Monday, 07/October/2024 10:08
Mo Dhenkanal
ଢେଙ୍କାନାଳ ଖବର

ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟାଲୋଚନା କମିଟି “ଦିଶା” ବୈଠକ ଅନୁଷ୍ଠିତ ।

ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟାଲୋଚନା କମିଟି “ଦିଶା” ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ସଫଳ ରୂପାୟନ ଓ ସୁଫଳ ପ୍ରାପ୍ତି ନିମନ୍ତେ ଯୋଜନା ସମ୍ପର୍କରେ ସମସ୍ତ ଜନପ୍ରତିନିଧ୍ବ ଓ ଜନସାଧାରଣଙ୍କୁ ନିଶ୍ଚିତ ଭାବେ ଅବଗତ କରାଇବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ କାର୍ଯ୍ୟରେ ସ୍ଵଚ୍ଛତା ଅବଲମ୍ବନ କରିବା ଓ ସମୟ ସୀମା ମଧ୍ୟରେ ଶେଷ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ସହରରେ ସରକାରୀ ଜମିର ଅବୈଧ କବଜା ଓ ନିର୍ମାଣକୁ ହଟାଇବା ସହ ଢେଙ୍କାନାଳ କଲେଜ ରୋଡ, ଦକ୍ଷିଣ କାଳୀ ରୋଡ, ଜଗନ୍ନାଥ ରୋଡ, ବାଜିଚଉକ ଛକ ଆଦି ଗହଳି ପୂର୍ଣ୍ଣ ଅଞ୍ଚଳରେ ଅବୈଧ କବଜା ଉଚ୍ଛେଦ ପାଇଁ ବୈଠକରେ ଆଲୋଚନା ହୋଇଥିଲା ।

IMG-20230205-WA0003
Picsart_22-04-11_10-18-21-175

କୃଷିକାର୍ଯ୍ୟ ନିମନ୍ତେ ଅଧିକରୁ ଅଧିକ ଋଣ ପ୍ରଦାନ ନିମନ୍ତେ ମାନ୍ୟବର ସାଂସଦ ଲିଡ ବ୍ୟାଙ୍କ ମ୍ୟାନେଜରଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ବିଜୁ ସ୍ଵାସ୍ଥ୍ୟ ବୀମା ଯୋଜନାର ସଠିକ କାର୍ଯ୍ୟକାରିତା ଓ ସେବା ଯୋଗାଇ ଦେବା ନିମନ୍ତେ ଯତ୍ନବାନ ହେବାକୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ନିମନ୍ତେ ପ୍ରତ୍ୟେକ ଚିକିତ୍ସାଳୟରେ ନିଶ୍ଚିତ ଭାବେ ଜଣେ ଡାକ୍ତରଙ୍କୁ ଓ ସହାୟକ କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ କହିଛନ୍ତି ।

Picsart_22-04-11_10-18-21-175

ଢେଙ୍କାନାଳ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ, ସରକାରଙ୍କ ସମସ୍ତ ଜନହିତକର ଯୋଜନାର ସମସ୍ତ ସୁଫଳ ଯେପରି ପ୍ରକୃତ ହିତାଧ୍ୟାକାରୀଙ୍କ ପାଖରେ ପହଞ୍ଚି ପାରିବ, ସେଥ୍ୟପ୍ରତି ବିଭାଗୀୟ ଅଧିକାରୀ, ଜନପ୍ରତିନିଧି ମାନେ ଗୁରୁତ୍ବ ଦେବା ସହିତ ନିଷ୍ଠାର ସହିତ ଲୋକଙ୍କ ପାଇଁ କାମ କରିବାକୁ କହିଛନ୍ତି ।

ବିଭାଗୀୟ ଅଧିକାରୀ ମାନେ ଜନପ୍ରତିନିଧି ମାନଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା କରି ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ କହିଛନ୍ତି, ଏହାଦ୍ବାରା ସମ୍ପୃକ୍ତ ଅଞ୍ଚଳର ଅଧିକ ଆବଶ୍ୟକ ଓ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ସହଜ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି । ଯେପରି କୌଣସି ଅଘଟଣ ନ ଘଟେ, ସେଥି ପାଇଁ ଜିଲ୍ଲାରେ ଅସମ୍ପୂର୍ଣ୍ଣ ଥିବା ବୋରୱେଲ ଗୁଡିକୁ ସୁରକ୍ଷିତ ଭାବେ ଆବଦ୍ଧ କରିବାକୁ ସେ ଅଧ୍ୟକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବାକି ଥିବା ସମସ୍ତ କାର୍ଯ୍ୟ ଶେଷ କରିବା, ଜାତୀୟ ସାମାଜିକ ସହାୟତା ଯୋଜନା ଓ ଜାତୀୟ ପରିବାର କଲ୍ୟାଣ ଯୋଜନାର କାର୍ଯ୍ୟକାରିତା, ବିଭିନ୍ନ ଯୋଜନନାରେ ଯୋଗ୍ୟ ହିତାଧ୍ୟାକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଭତ୍ତା ପ୍ରଦାନ, ୨୦୨୪ ମାର୍ଚ୍ଚ ସୁଦ୍ଧା ଜିଲ୍ଲାରେ ସମସ୍ତ ଅଞ୍ଚଳକୁ ମେଗା ପାଇପ ୱାଟର ସପ୍ଲାଇ ଯୋଜନାରେ ପାନୀୟ ଜଳ ଯୋଗାଣ, ପ୍ରଧାନ ମନ୍ତ୍ରୀ ଖରିଫ ଫସଲ ବୀମା ଯୋଜାନାର କାର୍ଯ୍ୟକାରିତା, ପ୍ରଧାନ ମନ୍ତ୍ରୀ କୃଷି ସିଚାଇ ଯୋଜନା, ଉଦ୍ୟାନ କୃଷି ଅଧୀନରେ ଜିଲ୍ଲାରେ ୩୦ ହେକ୍ଟର ଜମିରେ ନଡିଆ, ପିଜୁଳି, ଅମୃତଭଣ୍ଡା, କଦଳୀ ଚାଷ କରାଯିବା, ସମଗ୍ର ଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ଶିକ୍ଷା ଅଭିଯାନର କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପୋଷାକ, ବହି, ସାଇକେଲ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ, ଅଧିକରୁ ଅଧିକ ବୃକ୍ଷ ରୋପଣ, ବିଦ୍ୟାଳୟ ଗୁଡିକରେ ନ୍ୟୁଟ୍ରି ଗାର୍ଡେନ ନିର୍ମାଣ, ବିଦ୍ୟାଳୟକୁ ଅଧିକରୁ ଅଧିକ ପିଲାମାନକୁ ଆଣିବା ବ୍ୟବସ୍ଥା, ଜିଲ୍ଲାରେ ସାକ୍ଷରତା ହାର ବୃଦ୍ଧି ନିମନ୍ତେ ଇଚ ୱାନ, ଟିଚ ୱାନ ଭଳି ଅଭିନବ କାର୍ଯ୍ୟକ୍ରମ, ସମନ୍ବିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକାରିତା, ନିରବଚ୍ଛିନ ବିଦ୍ୟୁତ ଯୋଗାଣ ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା।

ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଜନା ପୁହାଣ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଡିଏଫଓ ଶ୍ରୀ ପ୍ରକାଶ ଚାନ୍ଦ ଗୋଗିନେନୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ସମସ୍ତ ବ୍ଲକ ଓ ଏନଏସି ର ଅଧ୍ୟକ୍ଷ ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ଦତ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

15 + 18 =