Monday, 07/October/2024 10:21
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

କୋଭିଡ ନିୟମ କଡାକଡି ଭାବେ ଅନୁପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ବଣିକ ସଂଘର ସମନ୍ୱୟ ବୈଠକ

FB_IMG_1686103726896
Picsart_22-04-11_10-18-21-175

ସମ୍ପ୍ରତି ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମଣ ହାର ୫ % କମ ଥିବାରୁ ଜିଲ୍ଲାରେ ଲକ ଡାଉନ ପ୍ରକ୍ରିୟାକୁ ଉଠାଇ ଦିଆଯାଇ ମଲ, ସ୍ପା, ପାର୍ଲର ବ୍ୟତୀତ ସମସ୍ତ ବ୍ୟବସାୟ, ବାଣିଜ୍ୟ ପ୍ରତିଷ୍ଠାନ, ଦୋକାନ, ବଜାର ଆଦିକୁ ସକାଳ ୬ଟା ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି । ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲା ବଣିକ ସଂଘର ପୂର୍ଣ୍ଣ ସହଯୋଗ କାମନା କରି କୋଭିଡ ନିୟମଗୁଡିକୁ କଡାକଡି ଭାବେ ଅନୁପାଳନ ନିମନ୍ତେ ଅନୁରୋଧ କରିଛନ୍ତି । ଗ୍ରୋସୋରି, ଲୁଗା-କପଡ଼ା, ସେଲୁନ, ସୁନା ଗହଣା, ପରିବା, ଫଳ, ମାଛ-ମାଂସ, ଚା, ଜଳଖିଆ ଆଦି ସମସ୍ତ ଦୋକାନୀ କୋଭିଡ ନିୟମ କଡାକଡି ଅନୁପାଳନ ପୂର୍ବକ ଗ୍ରାହକ ଏବଂ କର୍ମଚାରୀ ମାନେ ଯେପରି ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ ସାନିଟାଇଜେସନ ପ୍ରତି ବିଶେଷ ଭାବେ ଯତ୍ନବାନ ହୋଇ ସେଠାରେ ଯେପରି ଗହଳି ନ ହୁଏ ସେ ପ୍ରତି ସମ୍ପୃକ୍ତ ଦୋକାନୀ/ବ୍ୟବସାୟୀ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । କୌଣସି ହୋଟେଲ/ଜଳଖିଆ ଦୋକାନରେ ଖାଇବା ବ୍ୟବସ୍ଥା ନ କରି ପାର୍ସଲ ଦେବା ବ୍ୟବସ୍ଥା କରିବାକୁ କହିଛନ୍ତି । ଜୀବନ ଜୀବିକା ପାଇଁ ସମସ୍ତେ ଦାୟିତ୍ବବାନ ହେବା ଆବଶ୍ୟକ, ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖିବା ସମସ୍ତଙ୍କର ଦାୟିତ୍ୱ । ଏଣୁ, ନିୟମ ଅନୁପାଳନରେ ଉଲଂଘନ କଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।କରୋନା ସଂକ୍ରମଣକୁ ହ୍ରାସ କରିବା ନିମନ୍ତେ ସମସ୍ତଙ୍କର ସହଯୋଗ ଆବଶ୍ୟକ, ଏଣୁ ସମସ୍ତ ଜନସାଧାରଣ ଏବଂ ବ୍ୟବସାୟୀମାନେ ଦାୟିତ୍ବବାନ ହୋଇ କୋଭିଡ ନିୟମ ପାଳନ କରି ଜୀବିକା ନିର୍ବାହ କରିବାକୁ ପରାମର୍ଶ ଦେବା ସହିତ ନିୟମ ନ ମାନିଲେ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଗଣେଶ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ସମସ୍ତ ପ୍ରକାର କଟକଣା ଓ ନିୟମ ମାନି ବ୍ୟବସାୟ କରିବାକୁ ଜିଲ୍ଲା ବଣିକ ସଂଘର କର୍ମକର୍ତ୍ତା ମାନେ ବୈଠକରେ ସମ୍ମତି ପ୍ରକାଶ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ସଦର ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଆପତ କାଳୀନ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ମିଶ୍ର, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତଙ୍କ ସମେତ ଚମ୍ବର ଅଫ କମର୍ଷର ସଭାପତି, ସମ୍ପାଦକ, ବିଭିନ୍ନ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

five × 2 =