ଢେଙ୍କାନାଳ : ସେପ୍ଟେମ୍ବର ୧୫,୨୦୨୧ ତାରିଖ ଦିନ ଭାରତ ରତ୍ନ ଇଂ.ଏମ୍.ବିଶ୍ୱେଶ୍ୱରାୟଙ୍କ ଜନ୍ମ ତିଥିରେ ସିନର୍ଜୀ ଯାନ୍ତ୍ରିକ ମହାବିଦ୍ୟାଳୟ, ଢେଙ୍କାନାଳର ଇଂଜିନିୟର୍ସ ଡେ ପାଳିତ ହୋଇଯାଇଛି ।
ଉକ୍ତ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ.ଇତିଶ୍ରୀ ମହାନ୍ତି ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ଛଳରେ ଇଂ.ବିଶ୍ୱେଶ୍ୱରାୟଙ୍କର ଦେଶ ମାତୃକା ପ୍ରତି ଯାନ୍ତ୍ରିକ ବିଦ୍ୟା କ୍ଷେତ୍ରରେ ଥିବା ବିବିଧ ଅବଦାନ ଉପରେ ଆଲୋକପାତ କରିଥିଲେ ।
ମହାବିଦ୍ୟାଳୟର ନିର୍ଦ୍ଦେଶକ ଡଃ ପ୍ରଶାନ୍ତ କୁମାର ନାୟକ ଛାତ୍ରଛାତ୍ରୀ ।ନଙ୍କୁ ଶ୍ରୀ ବିଶ୍ୱେଶ୍ୱରାୟଙ୍କର ଗୁଣବତା ଓ ଧିଶକ୍ତିକୁ ପାଥେୟ କରି ନିଜର ଯାନ୍ତ୍ରିକ ବିଦ୍ୟା କ୍ଷେତ୍ରରେ ନିଜକୁ ସାମିଲ କରିବା ପାଇଁ ଆହ୍ୱାନ ଜଣାଇଥିଲେ ।
ବିଦ୍ୟୁତ ବିଭାଗର ମୁଖ୍ୟ ପ୍ରଫେସର ଶକ୍ତିଶଙ୍କର ପତି , କମ୍ପ୍ୟୁଟର ସାଇନସ ବିଭାଗୀୟ ମୁଖ୍ୟ ପ୍ରଫେସର ଶୁଭଶ୍ରୀ ଅବିନାଶ, ମେକାନିକାଲ ଇଂଜିନିୟରିଂ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରିୟବ୍ରତ ପ୍ରଧାନ ତଥା ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଓ ସିନର୍ଜୀ ଇଂଜିନିୟରିଂ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ନାୟକ ଇଂ.ବିଶ୍ୱେଶ୍ୱରାୟଙ୍କର ଅବଦାନକୁ ଉଦ୍ଧାର କରି ଛାତ୍ରଛାତ୍ରୀ ମାନଙ୍କୁ ସମୟର ତାଳେ ତାଳେ ନିଜକୁ ସାମିଲ କରି ନିଜ ନିଜର ଯାନ୍ତ୍ରିକ ଜ୍ଞାନ କୌଶଳ ସହାୟତାରେ ଦେଶ ଓ ଜାତିକୁ ବହୁଦୂର ଆଗେଇ ନେବା ସଙ୍ଗେ ସଙ୍ଗେ ଆତ୍ମ ନିର୍ଭର ପନ୍ଥା ଗ୍ରହ କରିବା ପାଇଁ ଆବେଦନ କରିଥିଲେ ।
ମ୍ୟାନେଜମେଣ୍ଟ ବିଭାଗୀୟ ମୁଖ୍ୟ ପ୍ରଫେସର କଳ୍ପନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନେ ଯୋଗଦାନ କରି ଏହି ଦିବସର ଗୁରୁତ୍ୱକୁ ସାଫଲ୍ୟ ମଣ୍ଡିତ କରିଥିଲେ ବୋଲି ମହାବିଦ୍ୟାଳୟର ପ୍ରଶାସନ ଅଧିକାରୀ ଚନ୍ଦ୍ରକାନ୍ତ ମିଶ୍ର ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ