ଢେଙ୍କାନାଳ ସଦର ବ୍ଲକ ରଞ୍ଜାସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଢେଙ୍କାନାଳ ସାଇଶ୍ରୀ ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ଏକ ଚକ୍ଷୁ ପରୀକ୍ଷଣ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷଣ ଶିବିରକୁ ବିଦ୍ୟାଳୟର ଡ଼ାଇରେକ୍ଟର ସରୋଜକାନ୍ତ ଦାଶ ଉଦ୍ଘାଟନ କରି ଚକ୍ଷୁର ଯତ୍ନ ବିଷୟରେ ଆଲୋକପାତ କରିବା ସହ ନିରାମୟ ଦୃଷ୍ଟିଶକ୍ତି ନିମନ୍ତେ ଅନେକ ଉପାଦୟ ପରାମର୍ଶ ଦେଇଥିଲେ ।
ଏହି ଚକ୍ଷୁ ପରୀକ୍ଷଣ ଶିବିରରେ ସ୍କୁଲର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କର ଅତ୍ୟାଧୁନିକ ପଦ୍ଧତିରେ ଚକ୍ଷୁ ପରୀକ୍ଷା କରାଯାଇଥିଲା ।
ସ୍କୁଲର ଅଧ୍ୟକ୍ଷ ଅନୀଲ କୁମାର ନାୟକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଗଣଙ୍କ ସହଯୋଗରେ ଉକ୍ତ ଚକ୍ଷୁ ପରୀକ୍ଷଣ ଶିବିର ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିଲା ।
ଏଥି ନିମନ୍ତେ ସ୍କୁଲର ଅଧ୍ୟକ୍ଷ ସାଇଶ୍ରୀ ଚକ୍ଷୁ ଚିକିତ୍ସାଳୟକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଉପକୃତ ହୋଇଥିବାରୁ ଅଭିଭାବକ ବୃନ୍ଦ ନିଜର ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସଂପୃକ୍ତ ଚିକିତ୍ସକ ମାନଙ୍କ ସହିତ ସ୍କୁଲକୁ ଧନ୍ୟବାଦ ପ୍ରଦାନ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ