ସମ୍ବିଧାନ ପ୍ରଣେତା ଡ. ବି.ଆର. ଆମ୍ବେଦକର ଏବଂ ସମର କବି ବ୍ରଜନାଥ ବଡଜେନାଙ୍କ ଜୟନ୍ତୀ ପାଳିତ ।
ଢେଙ୍କାନାଳ, ତା. ୧୪.୦୪, ୨୦୨୩ – ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ସମ୍ବିଧାନ ପ୍ରଣେତା ଭାରତ ରନ୍ ଡ. ବି. ଆର. ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଜିଲ୍ଲା କାର୍ଯ୍ୟ।ଳୟ ସମ୍ମୁଖସ୍ଥ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଡକ୍ଟର ଆମ୍ବେଦକରଙ୍କ ଦ୍ବାରା ପ୍ରସ୍ତୁତ ଭାରତର ସମ୍ବିଧାନ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ କରିପାରିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଆଜି ଆମ ଦେଶକୁ ଧର୍ମ ନିରପେକ୍ଷ, ସର୍ବଭୌମ୍ୟ, ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଗଢି ତୋଳିବାରେ ଏହି ସମ୍ବିଧାନ ପଥ ପ୍ରଦର୍ଶକ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ବିଧାନକୁ ସମ୍ମାନ ସ୍ବରୂପ ସମସ୍ତେ ନିଷ୍ଠାର ସହିତ ନିଜର ଦାୟୀତ୍ବ ନିର୍ବାହ କରି ଜିଲ୍ଲାର ସୁନାମ ବୃଦ୍ଧି କରିବାକୁ ସେ ଆହ୍ବାନ ଦେଇଛନ୍ତି ।
ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ବ ), ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମମତାଞ୍ଜଳି ବେହେରା, ଭାରତ ରନ୍ ଡ. ବି. ଆର. ଆମ୍ବେଦକର ମେମୋରିଆଲ ସୋସାଇଟିର ଚେୟାରମ୍ୟାନ ଶ୍ରୀ କୈଳାଶ ଚନ୍ଦ୍ର ବେହେରା, ସମ୍ପାଦକ ଶ୍ରୀ ବନମାଳୀ ମଲ୍ଲିକ, ସଦସ୍ୟ ଶ୍ରୀ ବାଇଧର ନାୟକ, ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀ, ଓଏଫଡିସି ର ଉପଦେଷ୍ଟା ଶ୍ରୀ ଦେବୀ ପ୍ରସାଦ ଭୁତିଆ, ପୂର୍ବତନ ନଗରପାଳ ଶ୍ରୀ ଇନ୍ଦ୍ରାମଣି ବେହେରା ପ୍ରମୁଖ ଯୋଗ ଦେଇ ଆମ୍ବେଦକରଙ୍କୁ ପୁଷ୍ପମାଲ୍ୟା ପ୍ରଦାନ କରିଥିଲେ ।
ଏହି ଅବସରରେ ଭାରତ ରନ୍ ବି. ଆର. ଆମ୍ବେଦକର ମେମୋରିଆଲ ସୋସାଇଟ, ଢେଙ୍କାନାଳ ପକ୍ଷରୁ ସ୍ଥାନୀୟ ବିଜ୍ଞାନ କେନ୍ଦ୍ର ଠାରେ ଏକ ଉତ୍ସବ ଆୟୋଜନ କରାଯାଇ ଦନ୍ତ ବିଶେଷଜ୍ଞ ଶ୍ରୀ ଆର. କେ. ମିଶ୍ର, ସମାଜ ସେବୀ ଶ୍ରୀ ରତିକାନ୍ତ ଗଡନାୟକ, ଆଦର୍ଶ ଶିକ୍ଷକ ଶ୍ରୀ ଗଗନ ବିହାରୀ ସାହୁ ଏବଂ କବୟତ୍ରୀ ଶ୍ରୀମତୀ ଲୀଳାବତୀ ପରିଡାଙ୍କୁ ସମ୍ମାନିତ କରାଯାଇଥିଲା ।
ସୌମ୍ୟବ୍ରତ ସାହୁ, ମୋ ଢେଙ୍କାନାଳ