେଶ ଅନୁମେୟ ।ତାଙ୍କର ଅପ୍ରକାଶିତ ଶତ ଶତ କବିତାବଳୀ ପ୍ରକାଶନର ସୁଯୋଗ ଲାଭ ପରେ କବିଙ୍କର ସୁନାମ ପ୍ରକାଶିତ ହୋଇ ପାରିବ ବୋଲି ବିଦାୟ କାଳୀନ ସଭାର ବକ୍ତା ମାନେ ମତ ପ୍ରକାଶ କରିଥିଲେ ।
ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷୟତ୍ରୀ ଭାରତୀ ଜେନା,ପ୍ରଭାତୀ ମିଶ୍ର ,ବରିଷ୍ଠ ସଂସ୍କୃତ ଶିକ୍ଷକ ,ଶିକ୍ଷୟତ୍ରୀ ଅନସୂୟା ପରିଡା ,ବିଘ୍ନେଶ ବେହେରା ଆଦି ବିଦାୟୀ ଶିକ୍ଷକଙ୍କର ବହୁମୂଖୀ ପ୍ରତିଭାର ବିକାଶଜ୍ୱଳ ଦିଗ ଗୁଡିକ ଉପରେ ସୁନ୍ଦର ଆଲୋକ ପାତ କରିଥିଲେ ।ତାଙ୍କର ସୌଜନ୍ୟମୁଗ୍ଧ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଏମିତି ସବୁବେଳେ ଆପ୍ୟାୟିତ କରିରଖିବାରେ ସମର୍ଥ ହେଉ ,ଏବଂ ତାଙ୍କର ଦୀର୍ଘ ଜୀବନ କାମନା ପୂର୍ବକ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ଶ୍ରୀମାନଙ୍କର ବିଦାୟ ଘେନା କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ