କାତାର ଦେଶରେ ଥିବା ଓଡ଼ିଆ ସଂଗଠନ ‘ଉତ୍କଳିକା କାତାର’ ଆନୁକୁଲ୍ୟରେ ମଇ ମାସ ୪ ତାରିଖରେ କାତାରସ୍ଥିତ Indian Cultural Center ଠାରେ ୮୭ତମ ଉତ୍କଳ ଦିବସ ଏବଂ ଆଜାଦୀ ର ଅମୃତ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ବର୍ଣାଢ୍ୟ ମହୋତ୍ସବକୁ କାତାରସ୍ଥିତ ଦୂତାବାସର ଭାରତୀୟ ରାଷ୍ଟ୍ରଦୂତ ବରେଣ୍ୟ ଡା. ଦୀପକ ମିତ୍ତଲ ମୂଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ ସହ
କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଭାରତୀୟ ଦୂତାବାସ ର ଶିକ୍ଷା ଓ ସଂସ୍କୃତି ସଚିବ କୁଲଜିତ୍ ସିଂ ଆରୋରା, ICBF ର ସଭାପତି ବିନୋଦ ନାୟାର, ICC ର ଉପସଭାପତି ସୁବ୍ରମଣ୍ୟ ହେବାଗେଲୁ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ତାହାର ପ୍ରଶଂସା କରିଥିଲେ।
‘ଉତ୍କଳିକା କାତାର’ ର ସଭାପତି ଡା. ବସନ୍ତ କୁମାର କବି ଉପସ୍ଥିତ ପ୍ରବାସୀ ଓଡିଆ ମାନଂକୁ ଉତ୍କଳ ଜନନୀ ର ଐତିହ୍ୟ, ସଂସ୍କୃତି ଓ ସ୍ୱାଭିମାନ ସଂପର୍କ ରେ ଆଲୋକପାତ କରିଥିଲେ। ଭାରତ ସ୍ୱାଧୀନତା ର ୭୫ ତମ ବର୍ଷ ପାଳନ ଅବସରରେ ଅନୁଷ୍ଠିତ ଏହି ଉତ୍କଳ ଦିବସ ଓ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଓଡିଶା ର କଳା, ନୃତ୍ୟ ଓ ସ୍ୱତନ୍ତ୍ରତା ସଂଗ୍ରାମୀ ମାନଂକୁ ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରିବାର ଲକ୍ଷ୍ୟ ନେଇ ପ୍ରବାସୀ ଓଡିଆ ମାନଂକ ଦ୍ୱାରା ସ୍ୱପ୍ରସ୍ଥୁତ ଓଡିଶୀ ନୃତ୍ୟ, ନାଟକ ଓ ଅଭିନୟ ଆଦି ସାଂଗକୁ ରାଜ୍ୟ ତଥା ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରିଥିବା ଢେଂକାନାଳ ର ନାଟ୍ୟାନୁଷ୍ଠାନ ‘ଅଲଟରନେଟିଭ ରିଦିମ ଥିଏଟର’ ର ଦୁଇଟି ଲୋକପ୍ରିୟ ନାଟକ ‘ମୁଁ ଚକରା କହୁଛି’ ଏବଂ ‘ମୁକ୍ତି ସଳିତା’ ଡିଜିଟାଲ ପରଦାରେ ପ୍ରଦର୍ଶିତ ହୋଇଥିଲା। ପରାଧିନ ଉତ୍କଳ ର ତତ୍କାଳିନ ଘୂମୁସର ରାଜ୍ୟ ର ମହାନ ବିପ୍ଳବୀ ସହୀଦ ଚକରା ବିଶୋୟୀ ଏବଂ ସର୍ବକନିଷ୍ଠ ସହୀଦ ୧୨ ବର୍ଷର ଓଡିଆ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତଙ୍କ ଜୀବନ ସଂଗ୍ରାମ ଓ ବଳିଦାନ କୁ ନେଇ ପ୍ରସ୍ଥୁତ ଏହି ନାଟକ ଆଜାଦୀ ର ଅମୃତ ମହୋତ୍ସବ ର ଦର୍ଶକ ମାନଂକୁ ମନ୍ତ୍ରମୁଗ୍ଧ କରିଥିଲା।
ବିଶିଷ୍ଠ ନାଟ୍ୟକାର ମନ୍ମଥ କୁମାର ଶତପଥୀ ‘ମୁଁ ଚକରା କହୁଛି’ ରଚନା କରୁଥିବା ବେଳେ ଖ୍ୟାତି ସମ୍ପନ୍ନ ଯୁବ ନାଟ୍ୟକାର ତଥା ନିର୍ଦ୍ଦେଶକ ଦିନେଶ ଦାସ ‘ମୁକ୍ତି ସଳିତା’ ର ରଚନା କରିବା ସହିତ ଉଭୟ ନାଟକରେ ନିର୍ଦେଶନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପିଲାମାନଂକୁ ପୁରସ୍କାର ବିତରଣ କରାଯାଇଥିଲା।
‘ଉତ୍କଳିକା କାତାର’ ର ଉପସଭାପତି ନିହାର ରଂଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୁଗ୍ମ ସଂପାଦକ ବିଭୂ ଆଚାର୍ଯ୍ୟ, ସାଂସ୍କୃତିକ ସଂପାଦିକା ଇପ୍ସିତା ଶତପଥୀ ଓ ସାଂସ୍କୃତିକ ସହ ସଂପାଦକ ଓମ୍ ପ୍ରକାଶ ପରିଡା ପ୍ରମୂଖ ଉପସ୍ଥିତ ରହି ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିବାରେ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ଦର୍ଶକ ମାନଂକୁ ଧନ୍ୟବାଦ ଅର୍ପଣ ସହ ସାଂସ୍କୃତିକ ସଂନ୍ଧ୍ୟାର ସମାପନ ହୋଇଥିଲା।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ