Monday, 07/October/2024 11:59
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ଢେଙ୍କାନାଳ ଜିଲ୍ଲାର କୋଭିଡ ସ୍ଥିତି ଓ ପରିଚାଳନା ବ୍ୟବସ୍ଥା ସମୀକ୍ଷା

FB_IMG_1686103726896
Picsart_22-04-11_10-18-21-175

ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସୱାନ ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ସ୍ଥିତି ଓ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ସମ୍ପ୍ରତି ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମଣ ହାର ୫ % କମ ଥିବାରୁ ଜିଲ୍ଲାରେ ଲକଡାଉନ ପ୍ରକ୍ରିୟାକୁ ଉଠାଇ ଦିଆଯାଇ ମଲ, ସ୍କା, ପାର୍ଲର ବ୍ୟତୀତ ସମସ୍ତ ବ୍ୟବସାୟ ବାଣିଜ୍ୟ ପ୍ରତିଷ୍ଠାନ, ଦୋକାନ, ବଜାର, ହାଟ ଆଦିକୁ ସକାଳ ୬ଟା ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଖୋଲା ଯାଇପାରିବ । ଏଣୁ ସ୍ରୋସରୀ, ଲୁଗା-କପଡା, ସେଲୁନ, ସୁନା – ଗହଣା, ପରିବା, ଫଳ, ମାଛ-ମାଂସ, ଚା, ଜଳଖୁଆ ଆଦି ସମସ୍ତ ଦୋକାନୀ କୋଭିଡ ନିୟମ କଡାକଡି ଅନୁପାଳନ ପୂର୍ବକ ଗ୍ରାହକ ଏବଂ କର୍ମଚାରୀମାନେ ଯେପରି ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ ସାନିଟାଇଜେସନ ପ୍ରତି ବିଶେଷ ଦୃଷ୍ଟି ଦେବେ ସେସ୍ ପାଇଁ ସେମାନଙ୍କ ସହିତ ଆଲୋଚନା କରି, ମାଇକ ଦ୍ବାରା ପ୍ରଚାର କରାଇ ସମସ୍ତଙ୍କୁ ସତର୍କ ଏବଂ ସଚେତନ କରିବାକୁ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ନିର୍ବାହୀ ଅଧିକାରୀମାନଙ୍କୁ କହିଛନ୍ତି । ନିୟମ ଅନୁପାଳନରେ ଖୁଲାପ କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । କୌଣସି ହୋଟେଲ/ଜଳଖୁଆ ଦୋକାନ ଅଥବା ରାସ୍ତା କଡ ଦୋକାନରେ କେହି ଖାଇବା ବ୍ୟବସ୍ଥା ନ କରି ପାର୍ସଲ ଯୋଗାଇ ଦେବାକୁ କହିଛନ୍ତି। ସ୍ଥିତି ସମ୍ପୂର୍ଣ ସ୍ଵାଭାବିକ ନ ହେବା ପର୍ଯ୍ୟନ୍ତ ଅଧିକ ଟେଷ୍ଟିଙ୍ଗ କରିବା ସହିତ ଏନଫୋରସମେଣ୍ଟ ଜାରି ରଖି ବ୍ୟବସ୍ଥିତ ଭାବେ ଟୀକାକରଣ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଅଙ୍ଗନବାଡି, ଆଶା, ସ୍ବାସ୍ଥ୍ୟକର୍ମୀ ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ୨/୩ ଦିନ ମଧ୍ୟରେ ସେମାନଙ୍କର ଟେଷ୍ଟିଙ୍ଗ କରାଇ କରୋନା ପଜିଟିଭ ଚିହ୍ନଟ ହେଲେ ସେମାନଙ୍କୁ ହୋମ ଆଇସୋଲସନରେ ରଖିବାକୁ ପରାମର୍ଶ ଦେବା ସହ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ନିୟମିତ ଭାବେ ଯାଞ୍ଚ କରିବାକୁ କହିଛନ୍ତି । ଗ୍ରାମାଞ୍ଚଳରେ ଗାଁ କଲ୍ୟାଣ ସମିତି, ସ୍ବେଚ୍ଛାସେବୀ, ମୁଖିଆ, ଆଶା ଏବଂ ଅଙ୍ଗନବାଡି କର୍ମୀମାନେ ଲୋକମାନଙ୍କୁ ସତର୍କ ଓ ସଚେତନ କରାଇ ଜୀବନ ଜୀବିକା ନିର୍ବାହ ଓ କରୋନା ସଂକ୍ରମଣ ହ୍ରାସରେ ସହାୟକ ହେବାକୁ ପରାମର୍ଶ ଦେଇଛନ୍ତି । ପୂର୍ବବତ ବିବାହ, ବ୍ରତ, ଯାନିଯାତ୍ରା, ପର୍ବ ପର୍ବାଣୀ ଆଦି ପାଇଁ ଲାଗୁଥିବା ସମସ୍ତ କଟକଣା ବଳବତ୍ତର ରହିବ । ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନରୋତ୍ତମ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ, ଆପତକାଳୀନ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

nine + fifteen =