Sunday, 08/September/2024 09:44
Mo Dhenkanal
ଢେଙ୍କାନାଳ ଖବର

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ-୨୦୨୨ ଅନୁଷ୍ଠିତ

ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ-୨୦୨୨ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ପୁସ୍ତକକୁ ନିଜର ବନ୍ଧୁ କରନ୍ତୁ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସବୁ ପ୍ରକାରର ପରୀକ୍ଷା ଓ ପରିସ୍ଥିତିକୁ ସମ୍ମୁଖୀନ ହେବାପାଇଁ ନିଜକୁ ପ୍ରସ୍ତୁତ କରିବାକୁ ସେ ସମସ୍ତଙ୍କୁ କହିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ, ଅପସଂସ୍କୃତି ଠାରୁ ଦୂରେଇ ରହି, ପିତାମାତା, ଗୁରୁଜନ, ଶିକ୍ଷକମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଗଢିବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ସଂସ୍କୃତି ଆପଣାଇ ନିଜକୁ ଜଣେ ଭଲମଣିଷ ଭାବେ ଗଢିତୋଳିବାକୁ ସେ କହିଥିଲେ । ଅପସଂସ୍କୃତି ଦ୍ୱାରା ଆମର ସାମାଜିକ ଜୀବନରେ ଅବନତି ଘଟୁଥିବାରୁ, ଏଥୁରୁ ନିବୃତ ରହି ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଶିଶୁ ମହୋତ୍ସବ ଆୟୋଜନ ଯୋଗୁଁ ଲୁକ୍କାୟିତ ଶିଶୁ ପ୍ରତିଭାର ଉନ୍ମେଷ ଘଟୁଥିବାରୁ ସେ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ଏକାଗ୍ରତା, ସତ୍ୟାନୁସରଣ ଓ ବଳିଷ୍ଠ ଉଦ୍ୟମ ଦ୍ୱାରା ନିଜର ଅନ୍ତର୍ନିହିତ ଗୁଣର ବିକାଶ କରି ଜାତି ତଥା ଦେଶର ସୁନାମ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ।

Picsart_22-04-11_10-18-21-175

ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ସମସ୍ତଙ୍କର ଆଶୀର୍ବାଦ ରହିଲେ ପିଲାମାନେ ନିଜର ଅନ୍ତର୍ନିହିତ ଶକ୍ତିର ପରିପ୍ରକାଶ କରିପାରିବେ ଓ ଦେଶ ମହକିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଢେଙ୍କାନାଳ ଜିଲ୍ଲା ଶିକ୍ଷା ଓ ସାକ୍ଷରତା କ୍ଷେତ୍ରରେ ରାଜ୍ୟରେ ସପ୍ତମ ସ୍ଥାନରେ ଅଛି ବୋଲି ପ୍ରକାଶ କରିଥିଲେ, ଶିକ୍ଷା କ୍ଷେତ୍ରରେ ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ସେ ସମସ୍ତ ଶିକ୍ଷକ, ଅଭିଭାବକ ଓ ଶିକ୍ଷାଧ୍ୟକାରୀଙ୍କ ଅକୁଣ୍ଠ ସହଯୋଗ କାମନା କରିଥିଲେ ।

ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ, କ୍ଲଷ୍ଟର ଏବଂ ବ୍ଲକ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ୮୦ ଜଣ (ପ୍ରଥମ ରୁ ଦଶମ ଶ୍ରେଣୀ) ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ, ବି ବି ହାଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବ୍ରହ୍ମୋତ୍ରୀ ବିଶ୍ବାଳ, ସମସ୍ତ ବ୍ଲକର କୃତି ପ୍ରତିଯୋଗୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ, ସମଗ୍ର ଶିକ୍ଷାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଶିକ୍ଷକ ଶ୍ରୀ ବିପିନ ବିହାରୀ ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାଯାଇଛି ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

four − 2 =