Tuesday, 08/October/2024 12:04
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଯୋଗ ସଂଘର ଯୋଜନା ବୈଠକ ଅନୁଷ୍ଠିତ।

ଢେଙ୍କାନାଳ : ସହର ଦକ୍ଷୀଣକାଳୀ ରୋଡ ବ୍ରିଟିଶ ପବ୍ଲିକ ସ୍କୁଲ ପରିସରରେ ଢେଙ୍କାନାଳ ଯୋଗ ସଂଘ ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି ।
   ସଭାପତି ପ୍ରଳୟ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଂଯୋଜକ ଅଶ୍ୱିନୀ କୁମାର ପତି ବୈଠକର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ସମ୍ପାଦକ ଦିପ୍ତୀ ରଞ୍ଜନ ପଣ୍ଡା ସମ୍ପାଦକିୟ ବିବରଣୀ ପାଠ କରିଥିଲେ । ବିଭିନ୍ନ ବ୍ଲକରୁ ଆସିଥିବା ସଦସ୍ୟମାନେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ଆଗାମୀ ବର୍ଷରେ ସଫେଇ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସଚେଚନତା ଓ ସଡକ ସୁରକ୍ଷା ଆଦି କାର୍ଯ୍ୟକ୍ରମ ହାତକୁ ନେବାକୁ ବୈଠକରେ ପ୍ରସ୍ତାବ ରଖାଯାଇଥିଲା । କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ବୃତ୍ତିଗତ ଶିକ୍ଷା ହାସଲ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ପରାମର୍ଶଦାତା ଆସିଷ୍ଟାଣ୍ଟ ପ୍ରଫେସର ଜିତେନ୍ଦ୍ର ପରିଡା ମତାମତ ରଖିିଥିଲେ ।
   ଶେଷରେ ସମ୍ପାଦକିୟ ଅଭିଭାଷଣ ପରେ ବୈଠକ ଶେଷ ହୋଇଥିଲେ । ସଂଘର ବିଭିନ୍ନ ବ୍ଲକର ସଦସ୍ୟ, କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱାସ୍ଥ୍ୟ ମିଶନର ଯୋଗ ଶିକ୍ଷକମାନେ ଉପସ୍ଥିତ
ଥିଲେ । ପରେ ଏକ ଜିଲ୍ଲା ସ୍ତରୀୟ ଯୋଗାସନ ପ୍ରତିଯୋଗିତା କରିବାକୁ ନିଷ୍ପତ୍ତି ନିଆଯାଇଥିଲା ତେଣୁ ବ୍ଲକ ଦାଇତ୍ୱ ରେ ଥିବା ଯୋଗୀ ଭାଇ ଭଉଣୀ ମାନେ ଢେଙ୍କାନାଳ ନଗର ପ୍ରଳୟ କୁମାର ଦାସ ଇଂ ସୌମ୍ୟବ୍ରତ ସାହୁ, ସଦର ରେ ରଶ୍ମିତା ନନ୍ଦ ଓ ସଧ୍ୟାରାଣୀ ପାତ୍ର, ଗଁଦିଆରେ ଦୁଃଶାସନ ସାହୁ ଓ ରାଜେନ୍ଦ୍ର ସିଂ, ଭୁବନରେ ଜଗନ୍ନାଥ ପଣ୍ଡା ଓ ସୁରେନ୍ଦ୍ର ପୃଷ୍ଟି, କାମାକ୍ଷାନଗରରେ ସିବ ନାରାୟନ ରାଉତ, ସସ୍ମିତା ଷେଣ୍ଢ, ଲିନା ତ୍ରିପାଠୀ, କଙ୍କଡ଼ାହାଡ଼ରେ ଝରଣା ବେହେରା, ପରଜଙ୍ଗରେ ସୁଚିତ୍ରା ବେହେରା ଓ ଜୀବନ ଜ୍ୟୋତି ପାଣିଗ୍ରାହୀ, ଓଡ଼ପଡାରେ ସୋମନାଥ ପାଣିଗ୍ରାହୀ ଓ ଲିପ୍ସା ରାଣୀ ସେଠୀ, ହିନ୍ଦୋଳରେ ଦୀପ୍ତିରଞ୍ଜନ ପଣ୍ଡା ପ୍ରମୁଖଙ୍କୁ ପ୍ରଦାନ କରଯିବା ସହ ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

20 − two =