Monday, 07/October/2024 11:11
Mo Dhenkanal
ଢେଙ୍କାନାଳ ଖବର

ଡକ୍ଟରେଟ ଉପାଧି ଲାଭ କଲେ ଢେଙ୍କାନାଳ ଡ଼ି.ଆଇ.ଇ.ଟି କଲେଜର ଅଧ୍ୟକ୍ଷ ଡ଼ଃ ସଚ୍ଚିଦାନନ୍ଦ ମିଶ୍ର ।

ଡକ୍ଟରେଟ ଉପାଧି ଲାଭ କଲେ
ଢେଙ୍କାନାଳ ଡ଼ି.ଆଇ.ଇ.ଟି କଲେଜର ଅଧ୍ୟକ୍ଷ ।

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ଜିଲ୍ଲାର ଏକମାତ୍ର ସର୍ବପୁରାତନ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡ଼ି. ଆଇ. ଇ.ଟି)ର ଅଧ୍ୟକ୍ଷ ଡ଼ଃ ସଚ୍ଚି ଦାନନ୍ଦ ମିଶ୍ର ଭୋପାଳ ସିହୋର ସ୍ଥିତ ଶ୍ରୀ ସତ୍ୟସାଇ ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମେଡିକାଲ ସାଇସେନ୍ସରୁ “Factors Influencing Mathematical Performance Of Learners At Elementary Level:An Exhaustive Study”ଶିର୍ଷକ ସନ୍ଦର୍ଭ ପ୍ରସ୍ତୁତ କରି ଗଣିତ ଶିକ୍ଷାରେ ଡକ୍ଟରେଟ ଉପାଧି ଲାଭ କରିଛନ୍ତି।

IMG-20230205-WA0003
Picsart_22-04-11_10-18-21-175

ଶ୍ରୀ ମିଶ୍ର ଏକାଧାରରେ ଜଣେ ସଫଳ ପ୍ରଶିକ୍ଷକ, ଗବେଷକ, ପାଠ୍ୟପୁସ୍ତକ ଟ୍ରେନିଂ ମଡ୍ୟୁଲ ଓ ଶିକ୍ଷକ ସହାୟକ ପୁସ୍ତକ ଲେଖକ ଭାବରେ ଶିକ୍ଷା ଜଗତରେ ବେଶ ସୁପରିଚିତ ଓ ପ୍ରତିଷ୍ଠିତ।ଶ୍ରୀ ମିଶ୍ର ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକର ନରହରିପୁର ଶାସନ ନିବାସୀ ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ମିଶ୍ର ତଥା ଚିତ୍ରଲେଖା ମିଶ୍ରଙ୍କ ସୁପୁତ୍ର ଏବଂ କାମାକ୍ଷାନଗର ବ୍ଲକ ମାଣ୍ଡୁଖୁରା ନିବାସୀ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବିନୋଦ କୁମାର ନନ୍ଦଙ୍କ ଜାମାତା ଅଟନ୍ତି।ଏହି ସଫଳତା ପାଇଁ ସେ ତାଙ୍କର ପରିବାର, ବନ୍ଧୁ,ସହକର୍ମୀ ଓ ମାର୍ଗଦର୍ଶକ ଡ଼ଃ କାର୍ତ୍ତିକ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ତାଙ୍କର ଏହି ସଫଳତା ଯୋଗୁଁ ଢେଙ୍କାନାଳ ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ଶ୍ରୀମିଶ୍ରଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା, ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଢେଙ୍କାନାଳ ଜିଲ୍ଲା ସର୍ବଶିକ୍ଷା ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ନିବେଦିତା ପାଣି,ଶିକ୍ଷାବିତ ଡ଼ଃ.ସୁସନ୍ଧ୍ୟା ମହାନ୍ତି,ଢେଙ୍କାନାଳ ବ୍ଲକ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ବି.ବି.ହାଇ ସ୍କୁଲ, ଢେଙ୍କାନାଳର ପ୍ରଧାନ ଶିକ୍ଷକ ସୁଶ୍ରୀ ମୌସୁମୀ ସାହୁ,ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଶ୍ରୀ ମଥୁରି ମୋହନ ରାଉତ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ,ଡ଼ଃ ଅନୁପମା ମିଶ୍ର ପ୍ରମୁଖ ବହୁ ଶିକ୍ଷାବିତ ତଥା ମାନ୍ୟଗଣ ବ୍ୟକ୍ତି ବିଶେଷ ଓ ବହୁ ଅନୁଷ୍ଠାନ ବ୍ୟକ୍ତିଗତ ତଥା ସାମୁହିକ ଭାବରେ ବଧାଇ ଜଣାଇଛନ୍ତି। ‘ମୋ ଢେଙ୍କାନାଳ ମୋ ପରିବାର’ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଜସ୍ର ଶୁଭକାମନା ।

Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

eleven − seven =