Monday, 07/October/2024 10:50
Mo Dhenkanal
ଢେଙ୍କାନାଳ ଖବର

ସହଯୋଗ ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ

ଜିଲ୍ଲା କାର୍ଯ୍ୟଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା କରି ପରିସ୍ଥିତି ସ୍ବାଭାବିକ ନିମନ୍ତେ ଜନସାଧାରଣଙ୍କୁ ନିଶ୍ଚିତ ସହଯୋଗ କାମନା କରିଛନ୍ତି । ସମ୍ପ୍ରତି ଜିଲ୍ଲାରେ ପୂର୍ବରୁ ନିର୍ଦ୍ଧାରିତ ଖୋଲାଯାଉଥିବା ଦୋକାନ ଆଦି ସହିତ ମିଠା ଦୋକାନ ଏବଂ ସାଇକେଲ, ମଟର ସାଇକେଲ ଭଳି ସମସ୍ତ ଯାନବାହାନ ସମ୍ପର୍କିତ ଦୋକାନ ଓ ପ୍ରତିଷ୍ଠାନ ମଧ୍ୟ ସକାଳ ୬ ଟା ରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ଖୋଲାଯାଇପାରିବ । ଔଷଧ ଓ ଚିକିତ୍ସା ସମ୍ପର୍କିତ ସମସ୍ତ ଦୋକାନ ଓ ପ୍ରତିଷ୍ଠାନ, କୃଷି ସମ୍ପର୍କିତ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ପାଇଁ ଚଳିତ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମୟର କୌଣସି କଟକଣା ରହିବ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

FB_IMG_1686103726896
Picsart_22-04-11_10-18-21-175


ସମୟୋଚିତ ପଦକ୍ଷେପ ଓ କଟକଣା ଯୋଗୁଁ ବର୍ତ୍ତମାନ ଜିଲ୍ଲାରେ କରୋନା ସଂକ୍ରମଣ ହାର ହ୍ରାସ ପାଉଛି ଏବଂ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ସଂକ୍ରମଣର ହାର ଆହୁରି କମାଇ ସ୍ଥିତିକୁ ସମ୍ପୂର୍ଣ ସ୍ଵାଭାବିକ କରିବା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣ ସଚେତନ ଓ ଶୃଙ୍ଖଳିତ ହୋଇ ଜନଗହଳିକୁ ପ୍ରଶ୍ରୟ ନ ଦେଇ, ସାମାଜିକ ଦୂରତା ଅନୁପାଳନ, ମାସ୍କ ବ୍ୟବହାର ସହିତ ପରିଷ୍କାର ପରିଛନ୍ନତା ପ୍ରତି ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଏହା ଦ୍ବାରା ଆଗାମୀ ଦିନରେ ଆସିବାକୁ ଥିବା କରୋନାର ତୃତୀୟ ଲହରକୁ ଆମେ ସହଜରେ ମୁକାବିଲା କରିପାରିବା ବୋଲି ସେ ମତବ୍ୟକ୍ତ କରିଛନ୍ତି । ସ୍ଥିତି ସମ୍ପୂର୍ଣ ସ୍ଵାଭାବିକ ନ ହେବା ପର୍ଯ୍ୟନ୍ତ ଏନଫୋରସମେଣ୍ଟ ଜାରି ରଖୁବାକୁ ସେ ସମସ୍ତ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହିତ ଗାଁ କଲ୍ୟାଣ ସମିତି, ଅଙ୍ଗନବାଡି କର୍ମୀ, ଆଶା, ପି ଆର.ଆଇ. ମେମ୍ବର, ସରପଞ୍ଚମାନେ ଅଧି କ ସଜାଗ ହୋଇ ସ୍ଥିତି ଉପରେ ନଜର ରଖି ଟିମ ସ୍ପିରିଟରେ କାମ କରିବାକୁ କହିଛନ୍ତି ।
ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉଛି ।

IMG-20230205-WA0003
Picsart_22-04-11_10-18-21-175

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ କଙ୍କଡାହାଡ ବ୍ଲକର ଜନବହୁଳ ଏକୁଳ ସେକୁଳ ଗ୍ରାମରେ କାମାକ୍ଷାନଗର ଉପଜିଲ୍ଲାପାଳ, କଙ୍କଡାହାଡ ବିଡିଓ, ତହସିଲଦାର ଏବଂ ସ୍ବାସ୍ଥ୍ୟକର୍ମୀମାନେ ସ୍ବତନ୍ତ୍ର ଶିବିର ଆୟୋଜନ କରି, ଗ୍ରାମବାସୀମାନଙ୍କର ଆରଟି ପିସିଆର ଏବଂ ଆଣ୍ଟିଜେନ ଟେଷ୍ଟ କରିବା ସହିତ ଟୀକାକରଣ ମଧ୍ୟ କରିଛନ୍ତି । ଜିଲ୍ଲାର ଅନ୍ୟାନ୍ୟ ଜନବହୁଳ ଗ୍ରାମଗୁଡିକରେ ସମ୍ପୃକ୍ତ ଅଞ୍ଚଳର ଉପଜିଲ୍ଲାପାଳ, ବିଡିଓ, ତହସିଲଦାରମାନଙ୍କ ସହିତ ପରାମର୍ଶକରି ଟୀକାକରଣ ନିମନ୍ତେ ସ୍ବତନ୍ତ ଶିବିର ଆୟୋଜନ କରିବାକୁ ଜିଲ୍ଲାପାଳ କହିଛନ୍ତି ।
ବିଭିନ୍ନ ବ୍ୟବସାୟୀ, ଉଠା ଦୋକାନୀ, ଔଷଧ ଦୋକାନୀ, ମାଛ, ମାଂସ ଦୋକାନୀମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥିବାରୁ, ଅଗ୍ରାଧିକାର ଭିତ୍ତିରେ ସେମାନଙ୍କର ଟୀକାକରଣ କରାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ କୋରନା ସଂକ୍ରମଣ ସମ୍ପୂର୍ଣ୍ଣ ନିରାକରଣ ପର୍ଯ୍ୟନ୍ତ ଅଧିକରୁ ଅଧିକ ଆରଟି ପିସିଆର ଏବଂ ଆଣ୍ଟିଜେନ ଟେଷ୍ଟ କରିବା ସହିତ ଟୀକାକରଣ ପ୍ରକ୍ରିୟାକୁ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧ୍ୟକାରୀ ଓ ସମସ୍ତ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି, ଜିଲ୍ଲାରେ ଥିବା ସମସ୍ତ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲରେ ଆନୁଷଙ୍ଗିକ ଯନ୍ତ୍ରପାତି ସହିତ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ କର୍ମୀମାନେ ଉତ୍ତମ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।ଏହି ଭିସି ସମୟରେ ଓସନ ହଲଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଆଇ.ଏ.ଏସ., ପ୍ରୋବେସନର ଶ୍ରୀ ବିଭୁତି ଭୂଷଣ ନାୟକ, ସଦର ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧ୍ବକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର, ଆପତ କାଳୀନ ଅକାରୀ ଶ୍ରୀ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଭିସି ମାଧ୍ୟମରେ କାମାକ୍ଷାନଗର ଉପଜିଲ୍ଲାପାଳ, ସମସ୍ତ ଉପଖଣ୍ଡ ଚିକିତ୍ସା ଅଧକାରୀ, ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧୁକାରୀ ଓ ସିଡିପିଓମାନଙ୍କ ସହିତ ଆଲୋଚନା କରିଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

nineteen − five =