ଜିଲ୍ଲାର କୋଭିଡ ପରିଚାଳନା ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ
ଜିଲ୍ଲା କାର୍ଯ୍ୟାଳୟ ଓସୱାନ ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ପରିଚାଳନା ସମ୍ପର୍କରେ ସମସ୍ତ ଉପ ଜିଲ୍ଲାପାଳ, ଉପଖଣ୍ଡ ଚିକିତ୍ସା ଅଧିକାରୀ, ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡ଼ିପିଓମାନଙ୍କ ସହିତ ଆଲୋଚନା କରି ସମୀକ୍ଷା କରିଛନ୍ତି । ଜୁନ ମାସ ୧ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଅବଧୂ ବୃଦ୍ଧି ଘଟିଥିବାରୁ ଜିଲ୍ଲାରେ ପୂର୍ବ ନିଦ୍ଧାରିତ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ, ପନି ପରିବା ଆଦି ଦୋକାନ ସକାଳ ୭ ଟା ରୁ ୧୧ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ବିବାହ, ବ୍ରତ ଆଦି କାର୍ଯ୍ୟ ସମୟରେ ସର୍ବାଧିକ ୨୫ ଜଣ ବ୍ୟକ୍ତି ଏବଂ ଶୁଦ୍ଧିକ୍ରିୟା ସମୟରେ ସର୍ବାଧ୍ୟ ୨୦ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ । ଏହି ସମୟରେ କୌଣସି ପ୍ରକାର ଭୋଜିର ଆୟୋଜନ କରାଯିବାକୁ ସମ୍ପୂର୍ଣ ବାରଣ କରାଯାଇଛି । ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ଜନସମାଗମକୁ କଡାକଡି ନଜର ଦବାକୁ ଏବଂ ଏଥିରେ ଖୁଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ବ୍ୟକ୍ତି ପଡୋଶୀ ଜିଲ୍ଲା ଏବଂ ରାଜ୍ୟ ବାହାରୁ ଆସିଲେ, ସରପଞ୍ଚ, ଗାଁ କଲ୍ୟାଣ ସମିତିର ସଦସ୍ୟ, ଶିକ୍ଷକ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ୟେଚ୍ଛାସେବୀ ମାନେ ମଧ୍ୟ ସେମାନଙ୍କୁ ଚିହ୍ନଟ କରି ଆବଶ୍ୟକ ସ୍ଥଳେ ସାଙ୍ଗରୋଧରେ ରଖିବାକୁ ଯତ୍ନଶୀଳ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆସନ୍ତା ୨୪ ତାରିଖ ଠାରୁ ସ୍ବାସ୍ଥ୍ୟକର୍ମୀ ମାନେ ଘରକୁ ଘର ବୁଲି ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିବେ । କୌଣସି ପ୍ରକାର ରୋଗୀ ଚିହ୍ନଟ ହେଲେ ତାର ଟେଷ୍ଟ କରାଯିବ । ଆକ୍ରାନ୍ତଙ୍କ ଲକ୍ଷଣ ଅନୁଯାଇ ସେମାନଙ୍କୁ ହୋମ ଆଇସୋଲେସନ / କେଭିଡ କେୟାର ସେଣ୍ଟର । କୋଭିଡ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ହୋମ ଆଇସୋଲେସନ ଥିବା ସମସ୍ତ ରୋଗୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ନିୟମିତ ଭାବେ ବୁଝିବାକୁ ସ୍ବାସ୍ଥ୍ୟ ଅଧିକାରୀ ଓ ଆର ଆର ଟିମ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି । କୁଷ୍ଟର ଟି ଏମ ସି ଗୁଡିକର କାର୍ଯ୍ୟକାରିତା ସମୀକ୍ଷା କରିବା ସହିତ କେଭିଡ ହସ୍ପିଟଲରେ ଅକ୍ସିଜେନର ବ୍ୟବସ୍ଥା ଏବଂ ଆନୁଷଙ୍ଗିକ ଉପକରଣର ସୁବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅଧିକରୁ ଅଧିକ ଆରଟି ପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯିବା ସହିତ ଅକ୍ସିଜେନ ସ୍ତର ମଧ୍ୟ ଟେଷ୍ଟ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ପରିସ୍ଥିତିର ଉଚିତ ମୁକାବିଲା ନିମନ୍ତେ ପ୍ରତ୍ୟେକ ବ୍ଲକରେ ୨ ଟି ଆମ୍ବୁଲାନସ ସର୍ବଦା ପ୍ରସ୍ତୁତ ରହିବ । ପ୍ରତି ପଞ୍ଚାୟତରେ ଶବ ସତ୍କାର ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରି, କୌଣସି ବ୍ୟକ୍ତିଙ୍କର କୋଭିଡ ଜନିତ ମୃତ୍ୟୁ ଘଟିଲେ ତାଙ୍କର ଶବ ସତ୍କାର ବ୍ୟବସ୍ଥିତ ଭାବେ ସମ୍ପର୍ଣ୍ଣ କରିବାକୁ କହିଛନ୍ତି । ଏଣୁ ନିମନ୍ତେ ସ୍ବେଚ୍ଛାସେବୀ ଏବଂ ଆଗ୍ରହୀ ବ୍ୟକ୍ତି ବିଶେଷ ଆଗେଇ ଆସି ସହଯୋଗ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଚିହ୍ନଟ କରୋନ ଆକ୍ରାନ୍ତମାନେ ସ୍ୱତଃ ପ୍ରବୃର ଭାବେ ବାହାରେ ବୁଲାବୁଲି ନ କରି, ଅନ୍ୟମାନଙ୍କ ଠାରୁ ଆବଶ୍ୟକ ଦୂରତା ବଜାୟ ରଖ୍ ନିଜ ପରିବାର ଲୋକ ଏବଂ ଅନ୍ୟମାନଙ୍କୁ ସଂକ୍ରମଣମୁକ୍ତ ରଖୁବାକୁ ପରାମର୍ଶ ଦେବା ସହ ମାସ୍କ ବ୍ୟବହାର, ସାମାଜିକ ଦୂରତା ଅନୁପାଳନ, ପରିଷ୍କାର ପରିଚ୍ଛନ୍ନତା ପ୍ରତି ମଧ୍ୟ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।ଏହି ଭିସି ସମୟରେ ଓସନ ହଲଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନରୋତ୍ତମ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀ ଡାକ୍ତର ସୁଜାତାରାଣୀ ମିଶ୍ର, ପୌର ନିର୍ବାହୀ ଅଧୁକାରୀ ଶ୍ରୀ ଅତନୁ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ