Saturday, 18/May/2024 06:00
Mo Dhenkanal
ଢେଙ୍କାନାଳ ଖବର

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ ଉଦଘାଟିତ

ଳଢେଙ୍କାନାଳ : ଆଜି ଅପରାହ୍ନ ରେ ଢେଙ୍କାନାଳ ସ୍ଥିତ ମିନିଷ୍ଟାଡିୟମ ରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା – ୨୦୨୩ ଉଦଘାଟିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ମହେଶ ସାହୁ ଯୋଗଦେଇ ଚାଷ ପ୍ରତି ସମସ୍ତଙ୍କ ଆଗ୍ରହ ରହୁ ବୋଲି କହିଥିଲେ l

FB_IMG_1686103726896
Picsart_22-04-11_10-18-21-175

କୃଷି ଉତ୍ପାଦନ ଯୋଗୁଁ ହିଁ ପ୍ରକୃତ ବିକାଶ ହେଇପାରୁଛି ତେଣୁ କୃଷକ ମାନେ ହିଁ ପ୍ରକୃତ ପ୍ରଶଂସାର ହକଦାର l ଏହାସହ ସେ କହିଥିଲେ ଉନ୍ନତ କୃଷି ଯନ୍ତ୍ରପାତି ସହ ପାରମ୍ପରିକ ବ୍ୟବସ୍ଥା କୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ l

IMG-20230205-WA0003
Picsart_22-04-11_10-18-21-175

କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଯୋଗଦେଇ କହିଥିଲେ ଯେ, କୃଷି କାର୍ଯ୍ୟ ସମସ୍ତଙ୍କ ମନରେ ଖୁସି ଦେଇଥାଏ l ଉନ୍ନତମା ନର କୃଷିକାର୍ଯ୍ୟ ଓ ବୈଜ୍ଞାନିକ ପ୍ରଣାଳୀ ଯୋଗୁଁ ଉତ୍ପାଦନ ବୃଦ୍ଧି ପାଉଛି ଯାହାକି ଚାଷୀଭାଇ ମାନଙ୍କୁ ଅଧିକ ଆତ୍ମନିର୍ଭରଶୀଳ କରିପାରୁଛି l

Picsart_22-04-11_10-18-21-175


ଏହି କାର୍ଯ୍ୟକ୍ରମର ସଭାପତିତ୍ୱ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦୀପ୍ତିକାନ୍ତ ରାଉତରାୟ କରିଥିଲେ l ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ l ଏଠାରେ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ବିକ୍ରୟ ବ୍ୟବସ୍ଥା କରାଯାଇଛି l ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯଇଥିଲା l


ଏହି କାର୍ଯ୍ୟକ୍ରମରେ ଉପ ନିର୍ଦେଶକ ଉଦ୍ୟାନ କୃଷି ଶ୍ରୀମତୀ ଗୀତାଶ୍ରୀ ପାଢ଼ୀ,ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡମ୍ବୁ୍ରଧର ସାମଲ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସଂଗ୍ରାମ କେଶରୀ କର, ଡ଼ଃ ବିମଳେନ୍ଦୁ ମହାନ୍ତି, ଜିଲ୍ଲାର ଅଗ୍ରୀଣ ଚାଷୀ ଭାଇ ଭଉଣୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗଦେଇଥିଲେ l

ସୌମ୍ୟବ୍ରତ ସାହୁ, ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

3 × two =