Tuesday, 08/October/2024 12:08
Mo Dhenkanal
ଢେଙ୍କାନାଳ ଖବର

ଓଡ଼ିଶା ତଥା ବିଦ୍ୟାଳୟ ପାଇଁ ଗର୍ବ ଗୌରବ ଆଣିଥିବାରୁ ଦିବ୍ୟାଙ୍କାଙ୍କୁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ ସହ ସମ୍ବର୍ଦ୍ଧନା ।

ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରଣପସି ପରିସରରେ ଉକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦିବ୍ୟାଙ୍କା ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନା ଯୋଗ୍ୟ ଯେ ସ୍ବାଧୀନତାର ୬୫ବର୍ଷ ପୂର୍ତ୍ତି ମହୋତ୍ସବର ଉଦ୍ଦେଶ୍ୟରେ ଭାରତୀୟ ଡାକ ସେବା ନିଗମ ତରଫରୁ ଆୟୋଜିତ ଡାକ ଟିକଟ ରୂପାଙ୍କନ ପ୍ରତିଯୋଗିତାରେ ରାଜ୍ୟସ୍ତରରୁ ବିବେଚିତ ହୋଇ ଜାତୀୟ ସ୍ତରରେ ଶ୍ରେଷ୍ଠ ଦଶଜନଙ୍କ ମଧ୍ୟରେ ଦ୍ଵିତୀୟ ସ୍ଥାନ ଅର୍ଜନ କରିବାର ଗୌରବ ଆଣିଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ କୁମୁଦ ରଂଜନ ଦାଶ ପିତା ଓ ମାତା ତୃଷ୍ଣାବାଳା ଦାଶଙ୍କ ଜ୍ଯୋଷ୍ଠା କନ୍ୟା ଦିବ୍ୟାଙ୍କା ଫ୍ରେବୃୟାରୀ ୧୧ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନ ଠାରେ ଏକ ଭବ୍ୟ ସମାରୋହରେ କେନ୍ଦ୍ର ରେଳ ଓ ସୂଚନା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ,

IMG-20230205-WA0003
Picsart_22-04-11_10-18-21-175

ତାଙ୍କ ଦ୍ୱାରା ପରିକଳ୍ପିତ ଡାକ ଟିକଟ ଡାକସେବା ପକ୍ଷରୁ ଯୋଗ୍ୟ ବିବେଚିତ ହୋଇ ବିଦ୍ୟାଳୟ, ଜିଲ୍ଲା ତଥା ରାଜ୍ୟ ପାଈଁ ଗୌରବ ଆଣିପାରିଛି । ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ଦିବ୍ୟାଙ୍କ ଏକ ମାତ୍ର ଓଡ଼ିଆ ଝିଅ ଓଡ଼ିଶାରୁ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ସମସ୍ତ ଓଡ଼ିଆ ମାନଙ୍କ ପାଇଁ ଗୌରବ ଆଣିପାରିଛନ୍ତି ।

Picsart_22-04-11_10-18-21-175

ତାଙ୍କ ପରିକଳ୍ପିତ ଡାକ ଟିକଟରେ ଜାତୀର ପିତା ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ ଓ ସହୀଦ ଭଗତ ସିଂହ ପ୍ରତିଛବି ସହ ଲାଲକିଲାର ଆକୃତି ଦେଖିବାକୁ ଖୁବ ମନହୋର ହୋଇଛି । ଏତଦବ୍ୟତୀତ ଭାରତର ପ୍ରଗତିର ରୂପରେଖ ମଧ୍ୟ ସ୍ଥାନିତ ରହିଛି ।

ବିଦ୍ୟାଳୟ ପାଇଁ ଗର୍ବ ଗୌରବ ଆଣିଥିବା ଦିବ୍ୟାଙ୍କାଙ୍କୁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ କରିବା ସହ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହି ପୁଷ୍ପଗୁଚ୍ଛ, ଉପଢ଼ୋକନ ଓ ମୋମେଣ୍ଟୋ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା କମିଟି, ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

ten + two =