ତା ୧୬.୯.୨୦ ରିଖ ଦିନ ବାଲିଆମ୍ବା ଗ୍ରାମ ପଞ୍ଚାୟତ, ଢେଙ୍କାନାଳ ଲିଖିତ ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ତାଙ୍କ ପଞ୍ଚାୟତର ଜଣେ ନିରାଶୟା ବୃଦ୍ଧା ମହିଳାଙ୍କର କୌଣସି ଲୋକ ନଥିବାରୁ ସେ ଦୈନ ଦିନ ଜୀବନ ଯାପନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହି ଅଭିଯୋଗ ଶୁଣି ସଙ୍ଗେ ସଙ୍ଗେ ଶ୍ରୀ ସୁକାନ୍ତ କୁରମା ଜେନା, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ, ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ସହିତ ଆଲୋଚନା କରି ସଙ୍ଗେ ସଙ୍ଗେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେକି ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରି ଥଇଥାନ କରିବା ପାଇଁ ।ସର୍ବପରେ AIRA, ଢେଙ୍କାନାଳର କର୍ମଚାରୀ ଉକ୍ତ ମହିଳାଙ୍କ ଘରକୁ ଯାଇ ଉଦ୍ଧାର କରି ତାଙ୍କୁ କୁଞ୍ଜ ବିହାରୀ ବରିଷ୍ଠ ନାଗରିକ ଗୃହ, ଆନନ୍ଦ ନଗର, ଢେଙ୍କାନାଳରେ ଥଇଥାନ କରିଥିଲେ ।
ଜିଲ୍ଲା ଆଇନ ସେବା ପ୍ରାଧିକରଣର ଉପରୋକ୍ତ କାର୍ଯ୍ୟକୁ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବ୍ୟକ୍ତିମନେ ଉଚ୍ଚ ପ୍ରସଂଶା କରି ମହିଳାଟି ପୁର୍ନଜନ୍ମ ପାଇଲା ବୋଲି କହିଥିଲେ ।
ରିପୋର୍ଟ- ବିଜ୍ଞାନ ମହାନ୍ତି, ଢେଙ୍କାନାଳ