Sunday, 06/October/2024 03:13
Mo Dhenkanal
ଢେଙ୍କାନାଳ ଖବର

ପ୍ଲାଜମା ଦାତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଦ୍ୱାରା ୫ ଜଣ ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

FB_IMG_1686103726896
Picsart_22-04-11_10-18-21-175

କଟକ ଏସ୍.ସି.ବି. ମେଡିକାଲ କଲେଜରେ ପ୍ଲାଜମା ଦାନ କରି ଫେରିଥିବା ୫ ଜଣ ବ୍ୟକ୍ତି ଭୁବନ ଏନ୍ ଏ ସି ଅନ୍ତର୍ଗତ ୱାର୍ଡ ୧ ରୁ କୈଳାସ ଚନ୍ଦ୍ର ସାହୁ,ୱାର୍ଡ ୮ ରୁ ଅମ୍ବୁଜ କୁମାର ସାହୁ ଓ ପ୍ରଣୟ କୁମାର ଚୌଧୁରୀ,ୱାର୍ଡ ୯ ରୁ ଆଶିଷ୍ କୁମାର ସାହୁ ଏବଂ ୱାର୍ଡ ୭ ରୁ ଅନିତା ସାହୁ କରୋନା ରୋଗରେ ସମ୍ପୁର୍ଣ୍ଣ ଆରୋଗ୍ୟ ହୋଇ ସ୍ଵଇଛାରେ ପ୍ଲାଜମା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ କଟକ ଏସ.ସି.ବି. ମେଡିକାଲ କଲେଜକୁ ପ୍ଲାଜମା ଦାନ କରିବାକୁ ପଠାଯାଇଥିଲା ।

IMG-20230205-WA0003
Picsart_22-04-11_10-18-21-175

ଅନିତା ସାହୁଙ୍କ ବ୍ୟତୀତ ଅନ୍ୟ ୪ ଜଣ ଯୋଗ୍ୟ ବିବେଚିତ ହୋଇ ପ୍ଲାଜମା ଦାନ କରିଥିଲେ । ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସେମାନଙ୍କୁ ଅଭିବାଦନ ଜଣାଇବା ସହ ମାନପତ୍ର ଦେଇ ପ୍ରଶଂସିତ କରି ଆଗକୁ ଅଧିକରୁ ଅଧିକ ପ୍ଲାଜମା ଦାନ କରିବା ପାଇଁ ସୁସ୍ଥ ହୋଇ ଫେରୁଥିବା ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦାନ କରିବାକୁ ପବର୍ତ୍ତେଇବାକୁ ପରାମର୍ଶ ଦେଇଥିଲେ ଏବଂ ଏହି ମହତ୍ କାର୍ଯ୍ୟ ପାଇଁ ଅନ୍ୟର ଅମୂଲ୍ୟ ଜୀବନ ବଞ୍ଚାଇ ପାରିବ ବୋଲି କହିଥିଲେ ।

Picsart_22-04-11_10-18-21-175

   ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ  ସୌଦାମିନୀ ସେଠୀ,ଆପାତ୍ କାଳୀନ ଅଧିକାରୀ  ଶଶାଙ୍କ ଶେଖର ମିଶ୍ର ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସୁଶାନ୍ତ କୁମାର ମିଶ୍ରଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ- ବିଜ୍ଞାନ ମହାନ୍ତି

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

4 × four =