Monday, 04/November/2024 10:29
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଜିଲ୍ଳାସ୍ତରୀୟ ୩୮ ତମ ବିଜ୍ଞାନ,ଗଣିତ ଓ ପରିବେଶ  ପ୍ରଦର୍ଶନୀ-୨୦୨୧-୨୨ ଉଦଘାଟିତ ।

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସାରଙ୍ଗ ଧର ସରକାରୀ ଉଚ୍ଚ ବିଦ୍ୟାଳୟ,ବେଲଟିକିରି ଠାରେ ଦିବା ୧୦ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ବିଜ୍ଞାନ  ଗଣିତ ଓ ପରିବେଶ  ପ୍ରଦର୍ଶନୀ-୨୦୨୧-୨୨   ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

FB_IMG_1686103726896
Picsart_22-04-11_10-18-21-175


ସେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଉକ୍ତ “ଜୟ ଜବାନ୍‌, ଜୟ କିଷାନ ଓ ଜୟ ବିଜ୍ଞାନ ” କୁ ଉଦ୍ଧାର କରି କହିଲେ ଯେ, ଯେଉଁ ସମାଜରେ ସୈନିକ, କୃଷକ ଓ ବିଜ୍ଞାନର ବିକାଶ ଘଟିବ ସେ ସମାଜ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜରେ ପରିଣତ ହୋଇପାରିବ । ତେଣୁ ସେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନମନସ୍କ ହୋଇ କାର୍ଯ୍ୟସମ୍ପାଦନ କରି ଦେଶ ଗଠନରେ ବ୍ରତୀ ହେବାକୁ ସୁପରାମର୍ଶ ଦେଇଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଜିଲ୍ଲାପାଳ ମହୋଦୟ ବହୁ ସମୟ ଧରି ସମସ୍ତ ପ୍ରକଳ୍ପ ସବୁକୁ ପରିଦର୍ଶନ କରି ପ୍ରକଳ୍ପ କାରୀ ମାନଙ୍କର ବୈଜ୍ଞାନିକ ମନୋଭାବକୁ ପ୍ରଶ୍ନ ପଚାରି ବୁଝିଥିଲେ।ଢେଙ୍କାନାଳ  ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି  ସ୍ଵୀୟ ଅଭିଭାଷଣରେ   ନିରୀକ୍ଷଣ ସହ ଅଧ୍ୟୟନ କଲେ ଅନେକ ଉଦ୍ଭାବନ ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ବିଜ୍ଞାନ ପ୍ରକଳ୍ପ ଗୁଡିକ ଲୋକାଭିମୁଖୀ ହୋଇ ସମାଜ କଲ୍ୟାଣରେ ଲାଗିବା ଦରକାର ବୋଲି ସେ ଦୃଢ଼ ମତ ପୋଷଣ କରିଥିଲେ।ଢେଙ୍କାନାଳ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଆମର ଜୀବନକୁ ସୁରକ୍ଷିତ ଓ ଦୀର୍ଘଜୀବୀ କରିଛି । କୁନି ବୈଜ୍ଞାନିକମାନେ ଏହି ଜ୍ଞାନକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂପ୍ରସାରିତ କରି ଏକ ସୁସ୍ଥ ସମୃଦ୍ଧଶାଳୀ ସମାଜ ଗଠନ କରିବାକୁ ସୁପରାମର୍ଶ ଦେଇଥିଲେ ।ହିନ୍ଦୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ ଓ ଭୁବନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତାପ ଚନ୍ଦ୍ର ଶତପଥୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଉଦବୋଧନ ଦେଇଥିଲେ।ଢେଙ୍କାନାଳ ଜିଲ୍ଳା ଶିକ୍ଷା ଅଧିକାରୀ ନିବେଦିତା ପାଣି ଉଦଘାଟନୀ ସଭାରେ ସଭାପତିତ୍ୱ କରି ସ୍ଵୀୟ ଅଭିଭାଷଣରେ  ବିଜ୍ଞାନର ଦୂରୁପୋଯୋଗ ହେତୁ ୟୁକ୍ରେନ୍‌ରେ କିପରି ଧ୍ୱଂସର ତାଣ୍ଡବ ସୃଷ୍ଟି ହୋଇଛି ସେ ସଂପର୍କରେ ଆଲୋକପାତ କରିଥିଲେ ।

Picsart_22-04-11_10-18-21-175

ତେଣୁ ବିଜ୍ଞାନର ଗବେଷଣାଲବ୍ଧ ଜ୍ଞାନକୁ ଜନକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ସେ ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବଳଭଦ୍ର ସାମଲ, ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଶାରଦା କବି ଶତପଥୀ ପ୍ରମୁଖ ସଭାରେ ମଞ୍ଚରେ ଆସନ ଗ୍ରହଣ ଜରିଥିଲେ।

ତାହାପରେ ଦିବା ୧୧ ଘଟିକା ସମୟରେ ଗଣିତ ଓ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଥିଲା।ଏଥିରେ ଢେଙ୍କାନାଳ ଜିଲ୍ଲାର ପ୍ରାୟ ଶତାଧିକ ଗଣିତ ଓ ବିଜ୍ଞାନ ଶିକ୍ଷୟିତ୍ରୀ ଓ ଶିକ୍ଷକ ଯୋଗଦାନ କରି ଅଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଅବସର ପ୍ରାପ୍ତ ଉପ ପ୍ରଶାସନିକ ଅଧିକାରୀ ନଳିନୀକାନ୍ତ ମିଶ୍ର ଅଭିଜ୍ଞ ଗଣିତଜ୍ଞ ଭାବରେ ଯୋଗଦାନ କରି ବିଭିନ୍ନ କୌଶଳ ଅବଲମ୍ବନ କରି ଗଣିତକୁ ସହଜ,ସରଳ ଓ ବୋଧଗମ୍ୟ ଉପାୟରେ ଛାତ୍ରୀ ଛାତ୍ର ମାନଙ୍କ ପାଖରେ ପହଞ୍ଚାଇ ପାରିଲେ ଗଣିତ ଲୋକପ୍ରିୟତା ହାସଲ କରି ସର୍ବ ଜନାଦୃତ ହୋଇ ପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।
ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ମୁଖ୍ୟ ପରିଚାଳକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ମଥୁରି ମୋହନ ରାଉତ ଅଭିଜ୍ଞ ଲୋକପ୍ରିୟ ବିଜ୍ଞାନ ପ୍ରଚାରକ  ସ୍ଵୀୟ ଅଭିଭାଷଣରେ ବିଜ୍ଞାନ ଭିତରେ ଲୁଚି ରହି ଥିବା ବୈଜ୍ଞାନିକ ତତ୍ତ୍ୱକୁ ଜାଣି ପାରିଲେ ତାହା ସହଜରେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବ ଓ ସମାଜ କଲ୍ୟାଣରେ ଲାଗିପାରିବ ବୋଲି  ଦୃଢ଼ ମତପୋଷଣ କରିଥିଲେ।
ଅପରାହ୍ଣ ୩ ଘଟିକା ସମୟରେ  ଢେଙ୍କାନାଳ ଜିଲ୍ଳା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସଦର ଉପଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଛାତ୍ରୀ ଛାତ୍ରମାନେ ସର୍ବଦା ବୈଜ୍ଞାନିକ ଗବେଷଣା ଜାରି ରଖି ସମାଜର ସେବାରେ ବିଜ୍ଞାନକୁ ଉପଯୋଗ କରିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ।
ଢେଙ୍କାନାଳ  ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଅନ୍ୟତମ ସମ୍ମାନିତ ଅତିଥି ଭାବରେ,ହିନ୍ଦୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ ଓ ଭୁବନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତାପ ଚନ୍ଦ୍ର ଶତପଥୀ ମଧ୍ୟ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ  ଉଦବୋଧନରେ
ଢେଙ୍କାନାଳ ଜିଲ୍ଳା ଶିକ୍ଷା ଅଧିକାରୀ ନିବେଦିତା ପାଣି ଏହି ଉଦଯାପନୀ ସଭାରେ ସଭାପତିତ୍ୱ କରି ସ୍ଵୀୟ ଅଭିଭାଷଣରେ
ଯୋଗଦାନ କରିଥିବା ସମସ୍ତ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକର ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ବିଜ୍ଞାନକୁ ଉଚିତ ମାର୍ଗରେ ବିନିଯୋଗ କରି ସମାଜ ସେବାରେ ବ୍ରତୀ ହେବାପାଇଁ ଶିଶୁ ବୈଜ୍ଞାନିକ ମାନଙ୍କୁ ସୁପରାମର୍ଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବଳଭଦ୍ର ସାମଲ, ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଶାରଦା କବି ଶତପଥୀ ପ୍ରମୁଖ ସଭାରେ ମଞ୍ଚରେ ଆସନ ଗ୍ରହଣ ଜରିଥିଲେ।

ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ,ପ୍ରଦୀପ ପ୍ରଜ୍ବଳନ ଓ ମଙ୍ଗଳାଚରଣ ଗାନ କରାଯାଇ ଥିଲା।
ପ୍ରାରମ୍ଭରେ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ, କାନପୁରାର ଛାତ୍ରୀ ମାନଙ୍କ ଦ୍ୱାରା ବିଜ୍ଞାନ ଭିତ୍ତିକ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ତଥା ବଟ ବିହାରୀ ବିଦ୍ୟାପୀଠ, ତରଭାର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସଂଗେ ସଂଗେ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ଉଚ୍ଚ ପ୍ରାଥମିକ ସ୍ତରର୨୪ ଟି ଓ ମାଧ୍ୟମିକ ସ୍ତରର ୧୬ ଟି ଏହିପରି ମୋଟ ୪୦ଟି ପ୍ରକଳ୍ପ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା ।

ଶତାୟୁ,ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର  ମାର୍ଗଦର୍ଶକ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ  ତତ୍ତ୍ୱାବଧାନରେ ନବମ ଶ୍ରେଣୀ ଛାତ୍ର ଆଶୁତୋଷ ତ୍ରିପାଠୀଙ୍କ ବିଜ୍ଞାନ ପ୍ରକଳ୍ପ”ବହୁମୁଖୀ ଇ-ବାଇସାଇକେଲ”(Multi- Purpose E-Bicycle/bike),  ଭୁବନ ଉଚ୍ଚ ବିଦ୍ୟାଳୟର ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷକ ଗଣେଶ୍ୱର ସାହୁଙ୍କ ସହାୟତାରେ ଛାତ୍ର ରୁଦ୍ରନାରାୟଣ ସାହୁଙ୍କ ଦ୍ଵାରା ନିର୍ମିତ “ଇମ୍ପ୍ରଭାଇଜଡ଼ ଫ୍ଲୋର କ୍ଲିନର” (Improvised Floor Cleaner) ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁବନର ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷିକା ସୁଶ୍ରୀ ସ୍ବପ୍ନା ବେହେରାଙ୍କ ସହାୟତାରେ ଛାତ୍ରୀ‌ ଆରତ୍ରିକା ସାହୁଙ୍କ ଦ୍ଵାରା ନିର୍ମିତ “ସେନସର କଂଟ୍ରୋଲଡ଼ ଡ୍ରାଇଂଗ ସିଷ୍ଟମ”(Sensor Controlled Drying System ), ଦିବ୍ୟଜ୍ୟୋତି ହାଇସ୍କୁଲ, ଫାଶି ଗାଁ ହିନ୍ଦୋଳର ଦିବ୍ୟଜ୍ୟୋତି ବେହେରାଙ୍କ “କରୋନା ରୋବଟ”ବିଜ୍ଞାନ ପ୍ରକଳ୍ପ,
ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟ, କାନପୁରାର ମାର୍ଗଦର୍ଶକ ଶିକ୍ଷକ ଦୃବ ଚରଣ ସୁନ୍ଦରାୟଙ୍କ ତତ୍ତ୍ୱାବଧାନରେ ଅନୁସୂୟା ସାହୁଙ୍କ ଦ୍ଵାରା ପ୍ରସ୍ତୁତ ଗଣିତ ପ୍ରକଳ୍ପ ସବୁ “ମାଥମେଟିକାଲ ମଡେଲ”(Mathematical Models) ନିର୍ମିତ ପ୍ରକଳ୍ପ ଗୁଡିକ ଭଳି ୫ ଗୋଟି ପ୍ରକଳ୍ପ  ଶ୍ରେଷ୍ଠ ବିବେଚିତ ହୋଇଥିବାରୁ ମୁଖ୍ୟ ଅତିଥି ଢେଙ୍କାନାଳ ସଦର ଉପଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସମସ୍ତଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।ସେମାନେ ସମସ୍ତେ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି ବୋଲି ସଭାରେ ଘୋଷଣା କରାଯାଇଥିଲା।
ଅପରାହ୍ଣରେ ଅତିରିକ୍ତ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଉପଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବଟକୃଷ୍ଣ ଦାସ ,ସର୍ବାଧିକ ଥର ବ୍ଲକ,ଜିଲ୍ଲା,ରାଜ୍ୟ,ଇଷ୍ଟର୍ଣ୍ଣ ଇଣ୍ଡିଆ ବିଜ୍ଞାନ ମେଳା ,କଲିକତା ଓ ଜାତୀୟସ୍ତରର ଜବାହରଲାଲ ନେହେରୁ ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ପ୍ରତିନିଧିତ୍ୱ କରିଥିବା ଅଭିଜ୍ଞ ରାଜ୍ୟପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ ଓ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସାଗରିକା ପଣ୍ଡା ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ ।


ପ୍ରାରମ୍ଭରେ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ, କାନପୁରାର ଛାତ୍ରୀ ମାନଙ୍କ ଦ୍ୱାରା ବିଜ୍ଞାନ ଭିତ୍ତିକ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ତଥା ବଟ ବିହାରୀ ବିଦ୍ୟାପୀଠ, ତରଭାର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସଂଗେ ସଂଗେ ଧନ୍ୟବାଦ ଅର୍ପଣ କରିଥିଲେ ।


କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଶାରଦା କବି ଶତପଥୀ ,ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟା,ସଦସ୍ୟ ବୃନ୍ଦ,ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅଶୋକ କୁମାର ପଣ୍ଡା ଓ ତାଙ୍କର ସହଯୋଗୀ ପଞ୍ଚାୟତଉଚ୍ଚ ବିଦ୍ୟାଳୟ ମରୁଆବିଲିର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ମହାନ୍ତ, କାର୍ଯ୍ୟାଳୟ ସହକାରୀ ସୁଶାନ୍ତ ତ୍ରିପାଠୀ,ଏବିଇଓ ଦେବବ୍ରତ ନାଥ,ଭଗବାନ ବେହେରା, ସମସ୍ତ ସିଆର୍‌ସିସି,ଶିକ୍ଷକ ପ୍ରଶାନ୍ତ ପଣ୍ଡା, ରାଧାଦେଈପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବନବିହାରୀ ବାରିକ,ଯୋରନ୍ଦା ଉଚ୍ଚ ଵିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତନୁଶ୍ରୀ ମିଶ୍ର,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ, ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ତଥା ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ମଧୁସୂଦନ ରାଉତ, ବିଦ୍ୟାଳୟର ସରିତା ସିଂ ସାମନ୍ତ, କରୁଣା କର ବେହେରା, ଶତ୍ରୁଘ୍ନ ବେହେରା, ମନ ମୋହନ ରାଉତ, ସାରଙ୍ଗ ଧର ସାହୁ, ପ୍ରଭାତୀ ବେହେରା, ଶୁଭଲିପ୍ସା ଶୁକ୍ଳା, ରତ୍ନଗର୍ଭା ବିଶ୍ୱାଳ,ମିତାଲି ମାହେଶ୍ୱରୀ, ଅନିମା ଦାସ, ସୁରେଶ ନାୟକ, ସୁଶୀଳା ରାଉତ, ମିତାଞ୍ଜଳି ପ୍ରଧାନ, ରଞ୍ଜିତା ବେହେରା, ସରସ୍ୱତୀ ସିଂ, ମମତା କର, ଗାୟତ୍ରୀ ମିଶ୍ରପ୍ରମୁଖ ବହୁ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

୨୭ ରବିବାର ତଥା ଆସନ୍ତା କାଲି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣି ଶୃଙ୍ଖଳା ରକ୍ଷା ଏବଂ ସମୟାନୁବର୍ତ୍ତୀତା ଉପରେ ଗୁରୁତ୍ବାରୋପ ।

Mo Dhenkanal

ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ପୂର୍ତ୍ତ ବିଭାଗ

Mo Dhenkanal

ସମ୍ଭାବ୍ୟ ବାତ୍ୟା “ଦାନା” ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଜିଲ୍ଲା ଅଗ୍ନିଶମ ବାହିନୀ ।

Mo Dhenkanal

Leave a Comment

3 × four =