ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଓସନ ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ସମସ୍ତ ଉପ ଜିଲ୍ଲାପାଳ, ଉପଖଣ୍ଡ ଚିକିତ୍ସା ଅଧୁକାରୀ, ବିଡିଓ,ତହସିଲଦାର, ନିର୍ବାହୀ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓମାନଙ୍କ ସହିତ ଆଲୋଚନା କରିଛନ୍ତି । ଜିଲ୍ଲାର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଅଧିକ ମାତ୍ରାରେ ବଢ଼ୁଥିବାରୁ ଏବଂ ଚଳିତ ସପ୍ତାହରେ ବ୍ରତ, ପର୍ବ ପର୍ବାଣୀ ଥିବାରୁ କୌଣସି ସ୍ଥାନରେ ଯେପରି ଜନ ସମାଗମ ନ ହୁଏ ସେଥିପ୍ରତି ବିଶେଷ ନଜର ରଖିବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡି କର୍ମୀ ଆଦି ଘରକୁ ଘର ବୁଲି ସନ୍ଦିଗ୍ଧ ମାନଙ୍କୁ ଚିହ୍ନଟ କରି ଅଧିକ ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ କରାଇ ପଜିଟିଭମାନଙ୍କୁ ସଅଳ ଚିହ୍ନଟ କରିବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ଏହା ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ ବୋଲି କହିଥିଲେ । ବିବାହ, ବ୍ରତ ଶୁଦ୍ଧିକ୍ରିୟା ଆଦି ସମୟରେ ଯେପରି କୌଣସି ଠାରେ ଭୋଜି ଭାତର ଆୟୋଜନ ନ ହୁଏ ସେଥପ୍ରତି ଅଙ୍ଗନବାଡି କର୍ମୀ, ଆଶା, ପି ଆର ଆଇ ମେମ୍ବର, ଗାଁ କଲ୍ୟାଣ ସମିତି, ଏନ.ଜି.ଓ. ମେମ୍ବର, ସରପଞ୍ଚମାନେ ନଜର ରଖି ଆବଶ୍ୟକ ହେଲେ ବି ଡି ଓ, ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି ।ହୋମ ଆଇସୋଲେସନରେ ରହୁଥିବା କରୋନା ପଜିଟିଭ ମାନଙ୍କ ସହିତ ସ୍ବାସ୍ଥ୍ୟ ଅଧିକାରୀ, ଆର ଆର ଟିମ ନିୟମିତ ଯୋଗାଯୋଗ ରଖୁ, ସେମାନକର ଅକ୍ସିଜେନ ଲେଭେଲ ମାପିବାକୁ, ଆକ୍ରାନ୍ତମାନେ ଗୁରୁତର ହେଲେ ସେମାନଙ୍କୁ ତୁରନ୍ତ କୋଭିଡ କେୟାର ସେଣ୍ଟର ଅଥବା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରିବାକୁ ପରାମର୍ଶ ଦେଇଛନ୍ତି । କୋଭିଡ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ଅଧୁକାରୀ, ତହସିଲଦାର, ବି ଡି ଓ, ସିଡିପିଓ ସେମାନଙ୍କର ନେଟ ୱାର୍କକୁ ଅଧୁକ ବ୍ୟବସ୍ଥିତ ଏବଂ କ୍ରିୟାଶୀଳ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାର କାରୋନା ପଜିଟିଭ ଶୂନ୍ୟ ନ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ କୋଭିଡ ନିୟମକୁ ନିଶ୍ଚିତ ଭାବେ ମାନିବାକୁ ପଡିବ, ଏଣୁ ପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନ ଓ ସତର୍କ ହେବା ନିହାତି ଆବଶ୍ୟକ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବିଭିନ୍ନ ବ୍ୟବସାୟୀ, ଉଠା ଦୋକାନୀ, ଔଷଧ ଦୋକାନୀ, ମାଛ, ମାଂସ ଦୋକାନୀ ମାନେ ସଂକ୍ରମିତ ହେବାର ଆଶଙ୍କା ଅଧୁକ ଥିବାରୁ, ଅଗ୍ରାଧକାର ଭିତ୍ତିରେ ସେମାନଙ୍କର ଟୀକାକରଣ କରାଇବାକୁ ସେ ଗୁରୁତ୍ବାରୋପ କରିଛନ୍ତି । ଜିଲ୍ଲାରେ କୋରନା ସଂକ୍ରମଣ କୁ ସମ୍ପୂର୍ଣ ରୋକିବା ନିମନ୍ତେ ସମସ୍ତ ଜନସାଧାରଣ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧୁକ ଯତ୍ନଶୀଳ ହୋଇ ନିଜେ ସୁରକ୍ଷିତ ରହିବା ସହିତ ପରିବାରକୁ ସୁରକ୍ଷିତ ରଖୁବାକୁ ପରାମର୍ଶ ଦେଇଛନ୍ତି ।ଏହି ଭିସି ସମୟରେ ଓସନ ହଲଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନରୋତ୍ତମ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଆପତକାଳୀନ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ