ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ସ୍ଥିତି ଓ ପରିଚାଳନା ସମୀକ୍ଷା କରି ଜୁନ ୩୦ ପର୍ଯ୍ୟନ୍ତ ଅଧୁକ ସତର୍କ ରହିବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନରୋତ୍ତମ ବେହେରା, ଆଇ.ଏ.ଏସ., ପ୍ରୋବେସନର ଶ୍ରୀ ବିଭୁତି ଭୂଷଣ ନାୟକ, ସଦର ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧୁକାରୀ ଡା, ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଡେପୁଟୀ କଲେକ୍ଟର ଶ୍ରୀ ସୁତ୍ୟଶୁ ଶେଖର ଦାସ, ପୌର ନିର୍ବାହୀ ଅଧୁକାରୀ ଶ୍ରୀ ଅତନୁ କୁମାର ସାମନ୍ତ, ଆପତକାଳୀନ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଭିସି ମାଧ୍ୟମରେ କାମାକ୍ଷାନଗର ଏବଂ ହିନ୍ଦୋଳ ଉପଜିଲ୍ଲାପାଳ, ସମସ୍ତ ଉପଖଣ୍ଡ ଚିକିତ୍ସା ଅଧିକାରୀ, ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓମାନଙ୍କ ସହିତ ବିସ୍ତୃତ ଆଲୋଚନା କରି ସ୍ଥିତି ସମ୍ପୂର୍ଣ ସ୍ଵାଭାବିକ ନ ହେବା ପର୍ଯ୍ୟନ୍ତ ଏନଫୋରସମେଣ୍ଟ ଜାରି ରଖି ଅଧିକରୁ ଅଧିକ ଟେଷ୍ଟିଙ୍ଗ କରିବା ସହିତ ବ୍ୟବସ୍ଥିତ ଭାବେ ଟୀକାକରଣ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କଣ୍ଟନମେଣ୍ଟ ଜୋନରେ ଲୋକମାନଙ୍କ ଯାତାୟାତ ଉପରେ ନଜର ରଖୁବା ସହିତ ଟେଷ୍ଟିଙ୍ଗ ଏବଂ ଟୀକାକରଣ ସମୟରେ ସ୍ଥାନୀୟ ୱେଚ୍ଛାସେବୀ, ସ୍ଥାନୀୟ କ୍ଲବର ସଦସ୍ୟ, ପି.ଆର.ଆଇ, ମେମ୍ବର ଓ ଗ୍ରାମ ମୁଖିଆଙ୍କ ସହଯୋଗ ନେବାକୁ ସେ କହିଛନ୍ତି ।ଢେଙ୍କାନାଳ ପୌରାଞ୍ଚଳ ଏବଂ ୩ଟି ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ବ୍ୟବସାୟୀ, ଉଠା ଦୋକାନୀ, ଔଷଧ ଦୋକାନୀ, ମାଛ, ମାଂସ ଆଦି ଦୋକାନୀମାନଙ୍କର ଜୁନ ୩୦ ତାରିଖ ସୁଦ୍ଧା ଅଗ୍ରାକାର ଭିଭିରେ ଟୀକାକରଣ କରାଇବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧୁକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ଜନସାଧାରଣ ସଚେତନ ଓ ଶୃଙ୍ଖଳିତ ହୋଇ ଜନଗହଳିକୁ ପ୍ରଶ୍ରୟ ନ ଦେଇ, ସାମାଜିକ ଦୂରତା ଅନୁପାଳନ, ମାସ୍କ ବ୍ୟବହାର ସହିତ ପରିଷ୍କାର ପରିଛନ୍ନତା ପ୍ରତି ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଏହା ଦ୍ବାରା ଆଗାମୀ ଦିନରେ ଆସିବାକୁ ଥିବା କରୋନାର ତୃତୀୟ ଲହରକୁ ସହଜରେ ମୁକାବିଲା କରିପାରିବା ବୋଲି ସେ ମତବ୍ୟକ୍ତ କରିଛନ୍ତି । କରୋନାରେ ଆକ୍ରାନ୍ତ ଗରିବ ଶ୍ରେଣୀର ଲୋକମାନଙ୍କୁ ଚିହ୍ନଟ କରି ଆବଶ୍ୟକ ସ୍ଥଳେ ସେମାନଙ୍କୁ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହିତ କରୋନାରେ ଆକ୍ରାନ୍ତ ହୋଇ ଯେପରି କେହି ମୃତ୍ୟୁ ବରଣ ନ କରନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ କହିଛନ୍ତି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ