ଦୁର୍ନୀତି ମୁକ୍ତ ଓ ସମୃଦ୍ଧ ଭାରତ ଗଠନ ଲକ୍ଷ୍ୟ ନେଇ ସାରା ଦେଶରେ ଆଜି ଠାରୁ ଆସନ୍ତା ୬ ନଭେମ୍ବର ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହେଉଅଛି । ଏହି ଅବସରରେ ଆଜି ଲୋକ ସେବା ଭବନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୧ ଘଟିକା ସମୟରେ ଭିଡ଼ିଓ କନଫେରେନସିଙ୍ଗ ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ ପଦାଧିକାରୀମାନଙ୍କୁ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଇଛନ୍ତି ।
ଦୁର୍ନୀତି ଠାରୁ ଦୂରେଇ ରହି ରାଜ୍ୟବାସୀଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ରାଜ୍ୟର ସମସ୍ତ ପଦାଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଶପଥ ପାଠ କରିଥିଲେ ।
ପରେ, ଜିଲ୍ଲା କାର୍ଯ୍ୟ।ଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କିତ ଶପଥ ପାଠ କରାଇଥିଲେ । ବିଭିନ୍ନ କାର୍ଯ୍ୟ ଓ ଅଭିଯୋଗ ନେଇ ଆସୁଥିବା ଲୋକମାନଙ୍କୁ ହତୋତ୍ସାହ ନ କରି ଉତ୍ତମ ବ୍ୟବହାର କରିବା ସହିତ କୌଣସି ପ୍ରକାରର ପ୍ରଲୋଭନ ନ ରଖ୍ ନିଷ୍ଠାବାନ ହୋଇ ଉଚିତ ସେବା ଯୋଗାଇ ଦେବା ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ, ସବ ଡିଭିଜନ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସମ୍ପୃକ୍ତ କାର୍ଯ୍ୟାଳୟ କର୍ମଚାରୀମାନଙ୍କ ମଧ୍ୟରେ ଦୁର୍ନୀତି ନିବାରଣ ସମ୍ପର୍କିତ ଶପଥ ପାଠ କରିଛନ୍ତି ।