Thursday, 25/April/2024 04:53
Mo Dhenkanal
ଢେଙ୍କାନାଳ ଖବର

ଜିଲ୍ଲାପାଳଙ୍କ ରଥଯାତ୍ରା ଶେଷ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା ମାସ୍କ ପରିଧାନ ପାଇଁ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ ଢେଙ୍କାନାଳ !

ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ରଥଖଳା ଠାରେ ରଥ ଯାତ୍ରା ଶେଷ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଢେଙ୍କାନାଳ ଯୁବରାଜା ଶ୍ରୀଯୁକ୍ତ ଅମର ଜ୍ୟୋତି ସିଂହଦେଓଙ୍କ ସହିତ ରଥଯାତ୍ରାର ପୂର୍ଣାଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା କାଲି ଜୁଲାଇ ୧ ତାରିଖ ଦିନ ପାରମ୍ପରିକ ପ୍ରଥା ଅନୁଯାୟୀ ସମସ୍ତ ନୀତିକାନ୍ତି ପରେ ଅପରାହ୍ନ ୧.୦୫ ଘଟିକା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ରଥଟଣା ହେବ ।

FB_IMG_1686103726896
Picsart_22-04-11_10-18-21-175

ପୁନଶ୍ଚ ଘ. ୨.୩୦ ମି. ସମୟରୁ ରଥଟଣା ଆରମ୍ଭ ହୋଇ ସୂର୍ଯ୍ୟାସ୍ତ ସମୟରେ ରଥଟଣା ଶେଷ ହେବ ବୋଲି ନିଷ୍ପତି ହୋଇଛି । ରଥ ଯାତ୍ରାକୁ ସରସ ସୁନ୍ଦର କରି, ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

କରୋନା ସଂକ୍ରମଣ ରାଜ୍ୟରେ ପରିଲକ୍ଷିତ ହେଉଥିବାରୁ ରଥ ଟାଣୁଥିବା ସମସ୍ତ ଶ୍ରଦ୍ଧାଳୁ ଓ ଅନ୍ୟମାନେ ସମସ୍ତେ ମାସ୍କ ପରିଧାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ରଥ ଯାତ୍ରାରେ ଅଧିକ ଜନସମାଗମ ହେବାକୁ ଥିବା ଯୋଗୁଁ ଖାଦ୍ୟ ସାମଗ୍ରୀର ଶୁଦ୍ଧତା, ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦ୍ରୁଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨ ଟି ଆମ୍ବୁଲାନ୍ସର ବ୍ୟବସ୍ଥା ସହ ଆଶୁ ଚିକିତ୍ସା ନିମନ୍ତେ ୩ ଟି ସ୍ଥାନରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯିବ ।

Picsart_22-04-11_10-18-21-175

ବାଜିଚଉକ ଠାରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରାଯିବ । ଯାନବାହାନ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ।ଏହି ଦିନ ରଥଯାତ୍ରା ହେଉଥିବା ସମସ୍ତ ଅଞ୍ଚଳରେ ମଦ ବିକ୍ରି ବନ୍ଦ କରାଯାଇଛି । ଚଳିତ ବର୍ଷ ରଥ ଯାତ୍ରାରେ ଅଧିକ ଜନସମାବେଶ ଆଶା କରାଯାଉଥିବାରୁ ଜନସାଧାରଣ ସମସ୍ତ ପ୍ରକାରର ପରିଷ୍କାର ପରିଚ୍ଛନତା ପ୍ରତି ଅଧିକ ଦୃଷ୍ଟି ଦେବା ସହିତ ସତର୍କତା ଓ ସାବଧାନତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ରଥ ଯାତ୍ରା ପ୍ରସ୍ତୁତି ସମୀକ୍ଷା ବେଳେ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି.. ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ଵ ), ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧ୍ୟାକାରୀ ଡା. ଅଶୋକ କୁମାର ଦାଶଙ୍କ ସମେତ ସହରର ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

14 + thirteen =